PM Kisan: ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍ କିଷାନ ଯୋଜନାର ୧୬ତମ କିସ୍ତି
Advertisement
Article Detail0/zeeodisha/odisha2130651

PM Kisan: ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍ କିଷାନ ଯୋଜନାର ୧୬ତମ କିସ୍ତି

PM Kisan Samman Nidhi Yojana: ଚାଷୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana )ର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଟଙ୍କା ।

ସୂଚନାଯୋଗ୍ୟ, ବୁଧବାର ଅର୍ଥାତ୍ ଫେବୃଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୬ତମ କିସ୍ତି ଟଙ୍କାକୁ ସିଧାସଳଖ ଲାଭ ମାଧ୍ୟମରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ । ଏନେଇ ଏହି ଯୋଜନାର ଅଫିସିଆଲ ୱେବସାଇଟରେ ଅପଡ଼େଟ କରାଯାଇଛି । ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରତିବର୍ଷ ଗରିବ କୃଷକ ପରିବାରର ଆକାଉଣ୍ଟକୁ ୬୦୦୦ ଟଙ୍କା ଟ୍ରାନ୍ସର୍ଫର କରୁଛନ୍ତି । ଏହି ଟଙ୍କା ପ୍ରତିବର୍ଷ ସମୁଦାୟ ତିନୋଟି କିସ୍ତିରେ ସ୍ଥାନାନ୍ତରିତ ହୋଇଥାଏ ।

ପ୍ରକାଶ ଥାଉ କି, ୨୦୧୯ ମସିହା ଫେବୃଆରୀ ୨୪ରେ କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ମୋଟ ୧୫ଟି କିସ୍ତି ଟଙ୍କା ଚାଷୀଙ୍କ ଆଉକାଣ୍ଟକୁ ପଠାଯାଇଛି । ବୁଧବାର ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ୧୬ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ।

Also Read-  Supreme Court: ତଟରକ୍ଷୀ ବାହିନୀରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟର ଚେତାବନୀ

Also Read- Fishermen Strike: ୬ ଦଫା ଦାବି ନେଇ ରାଜ ରାସ୍ତାରେ ମତ୍ସଜୀବୀଙ୍କ ଗର୍ଜନ