Road Accident: କାରକୁ ପିଟିଲା ବସ୍, ଘଟଣାସ୍ଥଳରେ ଆଖିବୁଜିଲେ...
Advertisement
Article Detail0/zeeodisha/odisha2262701

Road Accident: କାରକୁ ପିଟିଲା ବସ୍, ଘଟଣାସ୍ଥଳରେ ଆଖିବୁଜିଲେ...

Road Accident: ଏମିତିବି ଆସେ ମୃତ୍ୟୁ ।  କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। କାର୍ କୁ ପିଟିଲା ବସ୍। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। 

Road Accident: କାରକୁ ପିଟିଲା ବସ୍, ଘଟଣାସ୍ଥଳରେ ଆଖିବୁଜିଲେ...

Road Accident: ଏମିତିବି ଆସେ ମୃତ୍ୟୁ ।  କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। କାର୍ କୁ ପିଟିଲା ବସ୍। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ହାଇଦ୍ରାବାଦ୍-ଶ୍ରୀସାଇଲମ୍ ଜାତୀୟ ରାଜପଥ  ରାମାନୁଥୁଲା ଗାଁ ନିକରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ହାଇଦ୍ରାବାଦ ସ୍ଥିତ କର୍ମାନଘାଟର ତିନି ଜଣ ସାଙ୍ଗ ଶୁକ୍ରବାର ଦିନ ଶ୍ରୀସଇଲମ୍ ଯାତ୍ରା କରୁଥିଲେ। ଏହି ସମୟରେ ଏକ ସରକାରୀ ବସ୍ (TGSRTC) ଭାରାସାମ୍ୟ ହରାଇ ତାଙ୍କ କାରକୁ   ହାଇଦ୍ରାବାଦ୍-ଶ୍ରୀସାଇଲମ୍ ଜାତୀୟ ରାଜପଥ  ରାମାନୁଥୁଲା ଗାଁ  ନିକଟରେ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।ଏହାଦେଖି ସ୍ଥାନୀୟ ଲୋକୋ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ମଧ୍ୟରୁ ମୃତଦେହ ଉଦ୍ଧର କରି ପୋଷ୍ଟମଟମ୍ ପାଇଁ ପଠାଇଛି।  ମୃତକ ତିନି ଜଣ ହେଲେ କର୍ମାନଘାଟର ବାସିନ୍ଦା ଶ୍ରୀକ୍ରିଷ୍ଣା ଭିରାପ୍ରସାଦ ଗୈଡ(୩୫), ମେଘଓ୍ବାଟ୍ ନିଖିଲ୍ (୨୬), ବୁରା ମଣିଦୀପ୍(୨୫)

ALSO READ: Road Accident: ୨ଟି କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ଛାତ୍ର ମୃତ

ALSO READ: Petrol Diesel Price Today: ପୁଣି ବଢ଼ିଲା ତୈଳ ଦର, ଭୁବନେଶ୍ବରରେ ପେଟ୍ରୋଲ-ଡିଜେଲ୍ ଲିଟର ପିଛା ...

ସେହିପରି, ଗତକାଲି ମଧ୍ୟ ହରିୟାଣାର ଅମ୍ବାଲା ଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ସକାଳେ ଦିଲ୍ଲୀ-ଜାମ୍ମୁ ଜାତୀୟ ରାଜପଥରେ ଏକ ମିନି ବସ୍ ଏବଂ ଟ୍ରକ୍ ମଧ୍ୟରେ ଏକ ଛାତିଥରା ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସରେ ଉପସ୍ଥିତ ଥିବା ସମାନ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସକାଳ ସମୟରେ ଘଟଣାସ୍ଥଳରେ ଯାତ୍ରୀମାନଙ୍କର ଆର୍ତ୍ତଚିତ୍କାର ଶୁଣିବାକୁ ମିଳିଥିଲା। ଯାତ୍ରୀମାନଙ୍କର ଆର୍ତ୍ତ ଚିତ୍କାର ଶୁଣି ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଦୌଡ଼ି ଆସୁଥିଲେ। ଏଥିସହିତ ସ୍ଥାନୀୟ ଲୋକ କୌଣସି ପ୍ରକାରେ ଆହତମାନଙ୍କୁ ବସ୍‌ରୁ ବାହାର କରି ପୋଲିସକୁ ଡାକି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପୋଲିସର ସୂଚନାନୁସାରେ ଟ୍ରକ ଡ୍ରାଇଭର ବର୍ତ୍ତମାନ ଫେରାର ରହିଛି। କିନ୍ତୁ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି ପୋଲିସ। ସେପଟେ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବସଟି ବୈଷ୍ଣୋଦେବୀ ଅଭିମୁଖେ ଯାଉଥିଲା। ଏହି ବସରେ ପାଖାପାଖି ୨୭ ଜଣ ଯାତ୍ରୀ ରହିଥିଲେ। ଦିଲ୍ଲୀ ଜମ୍ମୁ- ଜାତୀୟ ରାଜପଥରେ ପହଞ୍ଚିବା ପରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ମିନି ବସଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।