ଭାରତକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଦେଲେ ବଡ଼ ବୟାନ; ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1281119

ଭାରତକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଦେଲେ ବଡ଼ ବୟାନ; ଜାଣନ୍ତୁ କ'ଣ କହିଲେ

SCO Summit: ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ବୈଠକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ (Bilawal Bhutto Zardari) ଭାରତ ସହ ସମ୍ପର୍କ ସମ୍ପର୍କକୁ ନେଇ ଏକ ବୟାନ ଦେଇଛନ୍ତି ।

ସାଙ୍କେତିକ ଫଟୋ (ସୋସିଆଲ ମିଡ଼ିଆ)

Bilawal Bhutto Zardari on India : ପାକିସ୍ତାନର ବୈଦେଶିକ ମନ୍ତ୍ରୀ (Pakistan Foreign Minister) ବିଲାୱାଲ ଭୁଟ୍ଟୋ ଜରଦାରୀ (Bilawal Bhutto Zardari) କହିଛନ୍ତି ଯେ ୨୦୧୯ ପରେ ଭାରତ (India) ସହ ଗଠନମୂଳକ କଥାବାର୍ତ୍ତା କଷ୍ଟସାଧ୍ୟ ହୋଇପଡିଛି । ଶନିବାର ଦିନ ଗଣମାଧ୍ୟମରେ ଏକ ଖବରରେ ଏହି ସୂଚନା ଦିଆଯାଇଛି । ତାସକେଣ୍ଟରେ ସାଂଘାଇ ସହଯୋଗ ସଂଗଠନ (SCO) ର ବୈଦେଶିକ ମନ୍ତ୍ରୀ ପରିଷଦର ବୈଠକରେ ଯୋଗ ଦେଇଥିବା ବିଲାୱାଲ କହିଛନ୍ତି ଯେ ଭାରତ ଓ ପାକିସ୍ଥାନ SCO ର ଏକ ଅଂଶ ଓ ଉଭୟ ଦେଶ ବର୍ତ୍ତମାନ ସଂଗଠନର ବ୍ୟାପକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ।

ଜିଓ ନ୍ୟୁଜ୍ ଅନୁଯାୟୀ, ଶନିବାର ଦିନ ବିଲାୱାଲ କହିଛନ୍ତି, "ଭାରତ ଆମର ପଡୋଶୀ ଦେଶ । ଜଣେ ବ୍ୟକ୍ତି / ଦେଶ ଅନେକ ଜିନିଷ ଉପରେ ନିଷ୍ପତ୍ତି ନେଇପାରେ କିନ୍ତୁ ପଡ଼ୋଶୀକୁ ପରିବର୍ତ୍ତନ କରିପାରିବ ନାହିଁ । ସେଥିପାଇଁ ଆମେ ସେମାନଙ୍କ ସହ ରହିବାର ଅଭ୍ୟସ୍ତ ହୋଇଯିବା ଉଚିତ୍ । ବିଲାୱାଲ କହିଛନ୍ତି ଯେ ୨୦୧୯ ପରେ ଭାରତ ସହ ଗଠନମୂଳକ କଥାବାର୍ତ୍ତା କଷ୍ଟସାଧ୍ୟ ହୋଇପଡିଛି । ଜମ୍ମୁ କାଶ୍ମୀରର ସ୍ପେଶାଲ ଷ୍ଟେଟସ ପ୍ରତ୍ୟାହାର କରିବା ଓ ରାଜ୍ୟକୁ ଦୁଇଟି ୟୁନିଅନ୍ ଅଞ୍ଚଳରେ ବିଭକ୍ତ କରିବାର ଭାରତର ଘୋଷଣାକୁ ଦୃଷ୍ଟିରେ ରଖି ସେ ଏହା କହିଛନ୍ତି ।"

ସୂଚନାଯୋଗ୍ୟ ଯେ ଭାରତ ପାକିସ୍ତାନକୁ ବାରମ୍ବାର କହି ଆସିଛି ଯେ ସେ ଇସଲାମାବାଦ ସହିତ ଆତଙ୍କବାଦ, ଶତ୍ରୁତା ଓ ହିଂସା ମୁକ୍ତ ପରିବେଶରେ ସାଧାରଣ ପଡୋଶୀ ଭାବେ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା କରୁଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଏହା ମଧ୍ୟ କହିଛନ୍ତି ଯେ ସମରଖଣ୍ଡରେ ବାର୍ଷିକ ଏସସିଓ ଶିଖର ସମ୍ମିଳନୀରେ ପାକିସ୍ତାନ ଓ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ବୈଠକ ପାଇଁ କୌଣସି ଯୋଜନା ନାହିଁ । ଉଜବେକିସ୍ତାନରେ ୧୫-୧୬ ସେପ୍ଟେମ୍ବରରେ SCO ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ।

ଇମ୍ରାନ ସରକାରଙ୍କ ଭାଙ୍ଗିବା ପରେ ଓ ପାକିସ୍ତାନରେ ଶାହାବାଜ ସରିଫ ସରକାର ଆସିବା ପରେ ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ପ୍ରଥମ ଥର ପାଇଁ ସାକ୍ଷାତ କରିଛ ନ୍ତି। ଉଜବେକିସ୍ତାନରେ ଏସସିଓ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀଙ୍କୁ ଭେଟିଥିଲେ ।

ଏହା ବି ପଢ଼ନ୍ତୁ: ଦେଶରେ ଘଟୁଥିବା ହିଂସାତ୍ମକ ଘଟଣାକୁ ନେଇ ବଡ଼ ବୟାନ ଦେଲେ NSA ଅଜିତ ଡୋଭାଲ

ଏହା ବି ପଢ଼ନ୍ତୁ: ଅଳ୍ପ ଲୋକ କୋର୍ଟରେ ପହଞ୍ଚନ୍ତି, ଅଧିକାଂଶ ଜନସଂଖ୍ୟା ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି: CJI