'ଉଡାଣ' କୁ ପ୍ରଧାନମନ୍ତ୍ରୀ ଉତ୍କୃଷ୍ଟତା ପୁରସ୍କାର
Advertisement
Article Detail0/zeeodisha/odisha1155045

'ଉଡାଣ' କୁ ପ୍ରଧାନମନ୍ତ୍ରୀ ଉତ୍କୃଷ୍ଟତା ପୁରସ୍କାର

ବିମାନ ସେବାକୁ ସାଧାରଣ ଲୋକଙ୍କ ପାଇଁ ସହଜରେ ଓ କମ ଦାମରେ ଓ କମ ସମୟରେ ଛୋଟବଡ଼ ସହରରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ୨୦୧୬ରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ। 

 'ଉଡାଣ' କୁ ପ୍ରଧାନମନ୍ତ୍ରୀ ଉତ୍କୃଷ୍ଟତା ପୁରସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଛି 'ଉଡାଣ' (UDAN-Ude Desh ka Aam Nagrik) ଯୋଜନା। କମ୍ ସମୟ ମଧ୍ୟରେ ଉଲ୍ଲେଖନୀୟ ସଫଳତା ଓ ଲୋକଙ୍କ ସେବାରେ ଉତ୍କର୍ଷତା ପାଇଁ (Award for Excellence in Public Administration2020)ବର୍ଗରେ ଏହି ଯୋଜନା ପୁରସ୍କାର ପାଇଁ ମନୋନୀତ ହୋଇଛି। ଆସନ୍ତା ଏପ୍ରିଲ ୨୧ ତାରିଖରେ 'ସିଭିଲ ସର୍ଭିସ ଡେ' ଅବସରରେ ଦିଲ୍ଲୀର ବିଜ୍ଞାନ ଭନବରେ ଆୟୋଜିତ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିବେ। 'ସିଭିଲ ସର୍ଭିସ ଡେ' ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି। ଏହି ଅବସରରେ ମନ୍ତ୍ରାଳୟର ଅଧିକାରୀ ପ୍ରତିନିଧି ରୂପେ ଏହି ପୁରସ୍କାର ଗ୍ରହଣ କରିବେ।

ବିମାନ ସେବାକୁ ସାଧାରଣ ଲୋକଙ୍କ ପାଇଁ ସହଜରେ ଓ କମ ଦାମରେ ଓ କମ ସମୟରେ ଛୋଟବଡ଼ ସହରରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ୨୦୧୬ରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର  ସ୍ଲୋଗାନ ଥିଲା ‘ଉଡ଼େ ଦେଶ କି ଆମ୍‌ ନାଗରିକ’। ଯାହା ଦ୍ୱାରା ଦେଶର ଛୋଟ ଓ ମଧ୍ୟମ ସହରରେ ଭିତ୍ତିଭୂମିର ବିକାଶ ସହ ଓ ବିମାନ ସେବା ଉପଲବ୍ଧ କରାଯାଇପାରିଥିଲା। ଯୋଜନା ଆରମ୍ଭକୁ ଆରମ୍ଭ ହେବାର ୫ବର୍ଷ ମଧ୍ୟରେ ଏହି ମିଶନକୁ ବେଶ ସଫଳତା ମିଳିଛି। ଏପର୍ଯ୍ୟନ୍ତ ୪୧୫ଟି ରୁଟରେ ଏହି ଉଡ଼ାଣ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ମୋଟ ୧ ଲକ୍ଷ ୭୯ ହଜାର ବିମାନ ଉଡାଣ କରିଛି। ସେହିପରି ୯୨ ଲକ୍ଷରୁ ଉର୍ଦ୍ଧ୍ୱ ଯାତ୍ରୀ ଏହି ଯୋଜନାରେ ଉପକୃତ ହୋଇଥିବା ମନ୍ତ୍ରାଳୟ କହିଛି ।