ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅର୍ଥାତ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟ ଗସ୍ତ କରିବାକୁ ନିବେଦନ କରିଥିଲେ । ସିଏମ ମମତାଙ୍କ ଆବେଦନକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗଲ ଗସ୍ତରେ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବେ ।
Trending Photos
ନୂଆଦିଲ୍ଲୀ: ଓଡ଼ିଶା-ପଶ୍ଚିମବଙ୍ଗକୁ ଆସୁଛନ୍ତି ପିଏମ ମୋଦି । ଆସନ୍ତାକାଲି(ଶୁକ୍ରବାର) ବାତ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିବେ ମୋଦି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଆସି ଅମ୍ଫାନ ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ । ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ସକାଳ ୧୦.୩୦ରେ କୋଲକାତା ବିମାନବନ୍ଦରରେ ପହଞ୍ଚିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ମମତା ବାନାର୍ଜୀ କୋଲକାତା ସମେତ ଉତ୍ତର ଓ ଦକ୍ଷିଣ ୨୪ ପରଗନାର ପ୍ରଭାବିତ ଅଞ୍ଚଳ ଉପରେ ଏକ ବିମାନ ସର୍ଭେ କରିବେ ।
Tomorrow, PM @narendramodi will travel to West Bengal and Odisha to take stock of the situation in the wake of Cyclone Amphan. He will conduct aerial surveys and take part in review meetings, where aspects of relief and rehabilitation will be discussed.
— PMO India (@PMOIndia) May 21, 2020
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅର୍ଥାତ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟ ଗସ୍ତ କରିବାକୁ ନିବେଦନ କରିଥିଲେ । ସିଏମ ମମତାଙ୍କ ଆବେଦନକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗଲ ଗସ୍ତରେ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବେ ।
ପ୍ରଧାନମନ୍ତ୍ରୀ ମୋଦି ନିଜେ ଅମ୍ଫାନ ଦ୍ୱାରା ପ୍ରଭାବିତ ରାଜ୍ୟ ଉପରେ ନଜର ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ହୋଇଥିବା ବିନାଶର ଚିତ୍ର ମୁଁ ଦେଖୁଛି । ଏହା ଅତ୍ୟନ୍ତ କଷ୍ଟକର ସମୟ । ସମଗ୍ର ଦେଶ ଏହି ସମୟରେ ପଶ୍ଚିମବଙ୍ଗ ସହିତ କାନ୍ଧରେ କାନ୍ଧ ଦେଇ ଛିଡା ହୋଇଛି । ଆମେ ରାଜ୍ୟବାସୀଙ୍କ ଭଲ ପାଇଁ କାମନା କରୁଛୁ । ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା ଚାଲିଛି ।