Advertisement
Photo Details/zeeodisha/odisha1100886
photoDetails0hindi

ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

Gold-Silver Rate: ଲଗାତର ଦ୍ୱିତୀୟ ଦିନ ହେବ ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ବିଗତ ୨ ଦିନରେ ସୁନା ମୂଲ୍ୟରେ ୬୫୦ ଟଙ୍କାର କମି ଦେଖାଦେଇଛି । ସେହିପରି ବୈଶ୍ୱିକ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ମୂଲ୍ୟରେ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । 

1/8

ନୂଆଦିଲ୍ଲୀ: Gold-Silver Rate: ଆଜି (ଗୁରୁବାର) ଅର୍ଥାତ ଫେବୃଆରୀ ୧୭ରେ ସୁନା ମୂଲ୍ୟ (Gold Price) ରେ ହ୍ରାସ ଘଟିଥିବାବେଳେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଲଗାତର ଦ୍ୱିତୀୟ ଦିନ ହେବ ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ବିଗତ ୨ ଦିନରେ ସୁନା ମୂଲ୍ୟରେ ୬୫୦ ଟଙ୍କାର କମି ଦେଖାଦେଇଛି । ସେହିପରି ବୈଶ୍ୱିକ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ମୂଲ୍ୟରେ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । 

2/8

ଦେଶରେ ଗତକାଲି ସୁନା ମୂଲ୍ୟରେ ୨୨୦ ଟଙ୍କାର ହ୍ରାସ ଘଟି ଥିଲା । ସେହିପରି ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୩୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୯୭୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୦,୪୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୫,୮୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୬,୨୦୦ ଟଙ୍କା ଥିଲା ।

3/8

ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଦେଖାଦେଇଛି । ଗତକାଲି ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ଆଜି ରୁପା ଦରରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୦୦୦ ଟଙ୍କା ଥିଲା । 

4/8

ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୪୦ ଟଙ୍କା ରହିଛି । ଯାହା ଗତକାଲି ୬,୩୦୦ ଟଙ୍କା ଥିଲା ।

5/8

ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ ୨୨୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୪୩୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୪୯,୯୭୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୫୦,୪୦୦ ଟଙ୍କା ଥିଲା । 

6/8

ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୦୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୮୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୬,୨୦୦ ଟଙ୍କା ଥିଲା ।

7/8

ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି ।  ଗତକାଲି ରାଜଧାନୀରେ ରୁପା ମୂଲ୍ୟ ସ୍ଥିର ରହିଥିବାବେଳେ ଅନ୍ୟପଟେ ଆଜି ରୁପା ଦରରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୦୦୦ ଟଙ୍କା ଥିଲା । 

ଏହା ବି ପଢ଼ନ୍ତୁ:-ଋଷ ଯଦି ୟୁକ୍ରେନ ଉପରେ କରେ ଆକ୍ରମଣ ତ କାହାର ସାଥ୍ ଦେବ ଭାରତ? ଜାଣନ୍ତୁ କ’ଣ ଆଶା ରଖିଛି ଆମେରିକା

ଏହା ବି ପଢ଼ନ୍ତୁ:-ସେନା ନ ପଠାଇ ମଧ୍ୟ ୟୁକ୍ରେନ ଉପରେ ବଡ଼ ଆକ୍ରମଣ କଲା ଋଷ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'କାଚା ବାଦାମ' ଗୀତର ଗାୟକ ଭୁବନ କେତେ ସମ୍ପତ୍ତିର ମାଲିକ, ଜାଣି ଉଡ଼ିଯିବ ଆପଣଙ୍କ ହୋଶ୍!

ଏହା ବି ପଢ଼ନ୍ତୁ:-ପୁଟିନ ହେବେ ପରବର୍ତ୍ତୀ ହିଟଲର? ଆତଙ୍କରେ ପୂର୍ବ ୟୁରୋପର ଏହି ୩ଟି ଦେଶ, ୟୁକ୍ରେନ ପରେ ଏସବୁ ଦେଶର ନମ୍ବର!

8/8

ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୪୦ ଟଙ୍କା ରହିଛି । ଯାହା ଗତକାଲି ୬,୩୦୦ ଟଙ୍କା ଥିଲା ।