Plane Crash: ମର୍ମନ୍ତୁଦ ବିମାନ ଦୁର୍ଘଟଣା, ୬ ଜଣ ମୃତ, ଏବେ ବି....
Advertisement
Article Detail0/zeeodisha/odisha2075487

Plane Crash: ମର୍ମନ୍ତୁଦ ବିମାନ ଦୁର୍ଘଟଣା, ୬ ଜଣ ମୃତ, ଏବେ ବି....

Plane Crash: କାନାଡାରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା। କାନାଡାରେ ଗୋଟାଏ ଛୋଟ ଚାର୍ଟର୍‌ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାମ୍ନାକୁ ଆସିଛି । ତେବେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। କାନାଡା(Canada)ର ସୁଦୂର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ଦୁର୍ଘଟଣା ଘଟିଛି । 

Plane Crash: ମର୍ମନ୍ତୁଦ ବିମାନ ଦୁର୍ଘଟଣା, ୬ ଜଣ ମୃତ, ଏବେ ବି....

Plane Crash: କାନାଡାରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା। କାନାଡାରେ ଗୋଟାଏ ଛୋଟ ଚାର୍ଟର୍‌ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାମ୍ନାକୁ ଆସିଛି । ତେବେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। କାନାଡା(Canada)ର ସୁଦୂର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖଣି ଅଭିମୁଖେ ଉଡ଼ାଣ ବେଳେ ଏହି ଦୁର୍ଘଟଣା ଘଟି ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣାକୁ ନେଇ ଉତ୍ତର-ପଶ୍ଚିମ ଅଞ୍ଚଳର ମୁଖ୍ୟ ପ୍ରିମିୟର ଆର.ଜେ. ସିମ୍ପସନ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରି ଏକ ବୟାନ ଜାରି କରିଛନ୍ତି। ଉକ୍ତ ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ସେନା ଓ ଫେଡେରାଲ୍‌ ପୁଲିସ ପହଞ୍ଚିଥିଲେ।  ତେବେ ଏୟାର୍‌ଲାଇନ୍‌ସ୍ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ବିମାନ ଦୁର୍ଘଟଣା‌ରେ ଜଣେ ଯାତ୍ରୀ ବଞ୍ଚିଯାଇଛନ୍ତି। କିନ୍ତୁ ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣା ପଡ଼ିଛି, ସେ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଅଧିକ କୌଣସି ତଥ୍ୟ ମିଳିପାରି ନାହିଁ।