ବାବା ରାମଦେବଙ୍କ ପରେ ରାହୁଲ ଗାନ୍ଧୀ ଓ ଭାରତ ଯୋଡ଼ ଯାତ୍ରାର ସମର୍ଥନରେ ବାହାରିଲେ ଏହି ବଲଡିଉ ଅଭିନେତା, ଜାଣନ୍ତୁ କ'ଣ କହିଲେ
Advertisement

ବାବା ରାମଦେବଙ୍କ ପରେ ରାହୁଲ ଗାନ୍ଧୀ ଓ ଭାରତ ଯୋଡ଼ ଯାତ୍ରାର ସମର୍ଥନରେ ବାହାରିଲେ ଏହି ବଲଡିଉ ଅଭିନେତା, ଜାଣନ୍ତୁ କ'ଣ କହିଲେ

Prakash Raj on Rahul Gandhi Congress Bharat Jodo Yatra: ବିଗତ ଦିନରେ ଯୋଗ ଗୁରୁ ତଥା ପତଞ୍ଜଳି କମ୍ପାନୀର ମାଲିକ ବାବା ରାମଦେବ (Baba Ramdev) କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କର ଭାରତ ଯୋଡ଼ ଯାତ୍ରା (Congress Bharat Jodo Yatra) କୁ ପ୍ରଶଂସା କରିଥିଲେ । 

ବାବା ରାମଦେବଙ୍କ ପରେ ରାହୁଲ ଗାନ୍ଧୀ ଓ ଭାରତ ଯୋଡ଼ ଯାତ୍ରାର ସମର୍ଥନରେ ବାହାରିଲେ ଏହି ବଲଡିଉ ଅଭିନେତା, ଜାଣନ୍ତୁ କ'ଣ କହିଲେ

ନୂଆଦିଲ୍ଲୀ: Prakash Raj on Rahul Gandhi Congress Bharat Jodo Yatra: କଂଗ୍ରେସ (Congress) ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଆରମ୍ଭ ହୋଇଛି । ଏହି ଯାତ୍ରାର ନେତୃତ୍ୱ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ନେଇଛନ୍ତି । ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରରୁ ଆରମ୍ଭ ହୋଇ କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ଏହି ଯାତ୍ରା ବର୍ତ୍ତମାନ କେରଳ ଦେଇ କର୍ଣ୍ଣାଟକ ଆଡ଼କୁ ଅଗ୍ରସର ହେଉଛି । ଭାରତ ଯୋଡ଼ ଯାତ୍ରାକୁ ନେଇ କଂଗ୍ରେସ କର୍ମୀ ଓ ନେତାମାନେ ବେଶ୍ ଉତ୍ସାହିତ ଅଛନ୍ତି । ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ କଂଗ୍ରେସ ଦଳକୁ ଓ ସଂଗଠନକୁ ମଜବୁତ କରିବାର ଲକ୍ଷ୍ୟ ରଖିଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଦଳ ଓ ରାହୁଲ ଗାନ୍ଧୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଏହି ସମୟରେ ଏହି ଯାତ୍ରାକୁ ବିଭିନ୍ନ ମୌହଲରୁ ସମର୍ଥନ ମିଳିଛୁ । ବିଗତ ଦିନରେ ବାବା ରାମଦେବଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଭାରତ ଯୋଡ଼ ଯାତ୍ରାର ପ୍ରଶଂସା କରିସାରିଛନ୍ତି । ଏହି କ୍ରମରେ ଅଭିନେତା ପ୍ରକାଶ ରାଜ (Prakash Raj) ଭାରତ ଯୋଡ଼ ଯାତ୍ରାର ସମର୍ଥନ କରିବା ସହ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଏକ ଟ୍ୱିଟ୍ ଉପରେ ରିଟ୍ୱିଟ୍ କରିଛନ୍ତି ।  ପ୍ରକାଶ ରାଜ ଟ୍ୱିଟ୍ କରି କହିଛନ୍ତି ଯେ, "ଦେଶର ଜଣେ ନାଗରିକ ଭାବେ ମୁଁ ଭାରତ ଯୋଡ଼ ଯାତ୍ରାର ସମର୍ଥନ କରୁଛି । ଆସନ୍ତୁ ଘୃଣା ବିରୋଧୀରେ ଏକାଠି ହେବା।" 

ସେପଟେ ବିଗତ ଦିନରେ ଯୋଗ ଗୁରୁ ତଥା ପତଞ୍ଜଳି କମ୍ପାନୀର ମାଲିକ ବାବା ରାମଦେବ (Baba Ramdev) କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କର ଭାରତ ଯୋଡ଼ ଯାତ୍ରା (Congress Bharat Jodo Yatra) କୁ ପ୍ରଶଂସା କରିଥିଲେ । ସେ ସେହି ସମୟରେ କହିଥିଲେ ଯେ, " ନେହେରୁ ଜୀ ଯୋଗ କରୁଥିଲେ, ଇନ୍ଦିରା ଜୀ ଯୋଗ କରୁଥିଲେ, ସୋନିଆ ଜୀ ଯୋଗ କରନ୍ତି ଏବଂ ଆମର ରାହୁଲ ଭାଇ ବି ଯୋଗ କରନ୍ତି । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ମଧ୍ୟ ସାମ୍ନାକୁ ଆସୁଛି । ଭାରତ ଯୋଡ଼ ଯାତ୍ରାରେ ଚାଲୁଛନ୍ତି । କେତେବେଳେ ଟି-ଶାର୍ଟରେ ତ କେତେବେଳେ କୁର୍ତ୍ତା ପାଇଜାମାରେ... ପ୍ରତିଦିନ ତାଙ୍କର ଚର୍ଚ୍ଚା ହେଉଛି । ପ୍ରତିଦିନ ଖବରରେ ହେଡଲାଇନ୍ ସୃଷ୍ଟି କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କୁ ଜାତୀୟ ଗଣମାଧ୍ୟମରେ ବହୁତ କମ୍ ସ୍ଥାନ ମିଳୁଥିଲା, ବର୍ତ୍ତମାନ ତାଙ୍କ ନାମର ଚର୍ଚ୍ଚା ହେଉଛି । ଏହା ହେଉଛି ତାଙ୍କର ବିଜୟ ଯାତ୍ରା ।"

ଅଧିକ ପଢ଼ନ୍ତୁ:-ଜନସଭାରେ ମଦ ପିଇବାର ଲାଭ କହିଲେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ, ଭିଡିଓ ହେଲା ଭାଇରାଲ

ଅଧିକ ପଢ଼ନ୍ତୁ:-ଅମିତ ଶାହଙ୍କୁ ଉଦ୍ଧବ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ- ମୁମ୍ୱାଇ ଆସନ୍ତୁ ତା'ପରେ..

ଅଧିକ ପଢ଼ନ୍ତୁ:-ତେଜସ୍ୱୀ ଯାଦବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ିବେ ନୀତିଶ କୁମାର!

ଅନ୍ୟପଟେ ଭାରତ ଯୋଡ଼ ଯାତ୍ରାରେ ଥିବା ରାହୁଲ ଗାନ୍ଧୀ ଗତକାଲି ଅର୍ଥାତ ସେପ୍ଟେମ୍ୱର ୨୨ରେ କୋଚିରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାହୁଲ ପୁଣି ଥରେ ସ୍ପଷ୍ଟ କରିଛନ୍ତି କି ସେ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରାର୍ଥି ହେବେ ନାହିଁ । ଏଭଳି ସ୍ଥିତିରେ ଯେଉଁମାନଙ୍କୁ ଦାବିଦାର ଭାବେ ବିବେଚନା କରାଯାଉଛି ସେମାନଙ୍କ ମଧ୍ୟରେ ଅଶୋକ ଗେହଲୋଟ ମଜବୁତ ପ୍ରାର୍ଥୀ ରହିଛନ୍ତି । ସେହିପରି ରାଜନୈତିକ ରଣନିତିକାରମାନେ କହିଛନ୍ତି କି ଥରୁରଙ୍କ ଉପରେ ଗେହଲୋଟ ଭାରି ପଡ଼ିପାରନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ହେବା ପୂର୍ବରୁ ରାଜସ୍ଥାନରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଗେହଲୋଟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି ।