କେଉଁ କାରରେ ଯାତାୟାତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହାର କେତେ ମୂଲ୍ୟ ଓ କ'ଣ କ'ଣ ରହିଛି ବିଶେଷତା
Advertisement
Article Detail0/zeeodisha/odisha1274498

କେଉଁ କାରରେ ଯାତାୟାତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହାର କେତେ ମୂଲ୍ୟ ଓ କ'ଣ କ'ଣ ରହିଛି ବିଶେଷତା

President Draupadi Murmu Car: ରାଷ୍ଟ୍ରପତିଙ୍କ କାର ମଧ୍ୟ ବହୁତ ବିଳାସପୂର୍ଣ୍ଣ ହୋଇଥାଏ । ଏମିତିରେ ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହୃତ କାରଗୁଡିକର ମେକ୍, ମଡେଲ୍ ଏବଂ ପଞ୍ଜୀକରଣ ସଂଖ୍ୟା ଗୋପନୀୟ ସୂଚନା ହୋଇଥାଏ ।

କେଉଁ କାରରେ ଯାତାୟାତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହାର କେତେ ମୂଲ୍ୟ ଓ କ'ଣ କ'ଣ ରହିଛି ବିଶେଷତା

ନୂଆଦିଲ୍ଲୀ: President Draupadi Murmu Car: ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ମୁର୍ମୁ (Draupadi Murmu) ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ମୁର୍ମୁ ବର୍ତ୍ତମାନ ୩୪୦ କୋଠରୀ ବିଶିଷ୍ଟ ରାଷ୍ଟ୍ରପତି ଭବନରେ ରହିବେ । ଏହି ଭବନରେ ଏକ ବଡ଼ ଉଦ୍ୟାନ, ହଲ୍ ଏବଂ ଲାଇବ୍ରେରୀ ମଧ୍ୟ ଅଛି । ରାଇସିନା ହିଲ୍ସ ଉପରେ ନିର୍ମିତ ଏହି ବିଳାସପୂର୍ଣ୍ଣ ଭବନକୁ ବ୍ରିଟିଶ ଶାସନ କାଳରେ ନିର୍ମିତ ହୋଇଥିଲା ।

ରାଷ୍ଟ୍ରପତିଙ୍କ କାର ମଧ୍ୟ ବହୁତ ବିଳାସପୂର୍ଣ୍ଣ ହୋଇଥାଏ । ଏମିତିରେ ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହୃତ କାରଗୁଡିକର ମେକ୍, ମଡେଲ୍ ଏବଂ ପଞ୍ଜୀକରଣ ସଂଖ୍ୟା ଗୋପନୀୟ ସୂଚନା ହୋଇଥାଏ । ଏହିପରି ସୂଚନା ପ୍ରକାଶ କରିବା ପ୍ରଥମ ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । ତେଣୁ ରାଷ୍ଟ୍ରପତିଙ୍କ କାର ବିଷୟରେ ସୂଚନା କେବଳ ଫଟୋରେ ଯାହା ଆମେ ଦେଖିପାରୁ ତାହା ଉପରେ ଆଧାରିତ । ରାଷ୍ଟ୍ରପତିଙ୍କ କାରରେ ଲାଇସେନ୍ସ ପ୍ଲେଟ୍ ହୋଇ ନଥାଏ, ବରଂ ଏହା ସ୍ଥାନରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ହୋଇଥାଏ ।

ପ୍ରଥମେ ରାଷ୍ଟ୍ରପତି କ୍ୟାଡିଲାକ୍ କଣ୍ଟ୍ରି ବ୍ୟବହାର କରୁଥିଲେ 

ପ୍ରାରମ୍ଭିକ ବର୍ଷରେ ଭାରତର ରାଷ୍ଟ୍ରପତିଙ୍କ ଆଧିକାରୀକ ଯିବା ଆସିବା ପାଇଁ କ୍ୟାଡିଲାକ୍ କଣ୍ଟ୍ରି ବ୍ୟବହାର କରାଯାଉଥିଲା । ୧୯୫୦ ମସିହାରେ ସମ୍ବିଧାନ ନହେବା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ସ୍ଥାନରେ ଗଭର୍ଣ୍ଣର ଜେନେରାଲଙ୍କ ପଦ ଥିଲା । ସେହି ସମୟରେ ରାଷ୍ଟ୍ରପତିଙ୍କ କନଭେନରେ କନଭର୍ଟିବଲ କ୍ୟାଡିଲାକ୍ କଣ୍ଟ୍ରି ରହୁଥୁଲା । ଏହା ବର୍ଷ ବର୍ଷ ଧରି କନଭେନର ଏକ ଅଂଶ ହୋଇ ରହିଲା, ପରେ ହିନ୍ଦୁସ୍ତାନ ମୋଟର୍ସର ଆମ୍ୱେସଡର ଏହି ସ୍ଥାନ ନେଇଥିଲା ।

୯୦ ଦଶକରେ ବଦଳିଥିଲା କାର

ଉଦାରୀକରଣର ଯୁଗ ୯୦ ଦଶକରେ ଆରମ୍ଭ ହୋଇଥିଲା । ଅନେକ ନୂଆ ବ୍ରାଣ୍ଡ ଭାରତକୁ ଆସିବା ଆରମ୍ଭ କଲେ । ଏହା ପରେ ରାଷ୍ଟ୍ରପତି ମଧ୍ୟ ଏକରୁ ଅଧିକ ବିଳାସପୂର୍ଣ୍ଣ କାର ବ୍ୟବହାର କରିବା ଆରମ୍ଭ କରିଥିଲେ । ଶଙ୍କର ଦୟାଲ ଶର୍ମାଙ୍କର ଏକ W124 ମର୍ସିଡିଜ୍ ଏସ୍-କ୍ଲାସ୍ ଅଫିସିଆଲ୍ କାର୍ ଥିଲା । ଶଙ୍କର ଦୟାଲ ଶର୍ମା ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏକି ଏସ୍-କ୍ଲାସ୍ ଲିମୋଜାଇନର ପ୍ରୟୋଗ ଆରମ୍ଭ କରିଥିଲେ । ତାଙ୍କ ପରେ ରାଷ୍ଟ୍ରପତି କେ.ଆର ନାରାୟଣନ୍ ଓ ଏପିଜେ ଅବଦୁଲ କଲାମଙ୍କୁ ଆଧିକାରୀକ କାର ଭାବରେ ନେକ୍ସଟ୍ ଜେନେରେଶନ୍ ବୁଲେଟପ୍ରୁଫ୍ W140 S-କ୍ଲାସ୍ ମିଳିଥିଲା ।

ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀଙ୍କ ମଧ୍ୟ ବହୁତ ଭଲ କାର ଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀଙ୍କ ବିଳାସପୂର୍ଣ୍ଣ ମର୍ସିଡିଜ୍ ଲିମୋଜାଇନ୍ କାର ଥିଲା । ପ୍ରତିଭା ପାଟିଲ ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ ଓ ତାଙ୍କ କାର୍ଯ୍ୟକାଳ ମଧ୍ୟରେ W221 ମର୍ସିଡିଜ୍ S600 ପୁଲମାନ ଗାର୍ଡ ଲିମୋଜାଇନ୍ ଥିଲା । ପରେ ଏହି କାର ପ୍ରଣବ ମୁଖାର୍ଜୀ ଓ ପରେ ରାମନାଥ କୋବିନ୍ଦଙ୍କୁ ମିଳିଥିଲା ।

ରାମନାଥ କୋବିନ୍ଦଙ୍କୁ ୨୦୨୧ରେ ନୂଆ କାରରେ ଦେଖାକୁ ମିଳିଥିଲା

୨୦୨୧ ମସିହାରେ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କର ନୂତନ ଲିମୋଜାଇନ୍ ମର୍ସିଡିଜ୍ ମେୟବାକ୍ S600 ପୁଲମାନ ଗାର୍ଡ ( Mercedes Maybach S600 Pullman Guard) ସହିତ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ସେ W221 S-class ଆଧାରିତ ଭିଣ୍ଟେଜ୍ ଲିମୋଜାଇନ୍ ମର୍ସିଡିଜ୍ ବେଞ୍ଜ୍ S500 ପୁଲମାନ ଗାର୍ଡରେ ଯାତାୟାତ କରୁଥିଲେ ।

ଏହାର ମୂଲ୍ୟ କେତେ?

ଭାରତର ରାଷ୍ଟ୍ରପତିଙ୍କ ଲିମୋଜାଇନ୍ Mercedes Maybach S600 Pullman Guard ର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା । ଏହି ଲିମୋଜାଇନ୍ ଏହାର ଚମତ୍କାର ଲୁକ୍ ସହିତ ଉତ୍କୃଷ୍ଟ ଇଣ୍ଟିରିୟର ଓ ଫିଚର୍ସ ପାଇଁ ଜଣାଶୁଣା । ଏଥିରେ ବସିବାର ଅନୁଭବ ଏକ ବିଳାସପୂର୍ଣ୍ଣ ସୋଫାରେ ବସିବା ପରି ହୋଇଥାଏ । ଏହି ଲିମୋଜାଇନରେ ସମସ୍ତ ସୁବିଧା ଅଛି ।

ଏହା ବି ପଢ଼ନ୍ତୁ:-ବିଷାକ୍ତ ମଦ ପିଇ ୧୯ ମୃତ, ୩୦ ଗୁରୁତର

ଏହା ବି ପଢ଼ନ୍ତୁ:-ଝାଡ଼ଖଣ୍ଡରେ ବିଜେପିକୁ ଲାଗିବ ବଡ଼ ଝଟକା, ୧୬ ବିଧାୟକ ଛାଡ଼ିବ ଦଳ!

ଏହା ବି ପଢ଼ନ୍ତୁ:-ସଙ୍କଟରେ ବଘେଲ ସରକାର, ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ହେବ ଖେଳ?

ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ 

ଭାରତର ରାଷ୍ଟ୍ରପତିଙ୍କ ବୁଲେଟ୍ ପ୍ରୁଫ୍ ଆଲୋଇ ଓ ଟାୟାର୍ସ, ଅମ୍ଳଜାନ ଯୋଗାଣ, ସ୍ୱୟଂଚାଳିତ ଲକ୍ କଣ୍ଟ୍ରୋଲ୍ ଏବଂ ପ୍ରତିଷେଧକ ସିଲ୍ଡ ସହିତ ପାନିକ୍ ଆଲାର୍ମ ସିଷ୍ଟମ୍, ଅଟେନଶନ ଅସିଷ୍ଟ ସମେତ ସମସ୍ତ ସୁରକ୍ଷା ଫିଚର୍ସ ରହିଥାଏ ।

ଭାରତର ରାଷ୍ଟ୍ରପତିଙ୍କ କାରର ସବୁଠାରୁ ଚମତ୍କାର ଫିଚର୍ସ ଏହା ରହିଛି କି ଏଥିରେ VR9 ସ୍ତରର ବାଲିଷ୍ଟିକ୍ ସୁରକ୍ଷା ରହିଛି । ପଏଣ୍ଟ ୪୪ କ୍ୟାଲିବର୍ ହ୍ୟାଣ୍ଡଗନ୍ ଗୁଳି, ସାମରିକ ରାଇଫଲ ଗୁଳି, ବୋମା ଏବଂ ଅନ୍ୟାନ୍ୟ ବିସ୍ଫୋରଣ ତଥା ଗ୍ୟାସ୍ ଆକ୍ରମଣର କୌଣସି ପ୍ରଭାବ ପଡ଼ିବ ନାହିଁ ଓ କାର ଭିତରେ ବସିଥିବା ଲୋକମାନେ ସୁରକ୍ଷିତ ରହିବେ ।