Advertisement
photoDetails0hindi

ମାର୍ଚ୍ଚ ୨୪ ପରେ କୋରୋନା ଯୋଗୁଁ ହରାଇଛନ୍ତି ଚାକିରୀ, ଏବେ ମୋଦି ସରକାର ଦେବେ ଅଧା ଦରମା !

ଏକ ଆକଳନ ଅନୁଯାୟୀ, କୋରୋନା ସଙ୍କଟ (Coronavirus Crisis) ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୧.୯ କୋଟି ଲୋକ ଚାକିରି (Job) ହରାଇଛନ୍ତି ।

1/9

ନୂଆଦିଲ୍ଲୀ: ପୂର୍ବରୁ ଦୁର୍ବଳ ଥିବା ଭାରତୀୟ ଅର୍ଥବ୍ୟବସ୍ଥା (Indian Economy) କୁ କୋରୋନା ଆହୁରି ଦୁର୍ବଳ କରିଦେଇଛି । ଏହି ମହାମାରୀ (Coronavirus) ଆର୍ଥିକ ଭାବେ ସମାଜର ପ୍ରତ୍ୟେକ ଶ୍ରେଣୀକୁ ଝଟକା ଦେଇଛି । ସବୁଠୁ ବଡ଼ ସଙ୍କଟ ରୋଜଗାର କ୍ଷେତ୍ରରେ ଗମ୍ଭୀର ଭାବେ ଦେଖାଦେଇଛି । ବିଶେଷକରି ବେସରକାରୀ କ୍ଷେତ୍ରରେ ବେକାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

2/9

ଏକ ଆକଳନ ଅନୁଯାୟୀ, କୋରୋନା ସଙ୍କଟ (Coronavirus Crisis) ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୧.୯ କୋଟି ଲୋକ ଚାକିରି (Job) ହରାଇଛନ୍ତି । କେବଳ ଜୁଲାଇ ମାସରେ ୫୦ ଲକ୍ଷ ଲୋକ ବେକାର ହୋଇଛନ୍ତି । ଏହି ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । କାରଣ କୋରୋନା ସଙ୍କଟ ପୂର୍ବରୁ ମଧ୍ୟ ବେକାରୀ ସଂଖ୍ୟା ଚିନ୍ତାଜନକ ଥିଲା ।

3/9

ଏବେ ମୋଦି ସରକାର ବେରୋଜଗାର ହୋଇଥିବା ଶିଳ୍ପ ଶ୍ରମିକମାନଙ୍କ ପାଇଁ ଆଶ୍ୱସ୍ତି ଖବର ଆଣିଛନ୍ତି । ସରକାର ଚାକିରୀ ହରାଇଥିବା ଏପରି କର୍ମଚାରୀଙ୍କୁ ଅଧା ଦରମା ଦେବାର ଘୋଷଣା କରିଛନ୍ତି । ଯଦି ସରକାରଙ୍କ କଥା ବିଶ୍ୱାସ କରାଯାଏ ତେବେ ୪୨ ଲକ୍ଷ କର୍ମଚାରୀ ଏଥିରୁ ଉପକୃତ ହେବେ । ବର୍ତ୍ତମାନ ଯେଉଁମାନେ ମହାମାରୀ କାଳରେ ଚାକିରି ହରାଇଛନ୍ତି ସେମାନେ ବେକାରୀ ଭତ୍ତା ପାଇବେ ।

ଅଧିକ ପଢ଼ନ୍ତୁ:-କଙ୍ଗନାଙ୍କୁ ଆଉ ଏକ ବଡ଼ ଝଟକା ଦେଲା ବିଏମସି !

4/9

ବାସ୍ତବରେ, ଲୋକଙ୍କ ଜୀବିକା ଉପରେ ସଙ୍କଟ ଦୂର କରିବାକୁ ଶ୍ରମ ମନ୍ତ୍ରଣାଳୟ ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନା ଅଧୀନରେ ରିଲିଫ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ରେ ପଞ୍ଜୀକୃତ ଶ୍ରମିକମାନେ ୫୦ ପ୍ରତିଶତ ବେକାରୀ ସୁବିଧା ପାଇବେ ।

5/9

ଅର୍ଥାତ୍ କୋରୋନା ସଙ୍କଟରେ ଚାକିରି ହରାଇଥିବା ଶିଳ୍ପ ଶ୍ରମିକମାନଙ୍କୁ ତିନିମାସ ପାଇଁ ୫୦ ପ୍ରତିଶତ ବେତନ ବେକାରୀ ସୁବିଧା ଦିଆଯିବ । ଏହି ସୁବିଧା ସେହି ଶ୍ରମିକମାନଙ୍କୁ ଦିଆଯିବ, ଯାହାର ଚାକିରି ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ମଧ୍ୟରେ ଚାଲିଯାଇଛି ।

6/9

କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ର ଶ୍ରମିକମାନଙ୍କୁ ଏହି ସୁବିଧା ଦିଆଯିବ । ସେମାନେ ୩ ମାସ ପାଇଁ ହାରାହାରି ବେତନର ୫୦ ପ୍ରତିଶତ ଦାବି କରିପାରିବେ । ପୂର୍ବରୁ ଏହି ସୀମା ୨୫ ପ୍ରତିଶତ ଥିଲା, ଯାହା କୋରୋନା ସଙ୍କଟ କାରଣରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-'ଭାରତ ଆମର ଶତ୍ରୁ କିନ୍ତୁ ବିରାଟ ଓ ରୋହିତଙ୍କ ସମାଲୋଚନା କରିପାରିବି ନାହିଁ'

7/9

ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନା ହେଉଛି କର୍ମଚାରୀ ରାଜ୍ୟ ବୀମା ନିଗମ ଅର୍ଥାତ ESIC ଦ୍ୱାରା ପରିଚାଳିତ ଯୋଜନା । ଏହି ଯୋଜନା ଜୁଲାଇ ୧, ୨୦୨୦ ଠାରୁ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହା ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଲାଗୁ ରହିବ । ତଥାପି ଜାନୁଆରୀ ୧,୨୦୨୧ର ମୂଳ ବ୍ୟବସ୍ଥା ପୁନଃ ଲାଗୁ ହେବ ।

8/9

ଏହି ସୁବିଧା ପାଇବା ପାଇଁ ଶ୍ରମିକମାନେ ଯେକୌଣସି ESIC ଶାଖାରେ ଆବେଦନ କରିପାରିବେ । ଆବେଦନ ଯାଞ୍ଚ କରିବା ପରେ, ବ୍ୟାଙ୍କ ଦାବି ଠିକ୍ ପାଇବା ପରେ ସେମାନଙ୍କୁ ଅଧା ଦରମା ପ୍ରଦାନ କରାଯିବ । ଏହି ରାଶି ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ଏଥିପାଇଁ ଆଧାର ନମ୍ବରର ସହାୟତା ନିଆଯିବ ।

9/9

ଶ୍ରମିକମାନଙ୍କୁ ଏହି ରିଲିଫ୍ ବଦଳରେ ESIC 6710.68 କୋଟି ଟଙ୍କା ଭାର ବହନ କରିବ । ESIC ହେଉଛି ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂଗଠନ । ଯାହା ୨୧,୦୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ଗ୍ରହଣ କରୁଥିବା ଲୋକଙ୍କୁ ESI ଯୋଜନା ଅନ୍ତର୍ଗତ ବୀମା ଯୋଗାଇଥାଏ ।