Railway Service: ଆଗାମୀ ୫ ବର୍ଷରେ ସବୁ ଯାତ୍ରୀ ପାଇବେ କନଫର୍ମ ଟିକେଟ୍: ଅଶ୍ବିନୀ ବୈଷ୍ଣବ
Advertisement
Article Detail0/zeeodisha/odisha2220355

Railway Service: ଆଗାମୀ ୫ ବର୍ଷରେ ସବୁ ଯାତ୍ରୀ ପାଇବେ କନଫର୍ମ ଟିକେଟ୍: ଅଶ୍ବିନୀ ବୈଷ୍ଣବ

Railway Service: ଟ୍ରେନ୍ ଯାତ୍ରା ବେଳେ ସିଟ୍ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆଗାମୀ ୫ ବର୍ଷରେ ସମସ୍ତ ଯାତ୍ରୀ ପାଇବେ କନଫର୍ମ ଟିକେଟ୍ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରେଳପଥକୁ ଆଗାମୀ ୫ ବର୍ଷରେ ଆହୁରି ସୁଦୃଢ କରାଯିବ । କେନ୍ଦ୍ର ସରକାର ରେଳବାଇରେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିଛନ୍ତି । ୱେଟିଂ ଲିଷ୍ଟକୁ ଦୂର କରିବା ପାଇଁ ନୂଆ ଟ୍ରେନ୍ ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି  । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳପଥରେ ଅଦ୍ଭୁଦ ପରିବର୍ତ୍ତନ ଆଣିଛନ୍ତି । ତେବେ ଆଗାମୀ ୫ ବର୍ଷରେ ରେଳପଥର କ୍ଷମତା ବୃଦ୍ଧି ମୋଦି ସରକାରଙ୍କ ଗାରେଣ୍ଟି ଅଟେ । ଏହା ଫଳରେ ରେଳରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଟ୍ରେନରେ କନଫର୍ମ ଟିକେଟ ପାଇପାରିବେ । ସେ ଆଉ ମଧ୍ଯ କହିଛନ୍ତି, ‘୨୦୧୪ରୁ ୨୦୨୪ ମଧ୍ଯରେ ୩୧,୦୦୦ କି.ମିର ନୂଆ ଟ୍ରାକ୍ ନିର୍ମାଣ କରାଯାଇଛି । ୨୦୦୪ରୁ ୨୦୧୪ ମଧ୍ଯରେ ମାତ୍ର ୫୦୦୦ କି.ମି ରେଳପଥର ବିଦ୍ୟୁତୀକରଣ କରାଯାଇଥିଲା । କିନ୍ତୁ ମୋଦି ସରକାର ଆସିବା ପରେ ଗତ ୧୦ ବର୍ଷରେ ୪୪,୦୦୦ କିଲୋମିଟର ରେଳପଥକୁ ବିଦ୍ୟୁତୀକରଣ କରାଯାଇଛି । ସେହିପରି ୨୦୦୪ରୁ ୨୦୧୪ ମଧ୍ଯରେ ମାତ୍ର ୩୨,୦୦୦ କୋଚ ତିଆରି ହୋଇଥିଲା, କିନ୍ତୁ ୨୦୧୪ରୁ ୨୦୨୪ ମଧ୍ଯରେ ୫୪,୦୦୦ କୋଚ୍ ନିର୍ମାଣ ହୋଇଛି । ତେବେ ଦେଶର ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ୫୦ ବର୍ଷିଆ ଭିଜନ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି’ ।

Also Read- Odisha Election 2024: ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ, ସୋନପୁରରେ ସଭା କରି ମାଗିବେ ଭୋଟ୍

ପ୍ରକାଶ ଥାଉ କି, ୨୦୨୬ରେ ଭାରତରେ ପ୍ରଥମ ବୁଲେଟ ଟ୍ରେନ୍ ଗଡ଼ିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ବୁଲେଟ ଟ୍ରେନ୍ ଗଡ଼ିବା ନେଇ ୧୨ଟି ଷ୍ଟେସନରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ବିଶେଷ କରି, ଅହମ୍ମଦାବାଦ- ମୁମ୍ବାଇ ରୁଟରେ ବୁଲେଟ ଟ୍ରେନ୍ କାର୍ଯ୍ୟ ଜୋରସୋର ଚାଲିଛି ।