Odisha Accident News: ଯାତ୍ରା ବେଳେ ଫାଟିଲା ବସ ଟାୟର, ୩୦ ଆହତ
Advertisement
Article Detail0/zeeodisha/odisha1571669

Odisha Accident News: ଯାତ୍ରା ବେଳେ ଫାଟିଲା ବସ ଟାୟର, ୩୦ ଆହତ

Kandhamal Bus Accident News:  ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ରାୟଗଡା ଜିଲ୍ଲାର ମୁନିଗୁଡା ଠାରୁ ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହାର ଟାୟାର ଫାଟି ଯାଇଥିଲା। 

 Odisha Accident News: ଯାତ୍ରା ବେଳେ ଫାଟିଲା ବସ ଟାୟର, ୩୦ ଆହତ

More Than 30 Injured As Bus Tyre Bursts: ଯାତ୍ରା ବେଳେ ଫାଟିୟାଇଛି ବସ ଟାୟର। ଏହି ଘଟଣାରେ ୩୦ ଜଣରୁ ଅଧିକ ଲୋକ ଆହତ ହୋଇଥିବାର ଖବର ମିଳିଛି। କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅଧିନସ୍ଥ ମୁଣ୍ଡାସାହି ଠାରେ ଘଟିଯାଇଛି ଏଭଳି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏନେଇ ମିଳିଥିବା ଖବର ଅନୁଯାୟୀ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ରାୟଗଡା ଜିଲ୍ଲାର ମୁନିଗୁଡା ଠାରୁ ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହାର ଟାୟାର ଫାଟି ଯାଇଥିଲା। ଟାୟର ଫାଟିଯିବାରୁ ବସ ଡ୍ରାଇଭର ଗାଡ଼ି ଉପରେୁ ନିୟନ୍ତ୍ରଣ ହରାଇଥିଲେ। ଯାହା ପରେ ବସ ରାସ୍ତା କଡ଼ରେ ରହିଥିବା ଗଛ ସହ ଧକ୍କା ହୋଇଥିଲା। ଯେଉଁ କାରଣରୁ ବସ ଯାତ୍ରୀ ଆହତ ହୋଇଥିଲେ।