ଏହି ରାଜ୍ୟରେ ଭାଙ୍ଗିଯିବ କି ବିଜେପି ସରକାର? ସମର୍ଥନ ପ୍ରତ୍ୟାହାର କରିନେଲା ସହଯୋଗୀ ଦଳ
Advertisement
Article Detail0/zeeodisha/odisha2518735

ଏହି ରାଜ୍ୟରେ ଭାଙ୍ଗିଯିବ କି ବିଜେପି ସରକାର? ସମର୍ଥନ ପ୍ରତ୍ୟାହାର କରିନେଲା ସହଯୋଗୀ ଦଳ

Manipur News: ମଣିପୁରରେ ବିଜେପି ସହିତ ଏନପିପିର ମେଣ୍ଟ ଭାଙ୍ଗି ଯାଇଛି। କୋନରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ମଣିପୁରର ବିରେନ ସରକାରଙ୍କ ଠାରୁ ନିଜ  ସମର୍ଥନ ପ୍ରତ୍ୟାହାର କରିନେଇଛି।

 

NPP Withdraws Support From BJP Government

NPP Withdraws Support From BJP Government : ମଣିପୁରରୁ ଏକ ବଡ ଖବର ସାମ୍ନାକୁ ଆସୁଛି। କନରାଡ ସଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି (NPP) ବିଜେପି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ରାଜ୍ୟରେ ଆରମ୍ଭ ହୋଇଥିବା ହିଂସାକୁ ବିରେନ ସରକାର ନିୟନ୍ତ୍ରଣରେ ନ ରଖି ପାରିବାକୁ ଦୃଷ୍ଟିରେ ରଖି ସହଯୋଗୀ ଦଳ ଏନସିପି ଏହି ନିଷ୍ପତ୍ତି ନେଇଛି। ଏବେ ବଡ ପ୍ରଶ୍ନ ଉଠୁଛି ବିଜେପି ସରକାର ମଣିପୁରରେ ଭାଙ୍ଗିଯିବ କି?

ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଚାଲିଥିବା ଅଶାନ୍ତି ମଧ୍ୟରେ ରବିବାର ଦିନ କନରାଡ ସଙ୍ଗମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଏନ ବିରେନ ସିଂଙ୍କ ନେତୃତ୍ୱାଧୀନ ସରକାରକୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ଏନପିପି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାକୁ ପଠାଯାଇଥିବା ଏକ ଅଫିସିଆଲ୍ ଚିଠିରେ କହିଛି ଯେ ସିଏମ ଏନ ବିରେନ ସିଂଙ୍କ ନେତୃତ୍ୱରେ ସରକାର ଜାତିୟ ହିଂସାକୁ ନିୟନ୍ତ୍ରଣ କରିବାରେ ତଥା ରାଜ୍ୟରେ ସ୍ୱାଭାବିକତା ଫେରାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ମଣିପୁରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନପିପି ତୁରନ୍ତ ପ୍ରଭାବରେ ବିରେନ ସିଂ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ମେ ମାସରୁ ରାଜ୍ୟରେ କୁକି ଏବଂ ମୌତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ବିବାଦ ଚାଲିଥିବାବେଳେ ଏନପିପି ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲା। ମହିଳା ଓ ଶିଶୁଙ୍କ ମୃତଦେହ ଉଦ୍ଧାର ପରେ ବିକ୍ଷୋଭ ପ୍ରଦର୍ଶନ ତୀବ୍ର ହୋଇଥିଲା।

fallback

ପରିସଂଖ୍ୟାନରୁ ଏହା ବୁଝାପଡେ ଯେ ମଣିପୁରରେ ଏନପିପି ସମର୍ଥନ ପ୍ରତ୍ୟାହାର ଯୋଗୁଁ ବିଜେପି ସରକାର ଭାଙ୍ଗିବ ନାହିଁ। ରାଜ୍ୟରେ ୬୦ଟି ବିଧାନସଭା ଆସନ ଅଛି ଏବଂ ୨୦୨୨ ନିର୍ବାଚନରେ ​​ବିଜେପି ୩୨ଟି ସିଟ୍ ଏବଂ ଏନସିପି ୭ଟି ସିଟ୍ ଜିତିଥିଲା। ପରେ ପାଞ୍ଚ ଜଣ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ଏହି କାରଣରୁ ବିରେନ ସରକାର ବିଧାନସଭାରେ ୩୭ ଜଣ ବିଧାୟକଙ୍କ ସମର୍ଥନ ପାଇଛନ୍ତି। ଏଭଳି ପରିସ୍ଥିତିରେ ଏନପିପି ସମର୍ଥନ ପ୍ରତ୍ୟାହାର କରିବା ପରେ ବିରେନ ସିଂଙ୍କ ସରକାର ଭାଙ୍ଗିବ ନାହିଁ।