Cyclone Mandous Update: ବର୍ଷ ଶେଷରେ ବାତ୍ୟା ଭୟ ,ଜାଣନ୍ତୁ ସାମ୍ଭାବ୍ୟ ବାତ୍ୟା 'ମାଣ୍ଡୋସ୍'ର ପ୍ରଭାବ ଓଡିଶା ଉପରେ କିଭଳି ରହିବ ?
Advertisement

Cyclone Mandous Update: ବର୍ଷ ଶେଷରେ ବାତ୍ୟା ଭୟ ,ଜାଣନ୍ତୁ ସାମ୍ଭାବ୍ୟ ବାତ୍ୟା 'ମାଣ୍ଡୋସ୍'ର ପ୍ରଭାବ ଓଡିଶା ଉପରେ କିଭଳି ରହିବ ?

Cyclone Mandous Update: ବର୍ଷରେ ଶେଷରେ ଅର୍ଥାତ ଡିସେମ୍ବର ମାସରେ ସାମ୍ଭାବ୍ୟ ବାତ୍ୟା ଭୟ ଦଖାଦେଇଛି । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ମାଣ୍ଡୋସ୍' । ଲଘୁଚାପ ସକ୍ରିୟ ଥିବା ବେଳେ ଆଜି ସନ୍ଧ୍ୟା ବେଳେକୁ ଏହା ଅବପାତର ରୂପ ନେଇପାରେ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ ।

ସୌଜନ୍ୟ : ସୋସିଆଲ ମିଡିଆ

Cyclone Mandous Update: ବର୍ଷରେ ଶେଷରେ ଅର୍ଥାତ ଡିସେମ୍ବର ମାସରେ ସାମ୍ଭାବ୍ୟ ବାତ୍ୟା ଭୟ ଦଖାଦେଇଛି । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ମାଣ୍ଡୋସ୍' । ଲଘୁଚାପ ସକ୍ରିୟ ଥିବା ବେଳେ ଆଜି ସନ୍ଧ୍ୟା ବେଳେକୁ ଏହା ଅବପାତର ରୂପ ନେଇପାରେ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଲୁଘଚାପ ଓ ପରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ  । ୮ତାରିଖ ସୁଧା ତାମିଲନାଡୁ, ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତି ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା 'ମାଣ୍ଡସ୍' ଲ୍ୟାଣ୍ଡଫଲ୍ କରିବା ନେଇ ଜଣାପଡ଼ିଛି ।

 

ଆଇଏମଡିର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗାର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କରି ବଙ୍ଗୋପସାଗରରେ ଲଘୁଚାପ ରୂପ ନେବ । ପରେ ଏହା ବାତ୍ୟା ‘ମାଣ୍ଡସ’ର ରୂପ ନେଇ ଦକ୍ଷିଣ-ପୂର୍ବ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରଭାବ ପକାଇବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରେ ସୃଷ୍ଟ ଲଗୁଚାପ ୮ତାରିଖ ସକାଳ ସୁଦ୍ଧା ତାମିଲନାଡୁ ଓ ପଣ୍ଡିଚେରୀର ଉପକୂଳବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ । ସମ୍ଭାବ୍ୟ ବାତ୍ୟା 'ମାଣ୍ଡସ୍' ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୭ତାରିଖ ମଧ୍ୟ ରାତ୍ରୀ ସୁଦ୍ଧା ତାମିଲନାଡ଼ୁ ଓ ପଣ୍ଡିଚେରୀର ଉତ୍ତର ଉପକୂଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

 

୯ ରେ ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଏନେଇ ତାମିଲନାଡୁର ୮ ଜିଲ୍ଲାକୁ  ରେଡ ଆର୍ଲଟ ଜାରି କରାଯାଇଛି । ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ,  ଏନଡିଆରଏଫ ଓ ଏସଡିଆରଏଫ ତରଫରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ଭାବ୍ୟ ବାତ୍ୟା ମାଣ୍ଡସ୍ ଯୋଗୁ ପବନର ବେଗ ବଢିବ । ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗର ପବନ ବହିବ । ୭ ତାରିଖରେ ଘଣ୍ଟା ପ୍ରତି ୭୫ କିମି ଓ ୮ ତାରିଖରେ ୭୦-୮୦ କିମି ବେଗରେ ପବନ ବହିବ । ଏନେଇ ମତ୍ମ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ତେବେ ଓଡ଼ଶାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆନ୍ଧ୍ର ଉପକୂଳ ସମୁଦ୍ର ଆଖପାଖରେ ବାତ୍ୟା ପହଞ୍ଚିବା ସମ୍ଭାବନା ରହିଛି । ତେବେ ଓଡ଼ଶାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହାବି ପଢନ୍ତୁ : Cyclone Storm: ଅଶାନ୍ତ ହୋଇଉଠୁଛି ସମୁଦ୍ର, ମାଡିଆସୁଛି ବାତ୍ୟା ‘ମାଣ୍ଡୋସ’ !

ଏହାବି ପଢନ୍ତୁ : Electoral Bond: ଧର୍ଯ୍ଯହରା କେନ୍ଦ୍ର ସରକାର! ସୁପ୍ରିମକୋର୍ଟଙ୍କ ରାୟ ଆସିବାର ଦିନକ ପୂବେ ବିକ୍ରି ହେଲା ନିର୍ବାଚନୀ ବଣ୍ଡ