Robert Vadra's Tweet : 'ଭାରତ ଜୋଡ଼ୋ' ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ, ଉଠିଲା ଅନେକ ପ୍ରଶ୍ନ
Advertisement
Article Detail0/zeeodisha/odisha1340457

Robert Vadra's Tweet : 'ଭାରତ ଜୋଡ଼ୋ' ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ, ଉଠିଲା ଅନେକ ପ୍ରଶ୍ନ

ଏହି ପୋଷ୍ଟରକୁ ନେଇ ବିଜେପି ଅନେକ ପ୍ରଶ୍ନ ଉଠାଇଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛି ଯେ ରବର୍ଟ କଣ ଏହି ଭାରତ ଜୋଡ଼ୋ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି କି। 

Robert Vadra's Tweet : 'ଭାରତ ଜୋଡ଼ୋ' ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ, ଉଠିଲା ଅନେକ ପ୍ରଶ୍ନ

Robert Vadra's Tweet : ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି କଂଗ୍ରେସର ଭାରତ ଜୋଡୋ ପଦଯାତ୍ରା। କନ୍ୟାକୁମାରୀ ଠାରୁ କଶ୍ମୀର ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ସହିତ ୧୦୦ରୁ ଊର୍ଦ୍ଧ୍ୱ ନେତା ଏହି ଯାତ୍ରାରେ ସାମିଲ ହେବେ। ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ଏହି ପ୍ରସ୍ତୁତି ମଧ୍ୟରେ ଏଭଳି ଏକ ପୋଷ୍ଟର ସାମ୍ନାକୁ ଆସିଛି ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ପୋଷ୍ଟରଟିକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି କି ସେୟାର କରିଥିବା ପୋଷ୍ଟରେ ନିଜେ ରବର୍ଟଙ୍କର ଫଟୋ ଚିତ୍ର ମଧ୍ୟ ରହିଛି। 

ସେପଟେ ଏହି ପୋଷ୍ଟରକୁ ନେଇ ବିଜେପି ଅନେକ ପ୍ରଶ୍ନ ଉଠାଇଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛି ଯେ ରବର୍ଟ କଣ ଏହି ଭାରତ ଜୋଡ଼ୋ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି କି। ବର୍ତ୍ତମାନ ରବର୍ଟ କଣ ଦୁର୍ନିତୀ ବିରୋଧରେ ମୁଁହ ଖୋଲିବାକୁ ଯାଉଛନ୍ତି କି। ନା ସେ ଏହି ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଶ୍ରୀ ଭଦ୍ରାଙ୍କ ଟ୍ୱିଟରେ ସେୟାର କରିଥିବା ପୋଷ୍ଟରରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଫଟୋ ରହିଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟରରେ ସ୍ପଷ୍ଟ ପ୍ରଯୋଜକ ଜେ.ବି ଅଭିଜିତଙ୍କ ଫଟୋ ମଧ୍ୟ ରହିଥିଲା, ଯିଏକି କଂଗ୍ରେସ ୱିଙ୍ଗ ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିଅନର ନେତା ଭାବରେ ପରିଚିତ ହୋଇଥିଲେ।

ବିଜେପି ପକ୍ଷରୁ କୁହାଯାଇଛି କି କଂଗ୍ରେସ ପରିବାରବାଦ ରାଜନୀତିକୁ ପ୍ରଶୟ ଦେଉଛି। କଂଗ୍ରେସରେ ରହୁଥିବା ନେତୃବୃନ୍ଦମାନେ ଭ୍ରଷ୍ଟାଚାରକୁ ପ୍ରଶୟ ଦେଇ ଆସୁଛନ୍ତି। ସେପଟେ ଏହାକୁ ବିରୋଧ କରି ଶ୍ରୀ ଭଦ୍ରା କହିଛନ୍ତି କି ପାରିବାରିକ ବିବାଦକୁ ନେଇ ତାଙ୍କୁ ଭୁଲ ବୁଝାଯାଉଛି। କଂଗ୍ରେସ ଦୀର୍ଘଦିନରୁ ରବର୍ଟ ଭଦ୍ରାଙ୍କୁ ରାଜନୀତିରୁ ଦୁରେଇ ରଖି ଆସିଛି। ଶ୍ରୀ ଭଦ୍ରା ନିଜ ବ୍ୟକ୍ତିଗତ ଜୀବନରେ ବଞ୍ଚି ଆସିଛନ୍ତି। ଏବଂ ସେ ତାଙ୍କୁ ବିନା କାରଣରୁ ରାଜନୈତିକ ଆକ୍ରୋଶ ରଖି ସମାଲୋଚନା କରାଯାଉଛି ବୋଲି କଂଗ୍ରେସ କହିଛି। 

ସୂଚନାଯୋଗ୍ୟ ସେପଟେ ବିଜେପି ଉପରେ ବର୍ଷିଛି କଂଗ୍ରେସ। କଂଗ୍ରେସର କହ୍ନେୟା କୁମାର କହିଛନ୍ତି କି କଂଗ୍ରେସ ନେତା କହ୍ନେୟା କୁମାର ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି। କହ୍ନେୟା କହିଛନ୍ତି କି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ଦ୍ୱାରା ୧୯୯୦ରେ କରାଯାଇଥିବା ରଥଯାତ୍ରା କ୍ଷମତା ପାଇଁ ରହିଥିଲା। କିନ୍ତୁ କଂଗ୍ରେସର ଏହି ଭାରତ ଜୋଡୋ ଯାତ୍ରା ଦେଶର ସତ୍ୟ ପାଇଁ ହେଉଛି ବୋଲି ସେ କହିଥିଲେ। 

ଭାରତ ଜୋଡ଼ୋ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ସହିତ ୧୧୮ ଜଣ କଂଗ୍ରେସ ନେତା ଭାରତ ଯାତ୍ରୀ ହେବେ। ଏମାନେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବେ। ଭାରତ ଯାତ୍ରୀଙ୍କ ମଧ୍ୟରେ କହ୍ନେୟା କୁମାର ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି। ସେ ପିଟିଆଇକୁ ଏକ ସାକ୍ଷାତକାର ଦେଇ କହିଥିଲେ କି ଯେ କୌଣସି ଭାରତୀୟଙ୍କ ପାଇଁ ଏହା ସୌଭାଗ୍ୟର କଥା ଯେ ସେମାନେ ଏହି ଯାତ୍ରାରେ ସାମିଲ ହୋଇପାରିବେ। ଏହା କେବଳ ଏକ ରାଜନୈତିକ ପଦଯାତ୍ରା ନୁହେଁ, ଏହା ସାଂସ୍କୃତିକ, ସାମାଜିକ ଦିଗ, ଲୋକଙ୍କ ଭାବାବେଗର ଯାତ୍ରା ବୋଲି ସେ କହିଥିଲେ।