OneWeb India-1 Mission: ଇସ୍ରୋ ରଚିଲା ଇତିହାସ, ରକେଟ୍ LVM-3-M2ର ଉତକ୍ଷେପଣ ସଫଳ
Advertisement

OneWeb India-1 Mission: ଇସ୍ରୋ ରଚିଲା ଇତିହାସ, ରକେଟ୍ LVM-3-M2ର ଉତକ୍ଷେପଣ ସଫଳ

OneWeb India-1 Mission:ଭାରତୀୟ ମହାକାଶ ଗବେଷଣା ସଂଗଠନ(The Indian Space Research Organisation) ରଚିଲା ଇତିହାସ । ସବୁଠାରୁ ଭାରୀ ରକେଟ୍ LVM-3-M2/ଓ୍ଵାନଓ୍ଵେବ ଇଣ୍ଡିଆ-୧ର ମିଶନ (LVM3-M2/OneWeb India-1) ସଫଳତା ସହ ପୂରା କରିଛି। ଏନେଇ ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ପ୍ରତିକ୍ରିୟା ରଖିଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

OneWeb India-1 Mission: ଭାରତୀୟ ମହାକାଶ ଗବେଷଣା ସଂଗଠନ(The Indian Space Research Organisation) ରଚିଲା ଇତିହାସ । ସବୁଠାରୁ ଭାରୀ ରକେଟ୍ LVM-3-M2/ଓ୍ଵାନଓ୍ଵେବ ଇଣ୍ଡିଆ-୧ର ମିଶନ (LVM3-M2/OneWeb India-1) ସଫଳତା ସହ ପୂରା କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର( Dhawan Space Centre) ରୁ ରାତି ୧୨ଟା ୭ ମିନିଟ୍‌ରେ ଉତକ୍ଷେପଣ କରାଯାଇଥିଲା। ଚଳିତ ବର୍ଷର ସବୁଠାରୁ ବଡ଼ ବାଣିଜ୍ୟିକ ମିସନରେ ସଫଳତା ହାସଲ କରିଛି। ବ୍ରିଟେନ୍ ସ୍ଥିତ ଗ୍ରାହକର ସମସ୍ତ ୩୬ ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହ ସ୍ଥାପିତ କରାଯାଇଛି। ପ୍ରାୟ ୪୩.୫ ମିଟର ଲମ୍ବ ରକେଟ୍‌ ୩୬ ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନେଇ ଉଡାଣ ଭରିଥିଲା। ଏହାର ଓଜନ ୬୪୪ ଟନ୍।ଏନେଇ ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ,ଏଲ୍‌ଏମ୍‌ଭି ୩ ରେ ୩୬ଟି ୱାନୱେବ ଉପଗ୍ରହ ଅଛି । ଉଡ଼ାଣ ଭରିବାର ୧୯ ମିନିଟ ଭିତରେ ଏହା ୱାନୱେବ ୩୬ ଟି ଛୋଟ ବ୍ରଡ଼ବ୍ରାଣ୍ଡ ସଞ୍ଚାର ଉପଗ୍ରହ ସହ ଯୋଡିହୋଇଛି। ଏହା ହେଉଛି ପ୍ରାୟ ୪୩.୫ ମିଟର ଲମ୍ବା ରକେଟର ଉତକ୍ଷେପଣ। ୮ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ଥିବା ଏହାକୁ ସବୁଠାରୁ ଭାରୀ ଉପଗ୍ରହ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଏଲ୍‌ଏମ୍‌ଭି ୩ ଦ୍ୱାରା ୩୬ ୱାନୱେବ ଉପଗ୍ରହର ଅନ୍ୟ ଏକ ସେଟ୍ ଉତକ୍ଷେପଣ କରାଯିବ। ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ରକେଟ୍ ଉତକ୍ଷେପଣ ସଫଳତା ପାଇଁ ଶନିବାର ସକାଳେ ତିରୁପତି  ଜିଲ୍ଲାର ସୁଲ୍ଲୁରପେଟାରେ ଶ୍ରୀ ଚେଙ୍ଗଲମ୍ମା ପରମେଶ୍ଵରୀ ଦେବୀ ମନ୍ଦିରରେ ଏକ ସ୍ଵତନ୍ତ୍ର ପୂଜା କରିଥିଲେ।

ଏହି ମାଇଲଖୁଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ଏସ ସୋମନାଥ କହିଛନ୍ତି, "ଏହା ଏକ ଐତିହାସିକ ମିଶନ। LVM3 ବାଣିଜ୍ୟିକ ବଜାରକୁ ଆସିବାକୁ ଚାହୁଁଥିବାରୁ ପିଏମ ମୋଦିଙ୍କ ସମର୍ଥନ ହେତୁ ଏହା ସମ୍ଭବ ହୋଇଛି । ଆମର NSIL ଲଞ୍ଚ ଚଳାଇବାରେ ଆଗରେ ଅଛି। ବାଣିଜ୍ୟିକ ଡୋମେନ୍ ର ଅନୁସନ୍ଧାନ ଏବଂ ବିସ୍ତାର ପାଇଁ ଯାନ"। ଏସ ସୋମନାଥ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ଅଧ୍ୟକ୍ଷ । ଇସ୍ରୋ ଅଧ୍ୟକ୍ଷ କେ ଶିଭନଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ସୋମନାଥଙ୍କୁ କେନ୍ଦ୍ର ସରକାର ନିଯୁକ୍ତି କରିଛନ୍ତି। ସେ ଇସ୍ରୋର ଦଶମ ଅଧ୍ୟକ୍ଷ ଭାବେ ଏହି ସଂସ୍ଥାର ଦାୟିତ୍ବ ତୁଲାଉଛନ୍ତି। ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ ଜିଏସଏଲଭି ଏମକେ-୩ ଲଞ୍ଚର ବିକାଶ କାର୍ଯ୍ୟର ନେତୃତ୍ବ ନେଇଥିବା ବୈଜ୍ଞାନିକଙ୍କ ମଧ୍ୟରୁ ସେ ଅନ୍ୟତମ।

ଏହାବି ପଢନ୍ତୁ : Diwali Celebration: ଏକାଠି ଦିପାବଳୀ ପାଳିବେ ପିଏମ ମୋଦି ଏବଂ ସିଏମ୍ ଯୋଗୀ, ଜଳିବ ୧୫ ଲକ୍ଷ ଦୀପ

ଏହାବି ପଢନ୍ତୁ : India: ବାଘ ସଂଖ୍ୟାକୁ ନେଇ ଆସିଲା ଖୁସି ଖବର

ଏହାବି ପଢନ୍ତୁ :Platform Ticket: ପାର୍ବଣ ସିଜିନରେ ପାଞ୍ଚ ଗୁଣ ବୃଦ୍ଧି ପାଇଲା ପ୍ଲାଟଫର୍ମ ଟିକେଟ୍, ଏସବୁ ଷ୍ଟେସନରେ ଦେବାକୁ ହେବ ଅଧିକ ଟଙ୍କା