ରାଜ୍ୟସଭାରେ ପାସ୍ ହୋଇଛି ପୋଷ୍ଟ ଅଫିସ ବିଲ୍ ୨୦୨୩, ଜାଣନ୍ତୁ ଏହା କିପରି ବଦଳାଇବ ଡାକଘରର ରୂପରେଖ
Advertisement

ରାଜ୍ୟସଭାରେ ପାସ୍ ହୋଇଛି ପୋଷ୍ଟ ଅଫିସ ବିଲ୍ ୨୦୨୩, ଜାଣନ୍ତୁ ଏହା କିପରି ବଦଳାଇବ ଡାକଘରର ରୂପରେଖ

Post Office Bill 2023: ୧୨୫ ବର୍ଷ ପୁରୁଣା ଭାରତୀୟ ଡାକ କାର୍ଯ୍ୟାଳୟ ଅଧିନିୟମରେ ସଂଶୋଧନ କରିବାକୁ ରାଜ୍ୟସଭାରେ ପୋଷ୍ଟ ଅଫିସ ବିଲ୍ ୨୦୨୩ ପାରିତ କରିଛି । ୧୧ ଅଗଷ୍ଟରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ।

 

Post Office Bill 2023 passed in Rajya Sabha

Post Office Bill 2023: ୨୫ ବର୍ଷ ପୁରୁଣା ଭାରତୀୟ ଡାକ କାର୍ଯ୍ୟାଳୟ ଅଧିନିୟମରେ ସଂଶୋଧନ କରିବାକୁ ରାଜ୍ୟସଭାରେ ପୋଷ୍ଟ ଅଫିସ ବିଲ୍ ୨୦୨୩ ପାରିତ କରିଛି । ୧୧ ଅଗଷ୍ଟରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ (Ashwini Vaishnaw) ଦ୍ୱାରା ଆଗତ ଏହି ବିଲ୍ ଡାକଘର ସମ୍ବନ୍ଧୀୟ ଭାରତୀୟ ଆଇନରେ ସଂଶୋଧନ ତଥା ଏକୀଭୂତ କରିବା ତଥା ଏହା ସହ ଜଡିତ ଥିବା ବିଷୟକୁ ବିଚାର କରିବାକୁ ପ୍ରଚେଷ୍ଟା କରିଛି । ପୋଷ୍ଟ ଅଫିସ ବିଲ୍ ୨୦୨୩ ଉପରେ ଆଲୋଚନା ପରେ ରାଜ୍ୟସଭାକୁ ସମ୍ବୋଧିତ କରି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଡାକଘରକୁ ଘରୋଇକରଣ କରିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ । ସଂସଦରେ ପୋଷ୍ଟ ଅଫିସ ବିଲ୍ ୨୦୨୩ ଉପରେ ଆଲୋଚନା ବେଳେ ଅନେକ ସାଂସଦ ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଥିଲେ ।

୫୦୦୦ ଡାକଘର ଖୋଲାଯାଇଛି
ମନ୍ତ୍ରୀ କହିଛନ୍ତି ଯେ ଏକ ସମୟରେ ଏହା ଲାଗୁଥିଲା ଯେ ଡାକ ସେବା ଅପ୍ରାସଙ୍ଗିକ ହୋଇଯିବ ଓ ବିଶେଷକରି ୟୁପିଏ ଶାସନ କାଳରେ ଏପରି ପରିସ୍ଥିତି ଉପୁଜିଥିଲା,​ଯେତେବେଳେ ଡାକଘରକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ପଡିଥିଲା । ବୈଷ୍ଣବ କହିଛନ୍ତି ଯେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୬୬୦ ଡାକଘର ବନ୍ଦ ରହିଥିଲା, କିନ୍ତୁ ୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ପ୍ରାୟ ୫୦୦୦ ଡାକଘର ଖୋଲାଯାଇଛି ଓ ପ୍ରାୟ ୫,୭୪୬ଟି ନୂଆ ଖୋଲିବା ପ୍ରକ୍ରିୟାରେ ଅଛି ।

ସେ କହିଛନ୍ତି, ୧.୬ ଲକ୍ଷ ଡାକଘର କୋର-ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ-ବ୍ୟାଙ୍କିଙ୍ଗ ସୁବିଧା ସହିତ ସଂଯୁକ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ଅନୁଯାୟୀ ୪୩୪ ଡାକଘରରେ ୧.୨୫ କୋଟିରୁ ଅଧିକ ପାସପୋର୍ଟ ଆବେଦନ ପ୍ରକ୍ରିୟାକରଣ କରିଛି ଓ ୧୩,୫୦୦ ଡାକଘର ଆଧାର ସେବା କେନ୍ଦ୍ର ଖୋଲାଯାଇଛି । ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଡାକ ବ୍ୟବସ୍ଥାକୁ ରୂପାନ୍ତର କରିବା ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଏକ ପ୍ରମୁଖ ମାଧ୍ୟମ ଅଟେ । ମହିଳାମାନଙ୍କ ପାଇଁ ୩.୫ କୋଟି ଆକାଉଣ୍ଟ ଖୋଲିଛି ।

ପୋଷ୍ଟ ଅଫିସ ବିଲ୍ ୨୦୨୩ ଉଦ୍ଦେଶ୍ୟ କ’ଣ?
ପୋଷ୍ଟ ଅଫିସ ବିଲ୍ ୨୦୨୩ର ଉଦ୍ଦେଶ୍ୟ ହେଉଛି ଭାରତୀୟ ଡାକଘର ଅଧିନିୟମ ୧୮୯୮ କୁ ରଦ୍ଦ କରିବା ଓ ଦେଶରେ ଡାକଘର ସମ୍ବନ୍ଧୀୟ ଆଇନକୁ ଏକାଠୀ କରିବା ଓ ସଂଶୋଧନ କରିବା । ଡାକ ସେବାଗୁଡିକର ମହାନିର୍ଦ୍ଦେଶକଙ୍କୁ ସେହି ସେବା ଯୋଗାଇବା ପାଇଁ ଆବଶ୍ୟକ କାର୍ଯ୍ୟକଳାପ ସମ୍ବନ୍ଧରେ ନିୟମ ପ୍ରସ୍ତୁତ କରିବାକୁ ତଥା ଏହି ସେବାଗୁଡିକ ପାଇଁ ଦେୟ ସ୍ଥିର କରିବାକୁ ବିଲ୍ ଶକ୍ତି ପ୍ରଦାନ କରିଥାଏ । ବିଲ୍ ଅନୁଯାୟୀ, ଏହି ଆଇନ ପ୍ରସ୍ତୁତ ହେବା ପରେ ଯଦି କାହାର ପାର୍ସଲ ହଜିଯାଏ କିମ୍ବା ନଷ୍ଟ ହୋଇଯାଏ ତେବେ ଡାକ ଅଧିକାରୀଙ୍କ ବିରୋଧରେ କୌଣସି ମାମଲା ଦାୟର ହୋଇପାରିବ ନାହିଁ । ବିଲ୍ ରେ ଡାକ ଅଧିକାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୧୨୫ ବର୍ଷ ପୁରୁଣା ଡାକଘର ଅଧିନିୟମକୁ ସଂଶୋଧନ କରୁଥିବା ପୋଷ୍ଟ ଅଫିସ ବିଲ୍ ୨୦୨୩, ଏନଡିଏ ଶାସନ ଅନୁଯାୟୀ ଗତ ନଅ ବର୍ଷ ମଧ୍ୟରେ ଡାକଘର ଓ ଡାକ ସଂସ୍ଥା କିପରି ପୁନର୍ଜୀବିତ ହୋଇଛି ତାହାର ପ୍ରତିଫଳନ ।