NEET-UG 2024 : ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରି ନିଟ୍ - ୟୁଜି ରେଜେଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha2342999

NEET-UG 2024 : ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରି ନିଟ୍ - ୟୁଜି ରେଜେଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

Report NEET-UG results: ନିଟ-ୟୁଜି ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ଶନିବାର ମଧ୍ୟାହ୍ନ ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ କରିବାକୁ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା କେନ୍ଦ୍ର ଓ ସହର ଅନୁସାରେ ପିଲାଙ୍କ ମାର୍କ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ।

NEET UG 2024

ନିଟ-ୟୁଜି ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ଶନିବାର ମଧ୍ୟାହ୍ନ ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ କରିବାକୁ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା କେନ୍ଦ୍ର ଓ ସହର ଅନୁସାରେ ପିଲାଙ୍କ ମାର୍କ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ପରିଚୟ ଗୋପନ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

ପରୀକ୍ଷା କେନ୍ଦ୍ର ଓ ସହର ଅନୁୟାୟୀ ମାର୍କ ପ୍ରକାଶ କରାଯିବା ଦ୍ବାରା କେଉଁଠି ଅନିୟମିତତା ହୋଇଛି, କେତେ ପରିମାଣର ଘୋଟାଲା ହୋଇଛି ଓ କିଏ କିଏ ଏଥିରେ ଅଂଶୀଦାର ହୋଇଛନ୍ତି, ତାର ସମସ୍ତ ତଥ୍ୟ ଜଣାପଡିବାରେ ସୁବିଧା ହେବ  ବୋଲି କୁହାଯାଉଛି ।ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା।  ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବା ଏହି ରେଜଲ୍ଟରୁ ଜଣାପଡ଼ିବ, ତା’ହେଲେ ପୁଣି ପରୀକ୍ଷା ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଛନ୍ତି। 

ନିଟ୍ ପ୍ରଶ୍ନପତ୍ର ଲିକ୍, ବିଭିନ୍ନ ଅନିୟମିତା ନେଇ ହୋଇଥିବା ପିଟିସନ ଗୁଡିକର ଶୁଣାଣି ବେଳେ ଏହି ସବୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେତେକ ଛାତ୍ରଛାତ୍ରୀ ପୁଣି ଥରେ ଏଣ୍ଟ୍ରାନ୍ସ କରିବାକୁ ଦାବି କରିଥିଲେ । ପ୍ରଶ୍ନପତ୍ର ଲିକ୍ ନେଇ ବିହାର ପୋଲିସକୁ ମଧ୍ୟ ରିପୋର୍ଟ ମଗାଯାଇଛି । ହଜାରିବାଗ, ପାଟନାରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ଏହା କେତେ ବ୍ଯାପକ ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ ।

ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପିଲା ଭାଗ ନେଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା।