COP28 Summit: ଗୋଟିଏ ଫଟୋକୁ ନେଇ ନିଜ ଦେଶର ନାଗରିକଙ୍କ ଦ୍ୱାରା କାହିଁକି ଟ୍ରୋଲ୍ ହେଉଛନ୍ତି ପାକ୍ ପ୍ରଧାନମନ୍ତ୍ରୀ?
Advertisement
Article Detail0/zeeodisha/odisha1989318

COP28 Summit: ଗୋଟିଏ ଫଟୋକୁ ନେଇ ନିଜ ଦେଶର ନାଗରିକଙ୍କ ଦ୍ୱାରା କାହିଁକି ଟ୍ରୋଲ୍ ହେଉଛନ୍ତି ପାକ୍ ପ୍ରଧାନମନ୍ତ୍ରୀ?

COP28 Summit: ପାକିସ୍ତାନର ରାଜନୈତିକ ବିଶ୍ଳେଷକ କାମାର ଚିମା ଶିଖର ସମ୍ମିଳନୀର ଗ୍ରୁପ ଫଟୋକୁ ସେୟାର କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଧାଡିରେ ଠିଆ ହୋଇଛନ୍ତି କିନ୍ତୁ ଦୟାକରି ମୋତେ ଏହି ଚିତ୍ରରେ ଆମ ପ୍ରଧାନମନ୍ତ୍ରୀ ଖୋଜିବାରେ ସାହାଯ୍ୟ କରନ୍ତୁ । 

 

COP28 Summit

COP28 Summit: ୟୁଏଇର ଅଧ୍ୟକ୍ଷତାରେ ଦୁବାଇରେ ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀ (COP28) ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ସାରା ବିଶ୍ୱରୁ ଅନେକ ନେତାମାନେ ଆସିଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦୁବାଇ ଯାଇଛନ୍ତି । ଏହି କ୍ରମରେ ତାଙ୍କ ପାକିସ୍ତାନୀ ସମକକ୍ଷ ତଥା ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ ମଧ୍ୟ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଦୁବାଇ ଯାଇଛନ୍ତି । ତେବେ ବୈଠକ କାଳର ଗୋଟିଏ ଫଟୋକୁ ନେଇ ହକ୍ ନିଜ ଦେଶରେ ଟ୍ରୋଲ ହେବାରେ ଲାଗିଛନ୍ତି । କାରଣ ହେଉଛି ଯେ, କୋପ୍ ସମ୍ମିଳନୀରେ ଯୋଗ ଦେଇଥିବା ସବୁ ନେତାଙ୍କ ଗ୍ରୁପ ଫଟୋରେ ମୋଦି ସଭା ଆଗ ଧାଡ଼ିରେ ଛିଡା ହୋଇଥିବା ପାକିସ୍ତାନୀ ପ୍ରଧାନମନ୍ତ୍ରୀ କେଉଁଠି ଛିଡ଼ା ହୋଇଛନ୍ତି ତାହା ସହଜରେ ଜଣାପଡୁ ନାହିଁ । ଯାହାକୁ ନେଇ ପାକିସ୍ତାନୀ ନିଜ ନେତାଙ୍କୁ ପରିହାସ କରିଛନ୍ତି। ପାକିସ୍ତାନର ଅନେକ ଲୋକ ଏହି ଛବି ଟୁଇଟରରେ ସେୟାର କରିଛନ୍ତି ଏବଂ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ପଚାରୁଛନ୍ତି ଯେ ଆପଣ କେଉଁଠାରେ ଅଛନ୍ତି?

ପାକିସ୍ତାନର ରାଜନୈତିକ ବିଶ୍ଳେଷକ କାମାର ଚିମା ଶିଖର ସମ୍ମିଳନୀର ଗ୍ରୁପ ଫଟୋକୁ ସେୟାର କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଧାଡିରେ ଠିଆ ହୋଇଛନ୍ତି କିନ୍ତୁ ଦୟାକରି ମୋତେ ଏହି ଚିତ୍ରରେ ଆମ ପ୍ରଧାନମନ୍ତ୍ରୀ ଖୋଜିବାରେ ସାହାଯ୍ୟ କରନ୍ତୁ । ଅନେକ ଲୋକ ତାଙ୍କ ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଯେ ତାଙ୍କୁ ଖୋଜିଲେ ଚଷମା କାଚ ନମ୍ବର ବଢ଼ାଇବାକୁ ପଡ଼ିବ । ତେବେ ଚିମାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଖୋଜିବାରେ ସାହାଯ୍ୟ କରିବାକୁ ଯାଇ ଆରଜୁ କାଜମି ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଯେ ସେ ଡାହାଣ ପାର୍ଶ୍ୱରେ ପଛରେ ଠିଆ ହୋଇଛନ୍ତି।

ସମ୍ମିଳନୀର ପ୍ରଧାନମନ୍ତ୍ରୀ କ’ଣ କହିଛନ୍ତି ମୋଦୀ?
COP28 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନ ଉପରେ ଗମ୍ଭୀରତା ଦେଖାଇବାକୁ ଆବେଦନ କରିଥିଲେ ଏବଂ କାର୍ବନ ନିର୍ଗମନକୁ ୪୫ ପ୍ରତିଶତ ହ୍ରାସ କରିବା ଆବଶ୍ୟକ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୦୩୦ ସୁଦ୍ଧା କାର୍ବନ ନିର୍ଗମନକୁ ହ୍ରାସ କରିବାରେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି, ଏଥିପାଇଁ ସମସ୍ତ ଦେଶ ପରସ୍ପରକୁ ସମର୍ଥନ କରିବା ଉଚିତ। ସେ କହିଛନ୍ତି ଯେ ଅଙ୍ଗାରକାମ୍ଳର ପରିସର ବହୁତ ସୀମିତ ଅଟେ। ଅଙ୍ଗାରକାମ୍ଳ  ହ୍ରାସ କରିବାରେ ସାମାଜିକ ଦାୟିତ୍ୱବୋଧର ଅଭାବ ମଧ୍ୟ ଅଛି । ଆମକୁ ସାମଗ୍ରିକ ଭାବରେ ଏକ ନୂତନ ଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ପଡିବ ।

ଜଳବାୟୁ ସମ୍ବନ୍ଧରେ ମିଳିତ ଜାତିସଂଘର COP28 ହେଉଛି 28 ତମ ବୈଠକ ।  ଏହି ବାର୍ଷିକ ବୈଠକରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ଭବିଷ୍ୟତରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ହେଉଛି। ଏହି ସମ୍ମିଳନୀରେ ପ୍ରାୟ 200 ଦେଶର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ନେତାଙ୍କ ବ୍ୟତୀତ ପରିବେଶ ତଥା ମାନବ ଅଧିକାର ଗୋଷ୍ଠୀ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ମଧ୍ୟ ଏଥିରେ ଭାଗ ନେଉଛନ୍ତି। ସମଗ୍ର ବିଶ୍ୱରେ ଜଳବାୟୁରେ ହୋଇଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।