JF-17 Fighter Jet: ଋଷ ପାଇଁ ସଙ୍କଟରେ ପାକିସ୍ତାନ ସେନା! ଚୀନ ବି ଦେଲା ଧୋକା
Advertisement
Article Detail0/zeeodisha/odisha1319897

JF-17 Fighter Jet: ଋଷ ପାଇଁ ସଙ୍କଟରେ ପାକିସ୍ତାନ ସେନା! ଚୀନ ବି ଦେଲା ଧୋକା

Pakistan JF-17 Fighter Jet: ଭାରତର ମିରାଜ୍-2000 ଓ ସୁଖୋଇ ସୁ-30 ଏମକେଇକୁ ଟକ୍କର ଦେବା ପାଇଁ ଚୀନ ଓ ପାକିସ୍ଥାନ JF-17 ନିର୍ମାଣ କରିଥିଲେ । ଏହି ବିମାନକୁ ପାକିସ୍ତାନକୁ ଚିପକାଇବା  ପୂର୍ବରୁ ଚୀନ ଏହାର ବହୁତ ପ୍ରଶଂସା କରିଥିଲା । ଚୀନ ଏହା ମଧ୍ୟ ଦାବି କରିଥିଲା ଯେ ସେ ନିଜେ ବାୟୁସେନାରେ JF-17କୁ ସାମିଲ କରିବାକୁ ଯାଉଛି ।

JF-17 Fighter Jet: ଋଷ ପାଇଁ ସଙ୍କଟରେ ପାକିସ୍ତାନ ସେନା! ଚୀନ ବି ଦେଲା ଧୋକା

ନୂଆଦିଲ୍ଲୀPakistan JF-17 Fighter Jet: ଋଷ (Russia) ଯୋଗୁଁ ଚୀନ (China) ଓ ପାକିସ୍ତାନ (Pakistan) ର ଚିନ୍ତା ବଢ଼ିବାରେ ଲାଗିଛି । ପାକିସ୍ତାନ ବାୟୁସେନା (Pakistan Air Force) ର ସାମିଲ ଅଧିକାଂଶ ଜେଏଫ-୧୭ ଯୁଦ୍ଧ ବିମାନ (JF-17 Fighter Jet) ଉଡ଼ିବା ଯୋଗ୍ୟ ନୁହଁନ୍ତି । କେବଳ ଏତିକି ନୁହେଁ, ମାମଲା ଏତେ ଗମ୍ଭୀର ଯେ ସେ ଆଗାମୀ କିଛି ମାସ ଧରି ଏଗୁଡ଼ିକ ଠିକ୍ ହେବାର କୌଣସି ସମ୍ଭାବନା ନାହିଁ । ୨୦୨୨ ସୁଦ୍ଧା ପାକିସ୍ତାନ ବାୟୁସେନାରେ ସମୁଦାୟ ୧୬୪ଟି JF-17 ଯୁଦ୍ଧ ବିମାନ କାର୍ଯ୍ୟକ୍ଷମ ହୋଇଛି । ଏଥିମଧ୍ୟରୁ ୧୦ଟି ହେଉଛି ବ୍ଲକ୍ ୩ ଭାରିଏଣ୍ଟ, ଯାହାକୁ ନିକଟ ଅତୀତରେ କାର୍ଯ୍ୟକ୍ଷମ ହୋଇଛି । ଆରମ୍ଭରୁ ପାକିସ୍ତାନ ଜେଏଫ-17କୁ ଏହାର ବାୟୁସେନାର ମେରୁଦଣ୍ଡ ବୋଲି କହିଆସୁଛି । ଏଭଳି ପରିସ୍ଥିତିରେ ପାକିସ୍ତାନୀ ବାୟୁସେନାର ମେରୁଦଣ୍ଡ ଭାଙ୍ଗି ଯାଇଛି । ଏହି ଯୁଦ୍ଧ ବିମାନ ବର୍ତ୍ତମାନ ପାକିସ୍ତାନ ସମେତ ବିଶ୍ୱର ତିନୋଟି ଦେଶର ବାୟୁସେନାରେ ସାମିଲ ରହିଛି, ଯେଉଁଥିରେ ଚୀନ ଅନ୍ତର୍ଭୁକ୍ତ ନୁହେଁ । କିନ୍ତୁ ଚୀନ ହେଉଛି ଏହି ବିମାନର ନିର୍ମାଣରେ ସବୁଠାରୁ ବଡ଼ ଯୋଗଦାନକାରୀ । ଏଭଳି ପରିସ୍ଥିତିରେ ଏହା ବୁଝିହେବ ଯେ JF-17 ହେଉଛି ଏକ ଶକ୍ତିଶାଳୀ ଯୁଦ୍ଧ ବିମାନ, ଯାହା ଉପରେ ପାକିସ୍ତାନ ସର୍ବଦା ଗର୍ବ କରିଆସୁଛି ।

JF-17 ର ରକ୍ଷଣାବେକ୍ଷଣ ଓ ମୂଲ୍ୟକୁ ନେଇ ପାକିସ୍ତାନ ଚିନ୍ତିତ 

ଭାରତର ମିରାଜ୍-2000 ଓ ସୁଖୋଇ ସୁ-30 ଏମକେଇକୁ ଟକ୍କର ଦେବା ପାଇଁ ଚୀନ ଓ ପାକିସ୍ଥାନ JF-17 ନିର୍ମାଣ କରିଥିଲେ । ଏହି ବିମାନକୁ ପାକିସ୍ତାନକୁ ଚିପକାଇବା  ପୂର୍ବରୁ ଚୀନ ଏହାର ବହୁତ ପ୍ରଶଂସା କରିଥିଲା । ଚୀନ ଏହା ମଧ୍ୟ ଦାବି କରିଥିଲା ଯେ ସେ ନିଜେ ବାୟୁସେନାରେ JF-17କୁ ସାମିଲ କରିବାକୁ ଯାଉଛି । ତେବେ ଏହାର ପ୍ରକୃତ କ୍ଷମତା ଓ କାର୍ଯ୍ୟଦକ୍ଷତା ଦେଖି ଚୀନ ନିଜର ପ୍ରକୃତ ରଙ୍ଗ ଦେଖାଇବାରେ ବିଳମ୍ବ କରି ନାହିଁ । ପାକିସ୍ତାନ ବାୟୁସେନା ନିଜେ ସ୍ୱୀକାର କରିଛି ଯେ, ଜେଏଫ-17ର ଅପରେସନ ଓ ରକ୍ଷଣାବେକ୍ଷଣ ମୂଲ୍ୟ ବହୁତ ଅଧିକ । ଏହି କାରଣରୁ ବିମାନକୁ ଦୀର୍ଘ ସମୟ ଧରି ଉଡ଼ାଇବା ପାଇଁ ଏହାର ଅପରେଶନାଲ କଷ୍ଟ୍ ବା ମୂଲ୍ୟ ହ୍ରାସ କରିବାର ଆବଶ୍ୟକତା ଅଛି । JEF-17 ର ବିକାଶ ପାଇଁ ଚୀନ ଓ ପାକିସ୍ତାନ ଯଥେଷ୍ଟ ପରିମାଣର ଅର୍ଥ ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ପ୍ରଥମେ ପାଶ୍ଚାତ୍ୟ ଦେଶରୁ ଏହି ବିମାନର ଆଭିଏନିକ୍ସ କିଣିବାକୁ ଚାହୁଁଥିଲା, କିନ୍ତୁ ଚୀନ ଚାପ ପକାଇ ଏହା କରିବାକୁ ମନା କରିଦେଇଥିଲା । ଏହା ବଦଳରେ ଚୀନ ପାକିସ୍ତାନକୁ ଚାଇନାର ଆଭିଏନିକ୍ସ ସହିତ ନିର୍ମିତ JF-17 ବିମାନକୁ ନେବାକୁ ବାଧ୍ୟ କଲା ।

ଚୀନ ଓ ପାକିସ୍ତାନ କାହିଁକି JF-17 ଯୁଦ୍ଧ ବିମାନ ତିଆରି କଲେ?

୧୯୯୯ କାର୍ଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ଭାରତ ଦ୍ୱାରା ପରାସ୍ତ ହୋଇଥିଲା । ସେହି ସମୟର ଯୁଦ୍ଧରେ ଅନେକ ଭାରତୀୟ ଯୁଦ୍ଧ ବିମାନ କାର୍ଗିଲ ଓ ଡ୍ରାସର ଉଚ୍ଚ ଶିଖରରେ ପାକିସ୍ତାନୀ ସେନା ବଙ୍କର ଉପରେ ଲଗାତର ଆକ୍ରମଣ କରି ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ପାକିସ୍ତାନ ପାଖରେ F-16 ଯୁଦ୍ଧ ବିମାନ ଥିଲା, କିନ୍ତୁ ଆମେରିକା ଏହାକୁ ଭାରତ ବିରୁଦ୍ଧରେ ବ୍ୟବହାର କରିବାକୁ ଦେଇନଥିଲା । ଏହା ପରେ ପାକିସ୍ତାନ ପରାଜୟରେ କ୍ରୋଧିତ ହୋଇ ୧୯୯୯ରେ ଏହାର ସର୍ବକାଳୀନ ବନ୍ଧୁ ଚୀନ ସହିତ JF-17 ଥଣ୍ଡରର ବିକାଶ ପାଇଁ ଏକ ଚୁକ୍ତି କରିଥିଲା । ଯାହା ପରେ ଉଭୟ ଦେଶ ଏକ ଶସ୍ତା, ହାଲୁକା ଏବଂ ସବୁ-ପାଣିପାଗରେ ଉଡ଼ି ପାରୁଥିବା ମଲ୍ଟିରୋଲ ଯୁଦ୍ଧ ବିମାନ ବିକଶିତ କଲେ । ଯେଉଁଥିରେ ଚାଇନିଜ୍ ଏୟାରଫ୍ରେମ୍ ପାଶ୍ଚାତ୍ୟ ଆଭିଏନିକ୍ସ ଓ ଋଷିଆର କ୍ଲିମୋଭ୍ ଆରଡି ୯୩ ଇଞ୍ଜିନ୍ (Russian Klimov RD 93 Engine) ଲାଗିଛି ।

ପ୍ରତିବନ୍ଧକ ଯୋଗୁଁ ଋଷ JF-17 ଇଞ୍ଜିନ ପାର୍ଟ କିଣିବାକୁ ଅସମର୍ଥ 

ଋଷରୁ JF-17 ରେ ବ୍ୟବହୃତ RD-93 ଇଞ୍ଜିନକୁ ସିଧାସଳଖ ପ୍ରାପ୍ତ କରିବା ପାଇଁ ପାକିସ୍ତାନକୁ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ଅନେକ ପର୍ଯ୍ୟାୟର ଆଲୋଚନା ପରେ ଋଷର ଇଞ୍ଜିନ କମ୍ପାନୀ କ୍ଲିମୋଭ JF-17 ବିମାନ ପାଇଁ RD-93 ଇଞ୍ଜିନ ଓ ଏହାର ସଂପୃକ୍ତ ମରାମତି ବ୍ୟବସ୍ଥା, ରକ୍ଷଣାବେକ୍ଷଣ ସୁବିଧା ଯୋଗାଇବାକୁ ରାଜି ହୋଇଥିଲା । କିନ୍ତୁ ଋଷର ଅସ୍ତ୍ରଶସ୍ତ୍ରର ବୃହତ୍ ସରକାରୀ କମ୍ପାନୀ ରୋଜୋବୋରୋନକ୍ସପୋର୍ଟ (Rosoboronexport), ଯାହାକୁ RD-93 ଇଞ୍ଜିନ୍ ପାଇଁ ସ୍ପେୟାର ପାର୍ଟ୍ସ କ୍ରୟ କରିବାର ଥିଲା, ସେ ଆମେରିକାର ପ୍ରତିବନ୍ଧକ ତାଲିକାରେ ଆସିଯାଇଛି । ଏହି ଡିଲକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କିଙ୍ଗ୍ ସମସ୍ୟା ସୃଷ୍ଟି ହୋଇଛି । ରୋଜୋବୋରୋନକ୍ସପୋର୍ଟ ଚାହିଁ ମଧ୍ୟ ଦୁନିଆର ଅଲଗା ଅଲଗା ଦେଶରୁ RD-93 ଇଞ୍ଜିନର ବ୍ୟବହାର ହେଉଥିବା ଅଂଶ କ୍ରୟ କରିପାରୁ ନାହିଁ । ଏହା ଦ୍ୱାରା ଇଞ୍ଜିନ୍ ଉତ୍ପାଦନ ସହିତ ଜଡିତ ସମଗ୍ର ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି ।

ଏହା ବି ପଢ଼ନ୍ତୁ:-୨୦୨୪ରେ ମୋଦିଙ୍କ ବିରୋଧରେ କେଜ୍ରିୱାଲ, ଏହି ସର୍ଭେରେ ନୀତିଶ ଓ ମମତାଙ୍କଠାରୁ ବହୁତ ଆଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ଟାଇମ୍ ଟ୍ରାଭେଲ ସହ ଜଡ଼ିତ ଏହି ୧୦ଟି ଫଟୋ କୁହେ ଯେ ସମୟର ରହସ୍ୟ ବୁଝିବା ଅସମ୍ଭବ, ଏସବୁ ଫଟେ ଦେଖି ଆପଣଙ୍କ ମଧ୍ୟ ଉଡ଼ିଯିବ ହୋଶ୍!

ଏହା ବି ପଢ଼ନ୍ତୁ:-ଖୁସି ଖବର! ଏହି ୧୭ଟି ବ୍ୟାଙ୍କର ଗ୍ରାହକଙ୍କୁ ମିଳିବ ୫-୫ ଲକ୍ଷ ଟଙ୍କା, ଦୀପାବଳୀ ପୂର୍ବରୁ ଆକାଉଣ୍ଟରେ ଜମା ହେବ ଟଙ୍କା

ଋଷରୁ ପାକିସ୍ତାନକୁ ମିଳୁନାହିଁ JF-17 ଇଞ୍ଜିନ

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜେଫ୍-17 ଗ୍ରାଉଣ୍ଡେଡ ହେବାର ମୁଖ୍ୟ କାରଣ ହେଉଛି ଏହାର ଇଞ୍ଜିନ୍ । JF-17ରେ ଋଷ ଦ୍ୱାରା ନିର୍ମିତ କ୍ଲିମୋଭ RD-93 ଇଞ୍ଜନ ଲାଗିଛି । ୟୁକ୍ରେନ ଯୁଦ୍ଧ ଯୋଗୁଁ ଋଷ ଉପରେ ଅନେକ ପ୍ରତିବନ୍ଧକ ଲାଗିଛି । ଏହାଦ୍ୱାରା କ୍ଲିମୋଭ RD-93 ଇଞ୍ଜିନ୍ ତିଆରିରେ ବ୍ୟବହୃତ ଅତିରିକ୍ତ ପାର୍ଟ୍ସର ଅଭାବ ଦେଖାଦେଇଛି । ଏହାପୂର୍ବରୁ ଚାଇନା ଋଷରୁ ଏହି ଇଞ୍ଜିନ କିଣୁଥିଲା, ଏହା ପରେ ପାକିସ୍ତାନ ସମେତ ଅନ୍ୟ ଦୁଇ ଉପଭୋକ୍ତାଙ୍କୁ ଏହି ଇଞ୍ଜିନଗୁଡ଼ିକ ଯୋଗାଇ ଦିଆଯାଉଥିଲା । କିଛି ବର୍ଷ ପୂର୍ବେ ପାକିସ୍ତାନ ଟଙ୍କା ସଞ୍ଚୟ କରିବା ପାଇଁ ଋଷରୁ ସିଧାସଳଖ ଇଞ୍ଜିନ କିଣିବା ପାଇଁ ଚୁକ୍ତି କରିଥିଲା । ଏଭଳି ପରିସ୍ଥିତିରେ ପାକିସ୍ତାନ ଆବଶ୍ୟକତା ଅନୁଯାୟୀ ଋଷକୁ ଇଞ୍ଜିନ ଅର୍ଡର କରୁଥିଲା । ପାକିସ୍ତାନ ଆଦୌ ଆଶା କରିନଥିଲା ଯେ ଋଷ ହଠାତ୍ RD-93 ବିମାନର ଇଞ୍ଜିନ ଯୋଗାଣ ବନ୍ଦ କରିବ । ପୂର୍ବରୁ କ୍ରୟ ହୋଇଥିବା ଇଞ୍ଜିନ୍ ଗୁଡିକ ଅନ୍ୟ ଯୁଦ୍ଧ ବିମାନର ମରାମତି ପାଇଁ ମଧ୍ୟ ବ୍ୟବହୃତ ହୋଇଛି ।