ଋଣ ପରିଶୋଧ କରିବା ବଦଳରେ ଚୀନକୁ ଗିଲଗିଟ୍-ବାଲ୍ଟିସ୍ତାନ ଦେଇଦେବ ପାକିସ୍ତାନ!
Advertisement
Article Detail0/zeeodisha/odisha1229849

ଋଣ ପରିଶୋଧ କରିବା ବଦଳରେ ଚୀନକୁ ଗିଲଗିଟ୍-ବାଲ୍ଟିସ୍ତାନ ଦେଇଦେବ ପାକିସ୍ତାନ!

Pakistan: ଚୀନ୍ ଠାରୁ ପାକିସ୍ତାନ ଲଗାତାର ଋଣ ନେଉଛି । ପାକିସ୍ତାନ ନିକଟରେ ଚିନ ପାଖରୁ ୨.୩ ମିଲିୟନ ଡ଼ଲାର ଋଣ ନେଇଛି । ଚିନ ପାଖରୁ ଆଣୁଥିବା ଋଣ ପରିଶୋଧ କରିବାକୁ ନେଇ ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳକୁ ଚୀନ୍‌କୁ ଲିଜ୍ ଆକାରରେ ଦେଇପାରେ ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଚୀନ୍ (China) ଠାରୁ ପାକିସ୍ତାନ (Pakistan) ଲଗାତାର ଋଣ ନେଉଛି । ଜୁନ୍ ୨୨ ତାରିଖରେ ମଧ୍ୟ ଚୀନ୍ ଠାରୁ ପାକିସ୍ତାନ ୨.୩ ମିଲିୟନ୍ ଡଲାର୍ ଋଣ ନେଇଛି । ରିପୋର୍ଟରୁ ଜଣାପଡିଛି ଯେ ଚିନ ପାଖରୁ ଆଣୁଥିବା ଋଣ ପରିଶୋଧ କରିବାକୁ ନେଇ ପାକିସ୍ତାନ ନିଜର ଅଧିକୃତ କାଶ୍ମୀରର ଗିଲଗିଟ-ବାଲ୍ଟିସ୍ତାନ (Gilgit Baltistan) ଅଞ୍ଚଳକୁ ଚିନ୍‌କୁ ଲିଜ୍ ଆକାରରେ ଦେଇପାରେ ।

ଅଲ ଆରବିଆ ପୋଷ୍ଟ ସହିତ କଥାବାର୍ତ୍ତା କରି କରାକୋରାମ ଜାତୀୟ ଆନ୍ଦୋଳନର ସଭାପତି ମୁମତାଜ ନଗରି ଭୟ କରିଛନ୍ତି ଯେ ପୂର୍ବରୁ ବିଚ୍ଛିନ୍ନ ତଥା ଅବହେଳିତ ଗିଲଗିଟ-ବାଲ୍ଟିସ୍ତାନ ଭବିଷ୍ୟତରେ ବିଶ୍ୱ ଶକ୍ତି ପାଇଁ ଏକ ଯୁଦ୍ଧ କ୍ଷେତ୍ର ହୋଇପାରେ । ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳକୁ ଚୀନ୍‌କୁ ହସ୍ତାନ୍ତର କରିପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ସମ୍ପୂର୍ଣ୍ଣ ପାକିସ୍ତାନ ସରକାର ଓ ସାମରିକ ନିୟନ୍ତ୍ରଣ ସତ୍ତ୍ୱେ ପାକିସ୍ତାନ ପାଇଁ ଏଭଳି ପଦକ୍ଷେପ ନେବା ସହଜ ହେବ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଅର୍ଥନୈତିକ ସଙ୍କଟର ମୁକାବିଲା ପାଇଁ ଏହି ପଦକ୍ଷେପ ନେଇପାରେ କି ପାକିସ୍ତାନ?
ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳ ପାକିସ୍ତାନର ବେଆଇନ ଦଖଲରେ ଅଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳକୁ ଚୀନ୍‌କୁ ହସ୍ତାନ୍ତର କରେ, ତେବେ ଏହା ଡ୍ରାଗନ୍‌ ପାଇଁ ଏକ ବରଦାନ ପରି ହେବ । ରିପୋର୍ଟରେ ଦର୍ଶାଯାଇଛି ଯେ ବର୍ତ୍ତମାନର ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ ଏହି ପଦକ୍ଷେପ ଇସଲାମାବାଦକୁ ବହୁ ପରିମାଣର ଅର୍ଥ ଆଣି ଦେଇପାରେ ।

ପାକିସ୍ତାନରେ ବିଚ୍ଛିନ୍ନ ହୋଇପଡିଛି ଗିଲଗିଟ-ବାଲ୍ଟିସ୍ତାନ
ଗିଲଗିଟ୍-ବାଲ୍ଟିସ୍ତାନର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି କାରଣ ଲୋକମାନେ ଏଠାରୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ପାକିସ୍ତାନରେ ନଅ ପ୍ରତିଶତ ଆତ୍ମହତ୍ୟା ଗିଲଗିଟ-ବାଲ୍ଟିସ୍ତାନରେ ଘଟିଛି । ଗିଲଗିଟ୍-ବାଲ୍ଟିସ୍ତାନକୁ ହାରାହାରି ଦୁଇ ଘଣ୍ଟା ପାଇଁ ବିଦ୍ୟୁତ୍ ମିଳେ, କାରଣ ଏହା ପାକିସ୍ତାନର ଜାତୀୟ ଗ୍ରୀଡ୍ ର ଅଂଶ ନୁହେଁ । ଆହୁରି ମଧ୍ୟ, ଜଳ ବିଦ୍ୟୁତ୍ କିମ୍ବା ଅନ୍ୟାନ୍ୟ ସମ୍ବଳ ଉପରେ ଗିଲଗିଟ୍-ବାଲ୍ଟିସ୍ତାନର କୌଣସି ନିୟନ୍ତ୍ରଣ ନାହିଁ ।

ଚୀନ୍ ଉପରେ ରହିଛି ଆମେରିକାର ନଜର
ଏସିଆରେ ଚୀନର ସମ୍ପ୍ରସାରଣକୁ ରୋକିବା ପାଇଁ ଆମେରିକା ପଦକ୍ଷେପ ନେଉଛି ଓ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କୌଣସି ନୂତନ ଅଞ୍ଚଳ ଚୀନ୍ ଦ୍ୱାରା ଅଧିକୃତ ହେବା ଆମେରିକା କେବେ ସହ୍ୟ କରିବ ନାହିଁ । ଚୀନ ଉପରେ ନଜର ରଖିବା ପାଇଁ ଆମେରିକା ନିଜେ ବାଲୁଚିସ୍ତାନ ଓ ଗିଲଗିଟ୍-ବାଲ୍ଟିସ୍ତାନ ଭଳି ଅଞ୍ଚଳ ଉପରେ ନଜର ରଖିଛି । ଆମେରିକାର କଂଗ୍ରେସ ସହ ଜଡିତ ବବ ଲାନସିଆ ବିଶ୍ୱାସ କରନ୍ତି ଯେ ଯଦି ଗିଲଗିଟ-ବାଲ୍ଟିସ୍ତାନ ଭାରତରେ ଥାଆନ୍ତା ଓ ବାଲୁଚିସ୍ତାନ ସ୍ୱାଧୀନ ଥାଆନ୍ତା, ତେବେ ଆଫଗାନିସ୍ତାନରେ ଆମେରିକାର ଏହି ଅବସ୍ଥା ହୋଇ ନଥାନ୍ତା ।

ଏହା ବି ପଢ଼ନ୍ତୁ: ଦ୍ରୌପଦୀ ନା ଯଶୋବନ୍ତ; ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଦେବେ ନୀତିଶ, ଦଳ କଲା ଏହି ଘୋଷଣା

ଏହା ବି ପଢ଼ନ୍ତୁ: New Wage Code: ଜୁଲାଇ ପହିଲାରୁ ଲାଗୁହେବ ନୂଆ ୱେଜ କୋଡ୍; ମିଳିବ କମ୍ ଦରମା, ବଢ଼ିବ PF