ଶାହଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରକାଶ ରାଜ, କହିଲେ-ଆମେ ଚେତାବନୀ ଦେଉଛୁ...
Advertisement

ଶାହଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରକାଶ ରାଜ, କହିଲେ-ଆମେ ଚେତାବନୀ ଦେଉଛୁ...

Amit Shah Remark on Hindi, Amit Shah vs Prakash Raj: ଉଲ୍ଲେଖଥାଉ କି, ପ୍ରକାଶ ରାଜଙ୍କ ମାତୃଭାଷା କନ୍ନଡ (Kannada) ହୋଇଥିଲେ ମଧ୍ୟ ସେ ଦକ୍ଷିଣରେ ହିନ୍ଦୀ (Hindi) ଚଳଚ୍ଚିତ୍ର ବ୍ୟତୀତ ତେଲୁଗୁ (Telugu), ତାମିଲ (Tamil) ଭାଷାରେ କାମ କରିଛନ୍ତି । ପ୍ରକାଶ ରାଜ ଇଂରାଜୀ (English) ସମେତ ଅନେକ ଭାରତୀୟ ଭାଷାକୁ ଭଲଭାବେ କହିପାରନ୍ତି । ଶାହଙ୍କ ବୟାନକୁ ନେଇ ପ୍ରକାଶ ରାଜଙ୍କ ବ୍ୟତୀତ ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟର ଅନେକ ଲୋକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଶାହଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରକାଶ ରାଜ, କହିଲେ-ଆମେ ଚେତାବନୀ ଦେଉଛୁ...

ନୂଆଦିଲ୍ଲୀ: Amit Shah Remark on Hindi, Amit Shah vs Prakash Raj: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ଙ୍କ ହିନ୍ଦୀ  (Hindi) କହିବା ନେଇ ଦେଇଥିବା ବୟାନକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ରାଜନେତାଙ୍କ ଠାରୁ ଆରମ୍ଭ କରି ସିନେ ଜଗତର ବହୁ ବ୍ୟକ୍ତି ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ନିକଟ ଅତୀତରେ ଅମିତ ଶାହ (Amit Shah) ଏହି ବୟାନ ଦେଇଥିଲେ ଯେ ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାବରେ ଗ୍ରହଣ କରାଯିବା ଉଚିତ ଓ ଅଣ-ହିନ୍ଦୀ ଭାଷାଭାଷୀ ଲୋକମାନେ ଇଂରାଜୀ ବଦଳରେ ହିନ୍ଦୀ କହିବା ଉଚିତ । ଏହି ବୟାନ ଉପରେ ଅନେକ ଲୋକଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସଙ୍ଗୀତ ନିର୍ଦ୍ଦେଶକ ଆର୍ ରେହମାନ୍ (AR Rehman) ପରେ ପ୍ରକାଶ ରାଜ (Prakash Raj) , ଯିଏକି ଅନେକ ଭାଷାରେ ଚଳଚ୍ଚିତ୍ରରେ କାମ କରିଛନ୍ତି, ସେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ।

ଅମିତ ଶାହ (Amit Shah) ଙ୍କ ବୟାନର ଏକ କ୍ଲିପ୍ ସେୟାର କରି ପ୍ରକାଶ ରାଜ (Prakash Raj) ଏକ ଟ୍ୱିଟରେ ଲେଖିଛନ୍ତି ଯେ, "ଘରକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ । ଆମେ ଆପଣଙ୍କୁ ଚେତାବନୀ ଦେଉଛୁ ଯେ ହିନ୍ଦୀ (Hindi) କୁ ଥୋପିବା ବନ୍ଦ କରନ୍ତୁ । ଆମେ ଆମର ବିବିଧତାକୁ ଭଲପାଉ । ଆମେ ଆମର ମାତୃଭାଷାକୁ ଭଲପାଉ । ଆମେ ଆମର ପରିଚୟକୁ ଭଲପାଉ । କେବଳ ପଚାରୁଛି ।"

ଉଲ୍ଲେଖଥାଉ କି, ପ୍ରକାଶ ରାଜଙ୍କ ମାତୃଭାଷା କନ୍ନଡ (Kannada) ହୋଇଥିଲେ ମଧ୍ୟ ସେ ଦକ୍ଷିଣରେ ହିନ୍ଦୀ (Hindi) ଚଳଚ୍ଚିତ୍ର ବ୍ୟତୀତ ତେଲୁଗୁ (Telugu), ତାମିଲ (Tamil) ଭାଷାରେ କାମ କରିଛନ୍ତି । ପ୍ରକାଶ ରାଜ ଇଂରାଜୀ (English) ସମେତ ଅନେକ ଭାରତୀୟ ଭାଷାକୁ ଭଲଭାବେ କହିପାରନ୍ତି । ଶାହଙ୍କ ବୟାନକୁ ନେଇ ପ୍ରକାଶ ରାଜଙ୍କ ବ୍ୟତୀତ ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟର ଅନେକ ଲୋକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ଏହା ବି ପଢ଼ନ୍ତୁ:-କଂଗ୍ରେସରେ ଶୀତଳ ଯୁଦ୍ଧ ଜାରି: ଗହଲୋଟଙ୍କ ଟାର୍ଗେଟରେ ପାଇଲଟ, ଚିନ୍ତାରେ ହାଇକମାଣ୍ଡ!

ଏହା ବି ପଢ଼ନ୍ତୁ:-ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ କଲେ ଏହି ବଡ଼ ଘୋଷଣା

ପ୍ରକାଶ ରାଜଙ୍କ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଆର୍ ରହମାନ (AR Rahman) ମଧ୍ୟ ଅମିତ ଶାହଙ୍କ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ତାମିଲ ଭାଷା ହେଉଛି ଆମର ଅସ୍ତିତ୍ୱର ମୂଳ । ତାମିଲ ବ୍ୟତୀତ ଆର୍ ରହମାନ ଇଂରାଜୀ ଓ ହିନ୍ଦୀରେ ମଧ୍ୟ କହିପାରନ୍ତି । ତେବେ ଅତୀତରେ ହିନ୍ଦୀ ବିରୋଧୀ ହେବାର ଅଭିଯୋଗ ଆର୍ ରହମାନ୍ ଉପରେ ଲାଗିସାରିଛି ।