Peru Plane Accident: ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ନା ଲଟାମ ଏୟାରଲାଇନ୍ସ, ବିମାନ ଦୁର୍ଘଟଣା ପାଇଁ ଦାୟୀ କିଏ?
Advertisement

Peru Plane Accident: ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ନା ଲଟାମ ଏୟାରଲାଇନ୍ସ, ବିମାନ ଦୁର୍ଘଟଣା ପାଇଁ ଦାୟୀ କିଏ?

Lima Airport Accident:  ପେରୁ ରାଜଧାନୀ ଲିମାସ୍ଥିତ ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଥିବା ଦୁର୍ଘଟଣା ପରେ ବିମାନ ସେବା କମ୍ପାନୀ ଲଟାମ ଏୟାରଲାଇନ୍ସ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପାଇଁ ପରସ୍ପରକୁ ଦାୟୀ କରିଛନ୍ତି ଉଭୟେ। ହେଲେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ସେମାନଙ୍କ ଭୁଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। 

Peru Plane Accident: ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ନା ଲଟାମ ଏୟାରଲାଇନ୍ସ, ବିମାନ ଦୁର୍ଘଟଣା ପାଇଁ ଦାୟୀ କିଏ?

Plane Accidnet Viral Video: ନଭେମ୍ବର ୧୮ ତାରିଖ ଶୁକ୍ରବାର ପେରୁ ରାଜଧାନୀ ଲିମାସ୍ଥିତ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଲିମାସ୍ଥିତ ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ରନୱେ ଠାରେ ପାର୍କିଂ ହୋଇଥିବା ଏକ ଟ୍ରକ ସହ ପିଟି ହୋଇଯାଇଥିଲା ଏକ ଲଟାମ ଏୟାରଲାଇନ୍ସ ବିମାନ। ଏହି ଘଟଣା କାରଣରୁ ବିମାନରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନର କିଛି ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସମୟରେ ବିମାନରେ ୧୦୨ ଯାତ୍ରୀ ଏବଂ ୬ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ଏ ଘଟଣାର ତଦନ୍ତ ଜାରି ରହିଛି।

ପେରୁ ରାଜଧାନୀ ଲିମାସ୍ଥିତ (Peru Capital Lima) ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ (Jorge Chavez International Airport) ହୋଇଥିବା ଦୁର୍ଘଟଣା ପରେ ବିମାନ ସେବା କମ୍ପାନୀ ଲଟାମ ଏୟାରଲାଇନ୍ସ (LATAM Airlines) ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ (Lima Airport Authority) ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପାଇଁ ପରସ୍ପରକୁ ଦାୟୀ କରିଛନ୍ତି ଉଭୟେ। ଏହା ସହିତ ନିଜ ନିଜ ପକ୍ଷ ମଧ୍ୟ ଉପସ୍ଥାପନ କରିଛନ୍ତି। ସେମାନଙ୍କ ମଧ୍ୟରୁ କେହି ମଧ୍ୟ ସେମାନଙ୍କ ଭୁଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଉଭୟ ପକ୍ଷର ବିବୃତ୍ତି ମଧ୍ୟରେ ଏତେ ପାର୍ଥକ୍ୟ ଅଛି ଯେ ଏହି ଘଟଣା ପାଇଁ କିଏ ଦାୟୀ ତାହା ବୁଝା ପଡୁନାହିଁ।

ଗତ ଶୁକ୍ରବାର ଏକ ଲାଟାମ ଏୟାରଲାଇନ୍ସ ବିମାନ (LATAM Airlines plane) ଲିମାସ୍ଥିତ ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁର୍ଘଟଣାର ଶିକାର ହୋଇଥିଲା। ବିମାନ ଅବତରଣ କରିବା ସମୟରେ ହଠାତ୍ ଏକ ଟ୍ରକ୍ ରନୱେ ଉପରକୁ ଆସିଥିଲା। ବିମାନର ଏକ ଅଂଶ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି କାରଣରୁ ଟ୍ରକ ଛିନଛତ୍ର ହୋଇ ଯାଇଗଲା। ଟ୍ରକ ମଧ୍ୟରେ ଥିବା ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ବିମାନରେ ନିଆଁ ମଧ୍ୟ ଲାଗି ଯାଇଥିଲା।

Also Read: USA: ଏୟାର ସୋ କାର୍ଯ୍ୟକ୍ରମ ବେଳେ ପରସ୍ପର ସହ ପିଟି ହେଲେ ୨ ବିମାନ

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଏକ ବିମାନ ଅନ୍ୟ ଏକ ଟ୍ରକ ସହ ପିଟି ହୋଇ ଆଗକୁ ମାଡ଼ିଯାଇଛି। ଏହି ଘଟଣା କାରଣରୁ ବିମାନ ଗୋଟିଏ ଡେଣା ଭୂମିରେ ବାଜିଥିଲା। ଯେଉଁ କାରଣରେ ବିମାନରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ସମୟରେ ବିମାନରେ ୧୦୨ ଜଣ ଯାତ୍ରୀ ଏବଂ ୬ ଜଣ ଚାଳକ ସଦସ୍ୟ ରହିଥିଲେ। ଏହି ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି।

ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଦୁର୍ଘଟଣା ସମୟରେ ରନୱେ ଠାରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ଡ୍ରିଲ ଚାଲିଥିଲା। ଦୁର୍ଘଟଣାର ଶୀକାର ଟ୍ରକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା। ଅନ୍ୟପଟେ ଦୁର୍ଘଟଣାର ଶିକାର ହୋଇଥିବା ବିମାନ କମ୍ପାନୀଲଟାମ ଏୟାରଲାଇନ୍ସ କହିଛି ଯେ ବିମାନ ଉଡ଼ାଣ ପାଇଁ ଅନୁମତି ରହିଛି। ଲଟାମ ସିଇଓ ମାନୁଏଲ ୱାନ ଓର୍ଡ (LATAM CEO Manuel Van Oordt) କହିଛନ୍ତି ଯେ ବିମାନ ଉଡ଼ାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଅଗ୍ନିଶମ ଟ୍ରକ୍ ବିମାନ ବନ୍ଦର ରନ ୱେ ଠାରେ କିପରି ପହଞ୍ଚିଲା ସେଠାରେ କିପରି ପହଞ୍ଚିଲା ତାହେ ଆମେ ଜାଣି ପାରୁନାହିଁ। ଆମେ କୌଣସି ସେବା ମାଗିନଥିଲୁ। 

ଏହି ଘଟଣା ପାଇଁ ଉଭୟ ପକ୍ଷ ପରସ୍ପରକୁ ଦାୟୀ କରିଛନ୍ତି। ଲିମା ବିମାନବନ୍ଦର ପାର୍ଟନର୍ସ (Lima Airport Partners) କହିଛନ୍ତି ଯେ ଜରୁରୀକାଳୀନ ଡ୍ରିଲ ପାଇଁ ରନୱେ ଠାରେ ପ୍ରବେଶ କରିବା ପାଇଁ ଅଗ୍ନିଶମ କର୍ମଚାରୀ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି। କଣ୍ଟ୍ରୋଲ ଟାୱାର ଯେତେବେଳେ ଡ୍ରିଲ ଆରମ୍ଭ କରିବାକୁ ସମୟ ଦେଇଥିଲା, ସେତେବେଳେ ଏହାର ଗୋଟିଏ ମିନିଟ ପରେ ଏକ ଲଟାମ ଏୟାରଲାଇନ୍ସ ବିମାନ ଆସି ପହଞ୍ଚି ଯାଇଥିଲା।

Also Read: Plane Accident: ରନ୍ ୱେ ପାର ହେବା ପରେ ଘାସରେ ଫସିଗଲା ବିମାନ, ଯାତ୍ରୀଙ୍କ ସହ ଘଟିଲା ଏପରି ଘଟଣା

ପେରୁ କର୍ପୋରେସନ୍ ଅଫ୍ ଏୟାରପୋର୍ଟ (Peru Airports and Commercial Aircraft Corporation) ନିର୍ଦ୍ଦେଶକ ବୋର୍ଡ ଏବଂ ବାଣିଜ୍ୟିକ ବିମାନ ଚଳାଚଳ ସଭାପତି ଏହାକୁ ଅସ୍ୱୀକାର କରିଛନ୍ତି। ଜର୍ଜ ସାଲିନାସ୍ ସ୍ଥାନୀୟ ରେଡିଓକୁ କହିଛନ୍ତି ଯେ ରନୱେ ଠାରେ ପ୍ରବେଶ କରିବା ପାଇଁ ନିତ୍ୟ ବ୍ୟବହାର୍ଯ୍ୟ କୌଣସି ଅଧିକାର ନାହିଁ। ଡ୍ରିଲ କରିବା ପାଇଁ ତାଙ୍କର ଅଧିକାର ରହିଛି। କିନ୍ତୁ ବର୍ତ୍ତମାନ ସେହି ଅଞ୍ଚଳ ବାହାରେ ରହିଛି ଯେଉଁଠାରେ ବର୍ତ୍ତମାନ ଗମନାଗମନ ଚାଲିଛି।