Lord Vishnu Idol: ପୋଖରୀ ଖୋଳିବା ସମୟରେ ମିଳିଲା ଭଗବାନ ବିଷ୍ଣୁଙ୍କ ପ୍ରତିମା, ଦର୍ଶନ ପାଇଁ ଭିଡ଼ ଜମାଇଲେ ଲୋକେ
Advertisement

Lord Vishnu Idol: ପୋଖରୀ ଖୋଳିବା ସମୟରେ ମିଳିଲା ଭଗବାନ ବିଷ୍ଣୁଙ୍କ ପ୍ରତିମା, ଦର୍ଶନ ପାଇଁ ଭିଡ଼ ଜମାଇଲେ ଲୋକେ

Idol of Lord Vishnu Found in Pond: ରାଜସ୍ଥାନ ସିକର ଜିଲ୍ଲାର ଖଣ୍ଡେଲା ଅଞ୍ଚଳରେ ଅବସ୍ଥିତ ଚାରୋଡାଧାମସ୍ଥିତ ରସୋଡା ପୋଖରୀରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ମିଳିଛି। ସହରୀ ନିଯୁକ୍ତି ଯୋଜନା ଅଧୀନରେ ଏହି ପୋଖରୀରେ ଖନନ କାର୍ଯ୍ୟ କରିବା ସମୟରେ ଶ୍ରମିକ ଭଗବାନ ବିଷ୍ଣୁଙ୍କ ଏହି ପ୍ରତିମା ପାଇଥିଲେ।

Lord Vishnu Idol: ପୋଖରୀ ଖୋଳିବା ସମୟରେ ମିଳିଲା ଭଗବାନ ବିଷ୍ଣୁଙ୍କ ପ୍ରତିମା, ଦର୍ଶନ ପାଇଁ ଭିଡ଼ ଜମାଇଲେ ଲୋକେ

Lord Vishnu Idol Found in Pond: ପୋଖରୀ ଖୋଳିବା ସମୟରେ ମିଳିଛି ଭଗବାନ ବିଷ୍ଣୁଙ୍କ ପ୍ରତିମା। ପୋଖରୀରୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳିବା ପରେ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି ଲୋକ। 
ରାଜସ୍ଥାନ ସିକର ଜିଲ୍ଲାର ଖଣ୍ଡେଲା ଅଞ୍ଚଳରେ ଅବସ୍ଥିତ ଚାରୋଡାଧାମସ୍ଥିତ ରସୋଡା ପୋଖରୀରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ମିଳିଛି। ସହରୀ ନିଯୁକ୍ତି ଯୋଜନା ଅଧୀନରେ ଏହି ପୋଖରୀରେ ଖନନ କାର୍ଯ୍ୟ କରିବା ସମୟରେ ଶ୍ରମିକ ଭଗବାନ ବିଷ୍ଣୁଙ୍କ ଏହି ପ୍ରତିମା ପାଇଥିଲେ। ପୋଖରୀରୁ ପ୍ରତିମା ମିଳିବା ପରେ ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥିଲେ।

ପୋଖରୀ ଖନନ ସମୟରେ ଶ୍ରମିକ ଏକ ପ୍ରତିମୂର୍ତ୍ତିର ଉପସ୍ଥିତି ବାବଦରେ ଅନୁଭବ କରିଥିଲେ। ଏହା ପରେ ଶ୍ରମିକ ସାବଧାନତାର ସହ ପୋଖରୀ ଖୋଳିବା କାର୍ଯ୍ୟ କରିଥିଲେ। ପୋଖରୀ ଖୋଳିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକ ସେହି ମୂର୍ତ୍ତିକୁ ମାଟିରୁ ବାହାର କରି ଏହାକୁ ସଫା କରିଥିଲେ। ହେଲେ ସଫା କରାଯିବା ପରେ ଏହି ମୂର୍ତ୍ତି ଭଗବାନ ବିଷ୍ଣୁଙ୍କ ପ୍ରତିମା (Lord Vishnus Idol) ଭଳି ଦେଖା ଯାଇଥିଲା। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଏନେଇ ଖବର ମିଳିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଏହାକୁ ଭଗବାନଙ୍କ ପ୍ରକାଶ ଏବଂ ଚମତ୍କାର ବୋଲି କହୁଛନ୍ତି।

ଯେତେବେଳେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ମମତା ଚୌଧରୀଙ୍କୁ ଭଗବାନଙ୍କ ମୂର୍ତ୍ତି ମିଳିବା ବିଷୟରେ ଖବର ମିଳିଲା, ସେତେବେଳେ ସେ ତାଙ୍କ କର୍ମଚାରୀଙ୍କ ସହ ରସୋଡା ପୋଖରୀରେ ପହଞ୍ଚି ଏହି ମୂର୍ତ୍ତିକୁ ବାହାର କରିଥିଲେ। ଏହା ପରେ ମୂର୍ତ୍ତିକୁ ପାଣି ଏବଂ କ୍ଷୀରରେ ଅଭିଷେକ କରାଯାଇଥିଲା। ଏହା ପରେ ଇଶ୍ବରଙ୍କ ଏହି ପ୍ରତିମା ଅଧିକ ଇଶ୍ୱରୀୟ ରୂପରେ ଦେଖାଯିବା ଆରମ୍ଭ କରିଥଲା। ଏହି ମୂର୍ତ୍ତିକୁ ଦର୍ଶନ କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଭକ୍ତ ରହିଥିଲେ। ପୋଖରୀ ଖୋଳିବା ସମୟରେ ମୂର୍ତ୍ତି ମିଳିବା ବିଷୟରେ ପୌରସଂସ୍ଥା ପ୍ରଶାସନ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଏହି ମୂର୍ତ୍ତିକୁ ପୌରସଂସ୍ଥା ପାଖରୁ ନିଆଯାଇ ଏକ ଘରେ ରଖାଯାଇଥିଲା।

Bihar: ରେଳ ଲାଇନ ଠାରେ ଚାଲିଥିଲା ଖନନ କାର୍ଯ୍ୟ, ୧୫ ଫୁଟ ତଳୁ ମିଳିଲା ପ୍ରଭୁ ବିଷ୍ଣୁଙ୍କ ୪ ଫୁଟ ଉଚ୍ଚ ପ୍ରତିମା

ପୋଖରୀ ଖୋଳିବା ସମୟରେ ମୂର୍ତ୍ତି ମିଳିବା ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ (Archeological Survey of India) ଅବଗତ କରାଯାଇଛି। ଯାହା ପରେ ଏଏସଆଇ ଦଳ ଏହି ମୂର୍ତ୍ତି ବାବଦରେ ଅଧିକ ଗବେଷଣା କରିବେ। ଏହା ପରେ ଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ମମତା ଚୌଧରୀ ନିଜେ ଏହି ମୂର୍ତ୍ତିର ରକ୍ଷଣାବେକ୍ଷଣ ତଥା ନିରାପତ୍ତା ଉପରେ ନଜର ରଖିଛନ୍ତି।