Odisha UPSC Coaching: ମାଗଣା ୟୁପିଏସସି କୋଚିଂ ସ୍କିମ୍ ପାଇଁ ଆବେଦନ ଆମନ୍ତ୍ରଣ କଲେ ଓଡିଶା ସରକାର
Advertisement
Article Detail0/zeeodisha/odisha1584839

Odisha UPSC Coaching: ମାଗଣା ୟୁପିଏସସି କୋଚିଂ ସ୍କିମ୍ ପାଇଁ ଆବେଦନ ଆମନ୍ତ୍ରଣ କଲେ ଓଡିଶା ସରକାର

Odisha UPSC Coaching Scheme:  ରାଜ୍ୟ ସରକାର ୟୁପିଏସସି ଆଶାୟୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ  ପୋର୍ଟାଲ ପରିଦର୍ଶନ କରି ମାଗଣା କୋଚିଂ ସ୍କିମ୍ ପାଇଁ ଆବେଦନ କରିବାକୁ କହିଛନ୍ତି।

Odisha UPSC Coaching: ମାଗଣା ୟୁପିଏସସି କୋଚିଂ ସ୍କିମ୍ ପାଇଁ ଆବେଦନ ଆମନ୍ତ୍ରଣ କଲେ ଓଡିଶା ସରକାର

Odisha Higher Education Department: କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀଙ୍କ ପାଇଁ ମାଗଣା କୋଚିଂ ଯୋଗାଇବା ପାଇଁ ଓଡିଶା ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି। ଯାହା ରାଜଧାନୀ ଭୁବନେଶ୍ୱରରେ ପ୍ରଦାନ କରାଯିବ। ଓଡ଼ିଶା ସରକାର ୨୦୦ ୟୁପିଏସସସି ପ୍ରାର୍ଥୀଙ୍କୁ ମାଗଣା ବୋର୍ଡିଂ ଏବଂ ଖାଦ୍ୟ ଯୋଗାଇ ଦେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଏହି ବିଜ୍ଞପ୍ତି ଜରିଆରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୦ ୟୁପିଏସସସି ଆଶାୟୀ (UPSC Aspirant) ଚୟନ ପାଇଁ ଏକ ପ୍ରାକ-ଯୋଗ୍ୟତା ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ୨୬ ମାର୍ଚ୍ଚରେ ଅନୁଷ୍ଠିତ ହେବ। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର (UPSC Civil Services Examination) ଜେନେରାଲ ଷ୍ଟଡିଜ ପେପର (General Studies Paper) ପାଇଁ ରାଜ୍ୟ ସରକାର ମାଗଣା କୋଚିଂ (Free UPSC Coaching) ପ୍ରଦାନ କରିବେ।

କେବଳ ଜେନେରାଲ ଷ୍ଟଡିଜ ପେପର ପାଇଁ ରାଜ୍ୟ ସରକାର (Odisha Govt) ମାଗଣା କୋଚିଂ ପ୍ରଦାନ କରିବେ। କୋଚିଂ ଅବଧି ଏକ ବର୍ଷ ହେବ। ୟୁପିଏସସି ପ୍ରିଲିମନାରୀ ପରୀକ୍ଷାରେ (UPSC Preliminary Examination) ମନୋନୀତ ହୋଇଥିବା ପ୍ରାର୍ଥୀ ଆଉ ଏକ ବର୍ଷ ପାଇଁ ମାଗଣା କୋଚିଂ ନେଇପାରିବେ। ଏନେଇ ଜାରି ହୋଇଥିବା ବିଜ୍ଞପ୍ତିରେ ଜରିଆରେ କୁହାଯାଇଛି।

ରାଜ୍ୟ ସରକାର ୟୁପିଏସସି ଆଶାୟୀଙ୍କୁ ଉଚ୍ଚଶିକ୍ଷା ବିଭାଗ (Odisha Higher Education Department) ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ (Student Academic Management System) ସାମସ୍ ପୋର୍ଟାଲ (SAMS Portal) ପରିଦର୍ଶନ କରି ମାଗଣା କୋଚିଂ ସ୍କିମ୍ ପାଇଁ ଆବେଦନ କରିବାକୁ କହିଛନ୍ତି।

ଶିକ୍ଷାବର୍ଷ ୨୦୨୩-୨୪  ଲାଗି ମାଗଣା ୟୁପିଏସସି କୋଚିଂ ସ୍କିମ୍ ପାଇଁ ଅନଲାଇନ୍ ଆବେଦନପତ୍ର କରିବାର ଶେଷ ତାରିଖ ହେଉଛି ୪ ମାର୍ଚ୍ଚ। ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଆବେଦନ ଶୁକ୍ଳ ୧୦୦ ଟଙ୍କା ଜମା କରିବେ। ପ୍ରାର୍ଥୀ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dhe.odisha.gov.in ପରିଦର୍ଶନ କରି ଏହି ଯୋଜନା ପାଇଁ ବିସ୍ତୃତ ତଥ୍ୟ ପାଇପାରିବେ। ଗତ ୨୦୧୭-୧୮ ଶିକ୍ଷାବର୍ଷରେ ଓଡ଼ିଶାର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ରହିଥିବା ଆଇଏଏସ୍ କୋଚିଂ ସେଣ୍ଟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଥିଲେ।