Polluted City: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନୁହେଁ ଏହି ସହର ହେଉଛି ସବୁଠାରୁ ପ୍ରଦୂଷିତ
Advertisement
Article Detail0/zeeodisha/odisha1440996

Polluted City: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନୁହେଁ ଏହି ସହର ହେଉଛି ସବୁଠାରୁ ପ୍ରଦୂଷିତ

Polluted Cities in India: ସଦ୍ୟ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶ ପାଇଛି ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକା। ଗୁରୁତ୍ୱପୂର୍ଣ୍ଣ ଏହି ତାଲିକାରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳ ନିମ୍ନରେ ରହିଛି। 

Polluted City: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନୁହେଁ  ଏହି ସହର ହେଉଛି ସବୁଠାରୁ ପ୍ରଦୂଷିତ

Polluted Cities of India: ଦେଶରେ ଅନେକ ସହର ଅଛି ଯେଉଁଠାରେ ପ୍ରଦୂଷଣ ସର୍ବଦା ଚିନ୍ତାର ବିଷୟ ପାଲଟିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ବାରାଣାସୀ, କୋଲକାତା ଭଳି ସହରରେ ପ୍ରଦୂଷଣକୁ ନେଇ ଗମ୍ଭୀର ଆକଳନ ସବୁବେଳେ ଦେଖିବାକୁ ମିଳୁଛି।। ଯଦି ବର୍ତ୍ତମାନ ସମୟ କଥା କୁହାଯାଏ ତାହେଲେ ପ୍ରଦୂଷଣର ସ୍ତର ଅତି ଉର୍ଦ୍ଧ୍ୱରେ ରହିଛି। ବିଗତ ୪୦ ଦିନ ଧରି ରାଜଧୀାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନ କ୍ଷେତ୍ର ଅଞ୍ଚଳର ପ୍ରଦୂଷିତ ବାୟୁମଣ୍ଡଳରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ସମୟ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଆକଳନ ସାମ୍ନାକୁ ଆସିଛି ଯାହା ଦର୍ଶାଉଛି ଯେ ଦେଶର ସବୁଠାରୁ ପ୍ରଦୂଷିତ ସହର ଦିଲ୍ଲୀ ନୁହେଁ। ଜାଣନ୍ତୁ ଦେଶର ସର୍ବାଧିକ ପ୍ରଦୂଷିତ ସହର କିଏ?   

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (Central Pollution Control Board) ସିପିସିବି (CPCB) ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ରବିବାର ବିହାରର ମୋତିହାରୀ ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ଏକ୍ୟୁଆଇ (AQI) ୪୧୩ ରହିବା ସହିତ ଦେଶର ସବୁଠାରୁ ପ୍ରଦୂଷିତ ସହର ରହିଥିଲା। ଏହା ପରେ ପୂର୍ଣ୍ଣିଆ (୩୭୮), ବେତିୟା (୩୭୭), ସିୱାନ୍ (୩୭୨), ଅରରିୟା (୩୪୦) ରହିଛନ୍ତି। ଏହା ପରେ କଟିହାର (୩୩୭), ସହରସା (୩୨୨), ସମସ୍ତିପୁର (୩୧୭), ଦରଭଙ୍ଗା (୩୧୬), ବକ୍ସର (୩୧୩), ହିସାର (୩୧୧), ଫତେହାବାଦ (୩୦୬), ଦିଲ୍ଲୀ (୩୦୩) ଏବଂ ସିଙ୍ଗରୌଲି (୩୦୨) ରହିଛି। ଏକ୍ୟୁଆଇ କେବଳ ମୋତିହାରୀ ସହର ଗମ୍ଭୀର ବର୍ଗରେ ରହିଛି।

Also Read: Pollution Survey: ସମସ୍ୟା ବଢାଉଛି ପ୍ରଦୂଷଣ, ସର୍ଭେରୁ ମିଳିଲା ଚମକାଇଲା ଭଳି ତଥ୍ୟ

ଦିନକ ପୂର୍ବରୁ ବିହାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (Bihar Pollution Control Board) ଅଧ୍ୟକ୍ଷ ଅଶୋକ ଘୋଷ କହିଥିଲେ ଯେ ସିଲଟ ଏବଂ ଆଲୁଭିଆଲ୍ ମାଟିର ଉପସ୍ଥିତି ଯୋଗୁଁ ଉତ୍ତର ବିହାରର ଜିଲ୍ଲାରେ AQI ଖରାପ ଶ୍ରେଣୀରେ ରହିଛି। ଦକ୍ଷିଣ ବିହାର ଜିଲ୍ଲାରେ AQI ତୁଳନାତ୍ମକ ଭାବେ ଭଲ ରହିଛି। କାରଣ ଏହି ଅଞ୍ଚଳ ପଥୁରିଆ। ଯାହା କମ୍ କଣିକା ପଦାର୍ଥ ସୃଷ୍ଟି କରିଥାଏ। ପ୍ରଦୂଷିତ ସହରରେ Particulate Matter 2.5 ଏବଂ Particulate Matter10 ସାନ୍ଧ୍ରତା ରହିଥିବାବେଳେ ଅନ୍ୟ ମାନଦଣ୍ଡରେ ଦକ୍ଷିଣ ବିହାର ଜିଲ୍ଲା ଉତ୍ତର ବିହାରର ଜିଲ୍ଲା ଅପେକ୍ଷା ତୁଳନାତ୍ମକ ଭାବେ ଭଲ ରହିଛି। ତାପମାତ୍ରା ବୃଦ୍ଧି, ପବନର ବେଗ କିମ୍ବା ଦିଗରେ ପରିବର୍ତ୍ତନ ଭଳି ଅନୁକୂଳ ପାଣିପାଗ ଖରାପ ବାୟୁ ଗୁଣରେ ଉନ୍ନତି ଆଣିପାରେ। ସମଗ୍ର ରାଜ୍ୟର ବାୟୁର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ବୋର୍ଡ ଏକ ସ୍ୱଚ୍ଛ ବାୟୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛି।

ବର୍ତ୍ତମାନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳର ବାୟୁ ଗୁଣବତ୍ତା ସୂଚକାଙ୍କ ବଢିବାରେ ଲାଗିଛି। ଦିପାବଳୀ ପରେ ବିଗିଡି ଯାଇଛି ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁମଣ୍ଡଳ। ବର୍ତ୍ତମାନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ଶିଖରରେ ପହଞ୍ଚିଛି। ଏବେ ଦିଲ୍ଲୀ-ଏନସିଆର ଅଞ୍ଚଳ ମଧ୍ୟ ବିଶ୍ୱର ସର୍ବାଧିକ ପ୍ରଦୂଷିତ ତାଲିକାରେ ସାମିଲ ହୋଇଛି। ପଡୋଶୀ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ପାଳ ଜଳିବା ପ୍ରକ୍ରିୟା ମଧ୍ୟ ଦିନକୁ ଦିନ ବଢିଚାଲିଛି। ଏହାର ପ୍ରଭାବ ଦିଲ୍ଲୀର ପ୍ରଦୂଷଣ ରୂପରେ ଦେଖାଯାଉଛି। 

Also Read: Air Pollution: ଗୁରୁତର ହେଉଛି ବାୟୁ ପ୍ରଦୂଷଣ, ହ୍ରାସ ପାଉଛି ୧୫ ଲକ୍ଷ ଲୋକଙ୍କ ଜୀବନ

 

ବର୍ତ୍ତମାନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଏନସିଆର (NCR) ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ଏକ୍ୟୁଆଇ (AQI) ୪୦୦-୫୦୦ ମଧ୍ୟରେ ରହିଛି। ଯାହା ଅତ୍ୟନ୍ତ ଖରାପ ବର୍ଗରେ ଅଛି। ଏହି ସମୟରେ, ଅଧିକାଂଶ କ୍ଷେତ୍ରର ଏକ୍ୟୁଆଇ ୩୦୦ ଅର୍ଥାତ ଅତି ଗୁରୁତର ବର୍ଗରେ ରହିଛି। ରାଷ୍ଟ୍ରୀୟ ରାଜଧାନୀରେ ଯାନବାହାନ ଦ୍ୱାରା ହେଉଥିବା ପ୍ରଦୂଷଣ ମଧ୍ୟ ବାୟୁମଣ୍ଡଳକୁ ବିଷାକ୍ତ କରୁଛି।