Rajiv Gandhi Foundation: ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର, ଏଣିକି ବିଦେଶୀ ଫଣ୍ଡ ନେଇପାରିବ ନାହିଁ କଂଗ୍ରେସର ସଂଗଠନ
Advertisement

Rajiv Gandhi Foundation: ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର, ଏଣିକି ବିଦେଶୀ ଫଣ୍ଡ ନେଇପାରିବ ନାହିଁ କଂଗ୍ରେସର ସଂଗଠନ

Rajiv Gandhi Foundation: FCRA ଲାଇସେନ ଅନ୍ତର୍ଗତ ଏହା ଜାଣିହେବ ଯେ ଯେଉଁ ଅନୁଦାନ ନିଆଯାଇଛି, ତାହା କେଉଁ ଅନୁଷ୍ଠାନ ଓ କେଉଁ କାମ ପାଇଁ ବ୍ୟବହାର କରାଯାଇଛି । ଏହାର ବ୍ୟବହାର ଦେଶର ହିତ ପାଇଁ କରାଯାଇଛି ନା ଦେଶ ବିରୋଧୀ ଗତିବିଧିରେ ବ୍ୟବହାର କରାଯାଇଛି ।

Rajiv Gandhi Foundation: ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର, ଏଣିକି  ବିଦେଶୀ ଫଣ୍ଡ ନେଇପାରିବ ନାହିଁ କଂଗ୍ରେସର ସଂଗଠନ

Rajiv Gandhi Foundation FCRA Licence: ରାଜୀବ ଗାନ୍ଧୀ ଫାଉଣ୍ଡେସନ ଓ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟର FCRA ଲାଇସେନ୍ସକୁ ଗୃହ ମନ୍ତ୍ରଣାଳୟ ବାତିଲ କରିଦେଇଛି । ଅଭିଯୋଗ ହୋଇଛି ଯେ, ରାଜୀବ ଗାନ୍ଧୀ ଫାଉଣ୍ଡେସନ (Rajiv Gandhi Foundation) ଫୋରେନ୍ କଣ୍ଟ୍ରିବ୍ୟୁଶନ୍ ରେଗୁଲେଶନ ଆକ୍ଟର ଉଲ୍ଲଂଘନ କରିଛି । ଯାଞ୍ଚରୁ ଏହା ଜଣାପଡିଛି ଯେ,  ନିୟମକୁ ଅଣଦେଖା କରି ଫାଉଣ୍ଡେସନ ପଡ଼ୋଶୀ ଦେଶ ଚୀନରୁ ଫଣ୍ଡ ନେଇଛି । ଦୀର୍ଘ ଦିନ ଧରି ଗୃହ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ କରୁଥିଲା । ଯାଞ୍ଚରେ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଭୁଲ ଥିବା ଜଣାପଡିବା ପରେ ଗୃହ ମନ୍ତ୍ରଣାଳୟର ବୈଦେଶିକ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । FCRA ଲାଇସେନ୍ସ ଅନୁଯାୟୀ, ସ୍ଥାନୀୟ ସଂଗଠନ ଓ ଏନଜିଓ ବିଦେଶୀ ସଂସ୍ଥାଗୁଡ଼ିକ, ବ୍ୟକ୍ତିବିଶେଷଙ୍କଠାରୁ ଅନୁଦାନ ନେଇପାରିବେ । କିନ୍ତୁ ନିଆଯାଉଥିବା ଅନୁଦାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା କେନ୍ଦ୍ର ସରକାରଙ୍କୁ ଦିଆଯାଇଥାଏ । ଏହା ସହିତ ଏହା ଜାଣିହେବ ଯେ ଯେଉଁ ଅନୁଦାନ ନିଆଯାଇଛି, ତାହା କେଉଁ ଅନୁଷ୍ଠାନ ଓ କେଉଁ କାମ ପାଇଁ ବ୍ୟବହାର କରାଯାଇଛି । ଏହାର ବ୍ୟବହାର ଦେଶର ହିତ ପାଇଁ କରାଯାଇଛି ନା ଦେଶ ବିରୋଧୀ ଗତିବିଧିରେ ବ୍ୟବହାର କରାଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ, ସୋନିଆ ଗାନ୍ଧୀଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପି ଚିଦାମ୍ବରମ୍ ଏହି ଫାଉଣ୍ଡେସନର ସଦସ୍ୟ ଅଛନ୍ତି । ୧୯୯୧ରେ ଏହି ସଂସ୍ଥା ଗଠନ କରାଯାଇଥିଲା । ରାଜୀବ ଗାନ୍ଧୀ ଫାଉଣ୍ଡେସନରେ ଆର୍ଥିକ ଅନିୟମିତତା ଯାଞ୍ଚ ପାଇଁ ୨୦୨୦ରୁ ଏକ ଆନ୍ତଃମନ୍ତ୍ରୀ କମିଟି ଗଠନ କରାଯାଇଥିଲା । ଏଥିରେ ବରିଷ୍ଠ ଇଡି ଅଧିକାରୀମାନେ ମଧ୍ୟ ଥିଲେ । କମିଟି ଦୁଇ ଦିନ ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିଥିଲା ।

୧୯୯୧ରେ ପ୍ରତିଷ୍ଠିତ ଏହି ଫାଉଣ୍ଡେସନ ୨୦୦୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ମହିଳା ଏବଂ ଶିଶୁ, ଦିବ୍ୟାଙ୍ଗ ସହାୟତା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାର୍ଯ୍ୟ କରିଛି । ୨୦୧୦ରେ ଫାଉଣ୍ଡେସନ୍ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବାକୁ ସ୍ଥିର କରିଥିଲା ଓ ଏହା ପାଇଁ ଏକ ୱେବସାଇଟ୍ ତିଆରି କରିଥିଲା । ଫାଉଣ୍ଡେସନର ଜଣେ ବ୍ୟକ୍ତି ନାମ ନ କହିବା ସର୍ତ୍ତରେ କହିଛନ୍ତି ଯେ, ଫାଉଣ୍ଡେସନର FCRA ଲାଇସେନ୍ସକୁ ୨୦୨୦ରୁ ତିନିରୁ ଛଅ ମାସର ଏକ ଛୋଟ ଅବଧି ମଧ୍ୟରେ ଅପଡେଟ୍ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ପାକିସ୍ତାନ ବିପକ୍ଷରେ ଖେଳୁଥିବାର ଦେଖବାକୁ ମିଳିବ ନାହିଁ ଏହି ବଡ଼ ମ୍ୟାଚ୍ ୱିନର! ସମ୍ଭାବ୍ୟ ଏକାଦଶରେ କରିପାରିଲେନି ନିଜ ସ୍ଥାନ

ଅଧିକ ପଢ଼ନ୍ତୁ:-କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର, କେବଳ OTT ନୁହେଁ ଏଠାରେ ବି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାର ୨ ନୂଆ ଘାତକ ଭାରିଆଣ୍ଟର ଏଣ୍ଟ୍ରି! ଚେତାବନୀ ଜାରି କଲେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ

ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ ଜୁଲାଇ ୨୦୨୦ରେ ଏକ କମିଟି ଗଠନ କରାଯାଇଥିଲା । ଏହାର ରିପୋର୍ଟ ଆଧାରରେ ଫାଉଣ୍ଡେସନର ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଫାଉଣ୍ଡେସନର ଉପରେ ଲଗାତର ବିଜେପି ବିଦେଶୀ ଫଣ୍ଡ ନେବାର ଅଭିଯୋଗ କରି ଆସୁଛି । ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନରୁ ପାଣ୍ଠି ନେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ନିୟମକୁ ଅଣଦେଖା କରାଯାଇଥିବା କୁହାଯାଇଥିଲା ।