ସୋନିଆ ଗାନ୍ଧୀଙ୍କ ସହ କଥା ହେଲେ ଜେପି ନଡ୍ଡା; ଦ୍ରୌପଦୀ ମୁର୍ମୁଙ୍କୁ ପାଇଁ ମାଗିଲେ ସମର୍ଥନ
Advertisement
Article Detail0/zeeodisha/odisha1231781

ସୋନିଆ ଗାନ୍ଧୀଙ୍କ ସହ କଥା ହେଲେ ଜେପି ନଡ୍ଡା; ଦ୍ରୌପଦୀ ମୁର୍ମୁଙ୍କୁ ପାଇଁ ମାଗିଲେ ସମର୍ଥନ

Presidential Election: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ଦ୍ୱାରା ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ ବିରୋଧୀ ମିଳିତ ଭାବେ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି ।ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ପ୍ରାର୍ଥୀ ।

ସାଙ୍କେତିକ ଫଟୋ

Presidential Election: ରାଷ୍ଟ୍ରପତି ପଦ ପାଇଁ ଉଭୟ ଶାସକ ଓ ବିରୋଧୀ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ଏଥି ସହିତ ଉଭୟ ଦଳ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ସଂଗ୍ରହରେ ନିୟୋଜିତ ଅଛନ୍ତି । ଏହି ସଂପର୍କରେ ଶୁକ୍ରବାର ଦିନ ବିଜେପି ସଭାପତି ଜେପି ନଡ୍ଡା (JP Nadda) କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ (Sonia Gandhi) ଓ ଅନ୍ୟ କିଛି ନେତାଙ୍କ ସହ କଥା ହୋଇଛନ୍ତି । ଏହି ସମୟ ମଧ୍ୟରେ ନଡ୍ଡା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ (Draupadi Murmu) ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

ସୂଚନାଯୋଗ୍ୟ ଯେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ଦ୍ୱାରା ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ ବିରୋଧୀ ମିଳିତ ଭାବେ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି । ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ପ୍ରାର୍ଥୀ । ତାଙ୍କ ନାମ ପଦାକୁ ଆସିବା ପରେ ବିଭିନ୍ନ ଦଳ ତାଙ୍କୁ ପାର୍ଟି ଲାଇନ ବ୍ୟତୀତ ସମର୍ଥନ କରୁଛନ୍ତି । ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ଶୁକ୍ରବାର ଦିନ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଜନତା ଦଳ (ଏସ) ର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ସହ ମଧ୍ୟ କଥା ହୋଇଛନ୍ତି ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ
ଯଦିଓ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳର ନେତାମାନଙ୍କୁ ଏକ ଆନୁଷ୍ଠାନିକ ରୂପେ ଏହି ଆହ୍ୱାନ ଦେଇଛନ୍ତି । କାରଣ ସେ ବର୍ତ୍ତମାନ ସମୟରେ ଅନ୍ୟ କୌଣସି ଦଳର ସମର୍ଥନ ଆବଶ୍ୟକ କରନ୍ତି ନାହିଁ । କାରଣ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଜଗନ୍ ମୋହନ ରେଡ୍ଡୀଙ୍କ ଦଳ YSR କଂଗ୍ରେସ ତାଙ୍କୁ ସମର୍ଥନ କରିବା ପରେ ସେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ବିରୋଧୀ ଦଳ ଏହି ଆକଳନଠାରୁ ବହୁ ଦୂରରେ ଥିବା ଜଣାପଡିଛି । ଅର୍ଥାତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ । ବିରୋଧୀ ଦଳରୁ ଟିଏମସି ନେତା ଯଶବନ୍ତ ସିହ୍ନାଙ୍କୁ ମନୋନୀତ କରାଯାଇଛି, ଯିଏ ଜୁନ୍ ୨୭ ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ।

ଏହା ବି ପଢ଼ନ୍ତୁ: ସମର୍ଥନ ପାଇଁ ସୋନିଆ, ମମତା ଓ ପାୱାରଙ୍କୁ ଫୋନ୍ କଲେ ମୁର୍ମୁ; ଜାଣନ୍ତୁ କ'ଣ ମିଳିଲା ଜବାବ

ଏହା ବି ପଢ଼ନ୍ତୁ: ୧୩ ରାଜ୍ୟ ଓ ୧୨ କୋଟି ଲୋକ; ଜାଣନ୍ତୁ ମୁର୍ମୁଙ୍କଠାରୁ ବିଜେପିକୁ କେତେ ମିଳିବ ଲାଭ?