Andhra Train Tragedy: ମୃତକଙ୍କ ପରିବାର ଲାଗି ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରେଳମନ୍ତ୍ରୀ
Advertisement
Article Detail0/zeeodisha/odisha1935907

Andhra Train Tragedy: ମୃତକଙ୍କ ପରିବାର ଲାଗି ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରେଳମନ୍ତ୍ରୀ

Andhra Pradesh train accident:  ସମସ୍ତ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା, ଗୁରୁତର ମାନଙ୍କ ଲାଗି ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି । ଅନ୍ୟପଟେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ । 

ସୌ(ସୋସିଆଲ ମିଡିଆ)

Andhra Train Tragedy: ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ ନିକଟରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଛି । ଏନେଇ ପୂର୍ବତଟ ରେଳପଥ ମୁଖ୍ୟ ସୂଚନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଲାଗି ରହିଥିବା ବେଳେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଆଲାମଣ୍ଡ ହସ୍ପିଟାଲରେ ଚିକିତ୍ସା ନେଇ ବ୍ୟବସ୍ଥା କରାଯାଇଛି। ତେବେ ମୃତକଙ୍କ ପରିବାର ଲାଗି ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ।

ସମସ୍ତ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା, ଗୁରୁତର ମାନଙ୍କ ଲାଗି ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି । ଅନ୍ୟପଟେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ । ଆନ୍ଧ୍ର ପ୍ରଦେଶ ନିବାସୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ଅନ୍ୟ ରାଜ୍ୟର ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଲେଖିଛନ୍ତି, ‘ବିଜୟନଗରମ୍ ଜିଲ୍ଲାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଘଟଣା ଗଭୀର ଆହତ ଦେଇଛି । ଅଧିକାରୀମାନଙ୍କୁ ଶୀଘ୍ର ରେସ୍କ୍ୟୁ ଅପରେସନ୍ ତ୍ବରିତ କରିବାକୁ ଓ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି’ ।

ପ୍ରକାଶ ଥାଉ କି, ବିଜୟନଗରମ୍ କଣ୍ଟକାପଲ୍ଲୀ ନିକଟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଦୁର୍ଘଟଣା ଘଟିଛି । ସେପଟେ ସିଗନାଲ ପାଇଁ ଅପେକ୍ଷା କରିଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ପଛପଟୁ ଧକ୍କା ଦେଇଥିଲା ପଲାସା ଏକ୍ସପ୍ରେସ୍ । ଆନ୍ଧ୍ର ପ୍ରଦେଶର ଆଲମଣ୍ତା ଓ କଣ୍ଟକାପଲ୍ଲୀ ଷ୍ଟେସନ ମଧ୍ଯରେ ଏହି ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ୪ରୁ ୫ଟି ବଗି ଲାଇନଚ୍ୟୁତ ହୋଇଛି ।