Ramzan Kadyrov: 'ୟୁକ୍ରେନରେ ପରମାଣୁ ବୋମା ବ୍ୟବହାର କରନ୍ତୁ ପୁଟିନ' ଋଷର ଏହି ଖାସ୍ ବନ୍ଧୁ ଦେଲେ ପରାମର୍ଶ
Advertisement

Ramzan Kadyrov: 'ୟୁକ୍ରେନରେ ପରମାଣୁ ବୋମା ବ୍ୟବହାର କରନ୍ତୁ ପୁଟିନ' ଋଷର ଏହି ଖାସ୍ ବନ୍ଧୁ ଦେଲେ ପରାମର୍ଶ

Ramzan Kadyrov: ଚେଚେନ୍ୟାର ପ୍ରଭାବଶାଳୀ ଶାସକ ରମଜାନ କାଦିରୋଭ ୟୁକ୍ରେନ ଯୁଦ୍ଧର ଦୃଡ଼ ସମର୍ଥକଙ୍କ ମଧ୍ୟରୁ ଅନ୍ୟତମ। ୟୁକ୍ରେନରେ ଋଷ ପକ୍ଷରୁ ଚେଚେନ୍ୟା ଯୋଦ୍ଧାମାନେ ଯୁଦ୍ଧ ଲଢ଼ୁଛନ୍ତି । କାଦିରୋଭ ବ୍ୟକ୍ତିଗତ ଭାବେ ପୁଟିନଙ୍କ ନିକଟତର ବୋଲି ମନେ କରାଯାଏ । 

Ramzan Kadyrov: 'ୟୁକ୍ରେନରେ ପରମାଣୁ ବୋମା ବ୍ୟବହାର କରନ୍ତୁ ପୁଟିନ' ଋଷର ଏହି ଖାସ୍ ବନ୍ଧୁ ଦେଲେ ପରାମର୍ଶ

ମସ୍କୋ: Ramzan Kadyrov on Russia Ukraine: ଋଷ (Russia) ୟୁକ୍ରେନ (Ukraine) ର ୧୫ ପ୍ରତିଶତ ଅଞ୍ଚଳକୁ ନିଜ ଦେଶର ଅଂଶ ଭାବରେ ଘୋଷଣା କରିସାରିଛି । ଶୁକ୍ରବାର ଋଷ ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ମଧ୍ୟ ଏହାକୁ ନେଇ ଏକ ସରକାରୀ ଆଦେଶରେ ଦସ୍ତଖତ କରିଛନ୍ତି । ବର୍ତ୍ତମାନ ପୁଟିନଙ୍କ ବନ୍ଧୁ ତଥା ଚେଞ୍ଚିଆ କମାଣ୍ଡର (Chechnya Commander) ରମଜାନ କାଦିରୋଭ (Ramzan Kadyrov) ଯୁଦ୍ଧର ପରାଜୟ ପରେ ୟୁକ୍ରେନରେ ସ୍ୱଳ୍ପ କ୍ଷମତା ବିଶିଷ୍ଟ ପରମାଣୁ ବୋମା ବ୍ୟବହାର କରିବାକୁ ଋଷକୁ କହିଛନ୍ତି । ଋଷର ସମର୍ଥନରେ କାଦିରୋଭ ତାଙ୍କର ଖତରନାକ୍ ଯୋଦ୍ଧାମାନଙ୍କର ଏକ ବୃହତ ସୈନ୍ୟବାହିନୀକୁ ୟୁକ୍ରେନକୁ ମୁତୟନ କରିଥିଲେ । ଏହି ଚେଚେନ୍ୟା ଯୁଦ୍ଧାମାନେ ୟୁକ୍ରେନ ସାଧାରଣ ନାଗରିକଙ୍କ ପ୍ରତି ଅତ୍ୟାଚାରର ସୀମା ଅତିକ୍ରମ କରିସାରିଛି । ଚେଚେନ୍ୟା ଋଷର ଏକ ଅଶାନ୍ତ ଅଞ୍ଚଳ ଥିଲା, ଯାହାକୁ ପୁଟିନ ବହୁ ଶକ୍ତି ଓ କୂଟନୈତିକ ଦମରେ ଶାନ୍ତ କରିଛନ୍ତି । ସେଠାକାର ସବୁଠାରୁ ପ୍ରଭାବଶାଳୀ ନେତା ରମଜାନ କାଦିରୋଭଙ୍କୁ ପୁଟିନ ନିଜର ମିତ୍ର କରିନେଇଛନ୍ତି ।

ଋଷ ପୂର୍ବ ୟୁକ୍ରେନର ଲିମେନ (Lyman) ରୁ ନିଜର ସୈନ୍ୟ ପ୍ରତ୍ୟାହାରକୁ ନିଶ୍ଚିତ କରିଛି । ପୂର୍ବ ୟୁକ୍ରେନର ଲିମେନ ଋଷର ଏକ ପ୍ରମୁଖ ସାମରିକ ଗଡ଼ ଥିଲା । ଏଠାରୁ ୟୁକ୍ରେନରେ ଅବସ୍ଥାପିତ ଋଷ ସେନାକୁ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିଲା । ଲିମେନ ଚାଲିଯିବା ମାତ୍ରେ କାଦିରୋଭ ଋଷର ବରିଷ୍ଠ ସେନା କମାଣ୍ଡୋମାନଙ୍କୁ ସେମାନଙ୍କ ବିଫଳତା ପାଇଁ ତାଗିଦ କରିଥିଲେ । ସେ ଟେଲିଗ୍ରାମରେ ଲେଖିଛନ୍ତି ଯେ,  "ମୋର ବ୍ୟକ୍ତିଗତ ମତରେ ସୀମାରେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ଏଥିରେ ସାମରିକ ଆଇନ ଘୋଷଣା ଓ ଏପରିକି ସ୍ୱଳ୍ପ କ୍ଷମତା ବିଶିଷ୍ଟ ପରମାଣୁ ଅସ୍ତ୍ର ବ୍ୟବହାର ସାମିଲ କରାଯାଉ ।"

ଅଧିକ ପଢ଼ନ୍ତୁ:-ବିଜେପି ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ର ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ଠିକ୍ କି? ଚକିତ କରୁଛି ସର୍ଭେର ଫଳାଫଳ

ଅଧିକ ପଢ଼ନ୍ତୁ:-ଆମେରିକା ପ୍ରଥମ ଥର ପାଇଁ ଭାରତ ବିରୁଦ୍ଧରେ ନେଲା ଏହି ବଡ଼ ପଦକ୍ଷେପ!

ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ ଶିଳାଜିତ ଠାରୁ ଅଧିକ ଶକ୍ତି ପ୍ରଦାନ କରିଥାଏ ଏହି ଗଛର ପତ୍ର, ପ୍ରତିଦିନ କରନ୍ତୁ ସେବନ!

 

ଋଷ ପାଖରେ ବିଶ୍ୱର ସର୍ବବୃହତ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି । ଏଥିରେ କମ୍ ପ୍ରଭାବଶାଳୀ ସାମରିକ ପରମାଣୁ ଅସ୍ତ୍ର ମଧ୍ୟ ସାମିଲ ଅଛି, ଯେଉଁଥିରେ ବିରୋଧୀ ସେନା ବିରୁଦ୍ଧରେ ଆକ୍ରମଣ ପାଇଁ ଡିଜାଇନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେଭଙ୍କ ସମେତ ପୁଟିନଙ୍କ ଅନ୍ୟାନ୍ୟ ଘନିଷ୍ଠ ସହଯୋଗୀ ମଧ୍ୟ କହିଛନ୍ତି ଯେ ଋଷକୁ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ପଡିପାରେ । କିନ୍ତୁ, ଏସବୁ ମଧ୍ୟରେ ରମଜାନ କାଦିରୋଭଙ୍କ ସର୍ବଶେଷ ବୟାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସ୍ପଷ୍ଟ ବୋଲି ମନେ କରାଯାଉଛି । ଚେଚେନ୍ୟାର ପ୍ରଭାବଶାଳୀ ଶାସକ ରମଜାନ କାଦିରୋଭ ୟୁକ୍ରେନ ଯୁଦ୍ଧର ଦୃଡ଼ ସମର୍ଥକଙ୍କ ମଧ୍ୟରୁ ଅନ୍ୟତମ। ୟୁକ୍ରେନରେ ଋଷ ପକ୍ଷରୁ ଚେଚେନ୍ୟା ଯୋଦ୍ଧାମାନେ ଯୁଦ୍ଧ ଲଢ଼ୁଛନ୍ତି । କାଦିରୋଭ ବ୍ୟକ୍ତିଗତ ଭାବେ ପୁଟିନଙ୍କ ନିକଟତର ବୋଲି ମନେ କରାଯାଏ । ୨୦୦୭ରେ ପୁଟିନ ଅଶାନ୍ତ ଚେଚେନ୍ୟା ଉପରେ ଶାସନ କରିବା ପାଇଁ ରମଜାନ କାଦିରୋଭଙ୍କୁ ନିଯୁକ୍ତ କରିଥିଲେ ।