ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏହି ଲୋକମାନଙ୍କୁ ମିଳିବ ନାହିଁ ରାସନ, କାର୍ଡ ବି ହେବ ବାତିଲ!
Advertisement
Article Detail0/zeeodisha/odisha1341947

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏହି ଲୋକମାନଙ୍କୁ ମିଳିବ ନାହିଁ ରାସନ, କାର୍ଡ ବି ହେବ ବାତିଲ!

Ration Card: ଏପରି ପରିସ୍ଥିତିରେ ଯଦି ଆପଣଙ୍କର ରାସନ କାର୍ଡ ବାତିଲ ହୁଏ, ତେବେ ଆପଣ ଏହାକୁ ପୁନର୍ବାର ସକ୍ରିୟ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ ରାଜ୍ୟରେ AePDS ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି କିଛି ଔପଚାରିକତା କରିବାକୁ ପଡିବ ।

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏହି ଲୋକମାନଙ୍କୁ ମିଳିବ ନାହିଁ ରାସନ, କାର୍ଡ ବି ହେବ ବାତିଲ!

ନୂଆଦିଲ୍ଲୀ: Ration Card: ରାସନ କାର୍ଡଧାରୀ (Ration Card Holder) ଙ୍କ ପାଇଁ ଏକ ବଡ଼ ଖବର ଅଛି । କୋରୋନା କାଳରେ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ରାସନ (Free Ration) ର ସୁବିଧା ଆରମ୍ଭ କରିଥିଲେ । ଯାହାର ଲାଭ ଦେଶର କୋଟି କୋଟି ଲୋକ ଉଠାଉଛନ୍ତି । କିନ୍ତୁ ବିଗତ କିଛି ସମୟ ଧରି ଏପରି ଖବର ସାମ୍ନାକୁ ଆସୁଛି ଯେ ଦେଶର ଅନେକ ଅଯୋଗ୍ୟ ଲୋକ ମଧ୍ୟ ଏହି ସୁବିଧାର ଲାଭ ଉଠାଉଛନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ପରିସ୍ଥିତି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କର ରାସନ କାର୍ଡ (Ration Card) ବାତିଲ ହୋଇପାରେ । ଯଦି ଆପଣ ଭୁଲ ଉପାୟରେ ରାସନ କାର୍ଡ ତିଆରି କରିଛନ୍ତି ଓ ଏଥିରୁ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି । ତେବେ ଅଭିଯୋଗ ଆସିଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଯଦି କୌଣସି କାର୍ଡଧାରୀଙ୍କର ନିଜ ଆୟରୁ ଅର୍ଜିତ ୧୦୦ ବର୍ଗ ମିଟରର ଏକ ପ୍ଲଟ୍/ ଫ୍ଲାଟ କିମ୍ବା ଘର ଅଛି, ଚାରି ଚକିଆ ଯାନ/ ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଓ ସହରରେ ବାର୍ଷିକ ତିନି ଲକ୍ଷରୁ ଅଧିକ ପାରିବାରିକ ଆୟ ଅଛି । ଏହିପରି ଲୋକମାନେ ନିଜର ରାସନ କାର୍ଡକୁ ତହସିଲ କିମ୍ୱା ଡିଏସଓ କାର୍ଯ୍ୟାଳୟରେ ସରେଣ୍ଡ (Surrender Ration Card) କରିବାକୁ ପଡ଼ିବ । 

ସରକାରଙ୍କ ନିୟମ ଅନୁଯାୟୀ, ଯଦି ରାସନ କାର୍ଡଧାରୀ କାର୍ଡ ସରେଣ୍ଡ ନକରନ୍ତି, ତେବେ ଯାଞ୍ଚ ପରେ ଏହିପରି ଲୋକଙ୍କ କାର୍ଡ ବାତିଲ ହୋଇଯିବ । ଏହା ସହିତ ସେହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । କେବଳ ଏତିକି ନୁହେଁ, ଯେହେତୁ ସେ ରାସନ ନେଉଛନ୍ତି, ସେହି ରାସନ (Ration) ମଧ୍ୟ ଆଦାୟ କରାଯିବ ।

ଏହା ବି ପଢ଼ନ୍ତୁ:-ଖୁବ୍ ଶୀଘ୍ର ଗ୍ୟାସ ସିଲିଣ୍ଡରର ଦାମ୍ ହେବ କମ୍! ସରକାର ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ଚଳିତ ମାସରେ ପାକିସ୍ତାନରେ ପୁଣି ଦେଖାଦେବ ରାଜନୈତିକ ସଙ୍କଟ! ସମର୍ଥକଙ୍କୁ ଏହି କାମ ଦେଲେ ଇମ୍ରାନ

ଏହା ବି ପଢ଼ନ୍ତୁ:-ନୂଆ ଦଳ ଗଢ଼ିବେ ପ୍ରଶାନ୍ତ କିଶୋର! ଜାଣନ୍ତୁ କ'ଣ ରହିଛି ପ୍ଲାନ୍

 

ସେହିପରି ଯଦି ଜଣେ ରାସନ କାର୍ଡଧାରୀ ୬ ମାସ ଧରି ରାସନ ଗ୍ରହଣ କରିନାହାଁନ୍ତି, ତେବେ ନିୟମ ଅନୁଯାୟୀ ଏହା ପ୍ରମାଣିତ ହୋଇଛି ଯେ ଶସ୍ତା ଦରରେ ଉପଲବ୍ଧ ଖାଦ୍ୟଶସ୍ୟର ଆବଶ୍ୟକତା ନାହିଁ କିମ୍ବା ଅନ୍ୟଥା ସେ ରାସନ ନେବାକୁ ଯୋଗ୍ୟ ନୁହଁନ୍ତି । ଏଭଳି ପରିସ୍ଥିତିରେ ଯିଏ ୬ ମାସ ଧରି ରାସନ ଗ୍ରହଣ କରି ନାହାଁନ୍ତି, ତାହାକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ରାସନ କାର୍ଡ ରଦ୍ଦ କରିହେବ । ରାଜଧାନୀ ଦିଲ୍ଲୀ, ବିହାର ଏବଂ ଝାଡ଼ଖଣ୍ଡରେ ରାସନକୁ ନେଇ ସମାନ ନିୟମ ଲାଗୁ ରହିଛି ।

ଏପରି ପରିସ୍ଥିତିରେ ଯଦି ଆପଣଙ୍କର ରାସନ କାର୍ଡ ବାତିଲ ହୁଏ, ତେବେ ଆପଣ ଏହାକୁ ପୁନର୍ବାର ସକ୍ରିୟ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ ରାଜ୍ୟରେ AePDS ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି କିଛି ଔପଚାରିକତା କରିବାକୁ ପଡିବ । କେବଳ ଏତିକି ନୁହେଁ, ଆପଣ ସମଗ୍ର ଭାରତରେ AePDS ରାସନ କାର୍ଡ ପୋର୍ଟାଲ ଭିଜିଟ କରି ଏହାକୁ ସକ୍ରିୟ ବା ଆକ୍ଟିଭ କରିପାରିବେ ।