Advertisement
photoDetails0hindi

ନୂଆ ସଂସଦ ଭବନ ଉପରେ ବିରାଟ 'ଅଶୋକ ସ୍ତମ୍ଭ', ପୂଜାପାଠ ପରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆ ସଂସଦ ଭବନର ଛାତରେ ୬.୫ ମିଟର ବା ପାଖାପାଖି ୨୦ ଫୁଟରୁ ଅଧିକ ଉଚ୍ଚତାର ବ୍ରୋଞ୍ଜ ନିର୍ମିତ ଜାତୀୟ ସଙ୍କେତ (ଅଶୋକ ସ୍ତମ୍ଭ)କୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

1/6

ନୂଆ ସଂସଦ ଭବନ ଉପରେ ଶୋଭା ପାଉଥିବା ଶୌର୍ଯ୍ୟ ଓ ସାହସିକତାର ପ୍ରତୀକ ଅଶୋକ ସ୍ତମ୍ଭ ସମ୍ପୂର୍ଣ୍ଣ ଭାବେ ବ୍ରୋଞ୍ଜରେ ନିର୍ମିତ ହୋଇଛି । ଆଜି ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କରିବା ପରେ ସ୍ତମ୍ଭ ଚତୁଃପାର୍ଶ୍ବ ପରିଦର୍ଶନ କରିଥିଲେ।

 

2/6

ଏହାପରେ ପ୍ରଧାନମନ୍ତ୍ରୀ ସେଠାକାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକର ଉନ୍ମୋଚନ ଅବସରରେ ବିଶେଷ ପୂଜାପାଠର ଆୟୋଜନ କରାଯାଇଥିଲା ।

3/6

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ପୁରୁଣା ତଥା ବର୍ତ୍ତମାର ସଂସଦ ଭବନର ଠିକ ନିକଟରେ ଏହି ନୂତନ ତଥା ଅତ୍ୟାଧୁନିକ ସଂସଦ ଭବନ ନିର୍ମାଣ କରାଯାଉଛି । ବିଶ୍ବର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ଗୃହ ଭାବେ ଏହା ଭାରତର ଗାରିମା ବଢାଇବ । ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ମଧ୍ୟ କୁହାଯାଉଛି । ଆଜିର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ, ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କରିଥିଲେ ।

4/6

ଡିସେମ୍ବର ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଯୋଜନା ଅନୁଯାୟୀ, ନୂତନ କୋଠାଟି ଏକ ଚାରି ମହଲା ବିଶିଷ୍ଟ ଢ଼ାଞ୍ଚାରେ ପ୍ରସ୍ତୁତ ହେବ ଯେଉଁଥିରେ ୧୨୨୪ ଜଣ ବସିବାର କ୍ଷମତା ରହିବ । ପ୍ରଥମେ ଏହାର ମୋଟ ଅଟକଳ ମୂଲ୍ୟ ୯୭୦ କୋଟି ଟଙ୍କା ଆକଳନ କରାଯାଇଛି । ଏହା ବର୍ତ୍ତମାନର ଉପନିବେଶ ସଂରଚନାକୁ ବଦଳାଇବ, ଯାହା ୨୦୨୧ରେ ୧୦୦ ବର୍ଷ ପୂରଣ କରିଥିଲା ।

5/6

ସରକାରଙ୍କ ତରଫରୁ ଏକ ବିବୃତ୍ତିରେ କୁହାଯାଇଥିଲା ଯେ, ତ୍ରିଭୁଜ ଆକାର (triangular in shape)ର ଏହି ନୂତନ ସଂସଦ ଭବନ ଗଠନ 'ଆତ୍ମନିର୍ଭର ଭାରତ' (Aatmanirbhar Bharat)ର ଦର୍ଶନର ଏକ ଅନ୍ତର୍ନିହିତ ଅଂଶ ହେବ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସଂସଦ (Parliament) ଗଠନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହେବ । ୨୦୨୨ ରେ ସ୍ୱାଧୀନତା (Independence) ର ୭୫ତମ ବାର୍ଷିକୀ (75th anniversary)ରେ 'ନ୍ୟୁ ଇଣ୍ଡିଆ'ର ଆବଶ୍ୟକତା ଏବଂ ଆକାଂକ୍ଷାର ଅନୁରୂପ ହେବ ।

6/6

୨୦୨୦ରେ ୯୭୧ କୋଟି ଟଙ୍କାରେ ଟାଟା ପେଜକ୍ଟସ୍ ନୂଆ ସଂସଦ ଭାବନ ନିର୍ମାଣର ଟେଣ୍ଡର ପାଇଥିଲା । ୨୦୨୨ ଅକ୍ଟୋବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।