Crypto Platform: ଭାରତରେ ବନ୍ଦ ହେବ ୯ କ୍ରିପ୍ଟୋ ପ୍ଲାଟଫର୍ମ, ଆଇଟି ମନ୍ତ୍ରଣାଳୟକୁ ଚିଠି ଲେଖିଲା ଅର୍ଥ ବିଭାଗ
Advertisement
Article Detail0/zeeodisha/odisha2033784

Crypto Platform: ଭାରତରେ ବନ୍ଦ ହେବ ୯ କ୍ରିପ୍ଟୋ ପ୍ଲାଟଫର୍ମ, ଆଇଟି ମନ୍ତ୍ରଣାଳୟକୁ ଚିଠି ଲେଖିଲା ଅର୍ଥ ବିଭାଗ

Crypto Platform : ଦେଶରେ ବେଆଇନ ଅର୍ଥ କାରବାରକୁ ରୋକ ଦେବା ଉଦ୍ଦେଶ୍ୟରେ ୧୦ କ୍ରିପ୍ଟୋ ସେବା (crypto platforms) ପ୍ରଦାନକାରୀ ପ୍ଲାଟ୍‍ଫର୍ମକୁ ଅସିଦ୍ଧ ଘୋଷଣା କରିବାକୁ ସରକାର(Govt) ସ୍ଥିର କରିଛନ୍ତି। ବେଆଇନ ଅର୍ଥ କାରବାର ନିରାକରଣ ଆଇନ ଅନୁସାରେ ଏହି କମ୍ପାନୀମାନେ ଆବଶ୍ୟକ ଦସ୍ତାବିଜ୍‍ ସରକାରଙ୍କ ପାଖରେ ଦାଖଲ କରିବାରେ ଅସମର୍ଥ ହୋଇଥିବାରୁ ଏମାନଙ୍କ ପୋର୍ଟାଲ୍‍କୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। 

Crypto Platform: ଭାରତରେ ବନ୍ଦ ହେବ ୯ କ୍ରିପ୍ଟୋ ପ୍ଲାଟଫର୍ମ, ଆଇଟି ମନ୍ତ୍ରଣାଳୟକୁ ଚିଠି ଲେଖିଲା ଅର୍ଥ ବିଭାଗ

Crypto Platform (ଭୁବନେଶ୍ୱର): ଦେଶରେ ବେଆଇନ ଅର୍ଥ କାରବାରକୁ ରୋକ ଦେବା ଉଦ୍ଦେଶ୍ୟରେ ୧୦ କ୍ରିପ୍ଟୋ ସେବା (crypto platforms) ପ୍ରଦାନକାରୀ ପ୍ଲାଟ୍‍ଫର୍ମକୁ ଅସିଦ୍ଧ ଘୋଷଣା କରିବାକୁ ସରକାର(Govt) ସ୍ଥିର କରିଛନ୍ତି। ବେଆଇନ ଅର୍ଥ କାରବାର ନିରାକରଣ ଆଇନ ଅନୁସାରେ ଏହି କମ୍ପାନୀମାନେ ଆବଶ୍ୟକ ଦସ୍ତାବିଜ୍‍ ସରକାରଙ୍କ ପାଖରେ ଦାଖଲ କରିବାରେ ଅସମର୍ଥ ହୋଇଥିବାରୁ ଏମାନଙ୍କ ପୋର୍ଟାଲ୍‍କୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ନିବେଶକଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯାଇପାରିବ ବୋଲି ଚିନ୍ତା କରାଯାଇଛି।   

ପୂର୍ବରୁ ସରକାର ଏହି କାରବାରକୁ ନିୟନ୍ତ୍ରଣ କରିବା ତଥା ଲୋକଙ୍କ ମଧ୍ୟରେ ନିରୁତ୍ସାହିତ କରିବା ଲକ୍ଷ୍ୟରେ ନିୟମକୁ କଡ଼ାକଡ଼ି କରାଯିବା ସହ ଅଧିକ ଟିକସ ଲାଗୁ କରାଯାଇଥିଲା। ଏହାସହ ଏଥିରେ ନିବେଶ କରୁଥିବା ନିବେଶକଙ୍କ କାରବାରକୁ ମଧ୍ୟ ନଜରରେ ରଖିବାର ବ୍ୟବସ୍ଥା କରାଯାଇଥିଲା।  ଯେଉଁ ୯ କ୍ରିପ୍ଟୋ ପ୍ଲାଟଫର୍ମ (crypto platforms) ବିରୁଦ୍ଧରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସ୍ଥିର କରାଯାଇଛି। ସେଗୁଡ଼ିକ ହେଲା: ବିନାନ୍ସ, କୁକୋଏନ୍‍, ହୁଓବି, କ୍ରାକେନ, ଗେଟ୍‍ ଡଟ୍‍ ଆଇଓଏ, ବିଟ୍ରେକ୍ସ, ବିଟ୍‍ଷ୍ଟାମ୍ପ, ଏମଇଏକ୍ସସି ଗ୍ଲୋବାଲ ଏବଂ ବିଟ୍‍ ଫିନେକ୍ସ।  

ଏହି ଭର୍ଚୁଆଲ୍‍ ଡିଜିଟାଲ୍‍ ଆସେଟ୍‍ ( ଭିଡିଏ) ପ୍ରଦାନକାରୀଙ୍କୁ ମାର୍ଚ୍ଚ ମାସରେ ସରକାର ବେଆଇନ ଅର୍ଥନୈତିକ କାରବାର ନିରୋଧ ଆଇନ ପରିସରରେ ଆଣି ଅର୍ଥନୈତିକ ଗୁଇନ୍ଦ ସଂସ୍ଥା ( ଏଫ୍‍ଆଇ୍ରୁ)ାରେ ସେମାନଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଥିଲେ। ଏମାନଙ୍କ ବାବଦରେ ଆବଶ୍ୟକ ଦସ୍ତାବିଜ୍‍ ସଂଗ୍ରହ କରି ଗଚ୍ଛିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏ ବାବଦରେ କମ୍ପାନୀଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାସହ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତଣାଳୟକୁ ( Finance Ministry) ଏମାନଙ୍କ ୟୁଆାର୍‍ଏଲ୍‍ ବନ୍ଦ ପାଇଁ ଅନୁରୋଧ କରାଯାଇଛି।