Jammmu Kashmir Blast: ୮ ଘଣ୍ଟାରେ ୨ ବିସ୍ଫୋରଣ, NIA କରିବ ଘଟଣାର ଯାଞ୍ଚ
Advertisement
Article Detail0/zeeodisha/odisha1373257

Jammmu Kashmir Blast: ୮ ଘଣ୍ଟାରେ ୨ ବିସ୍ଫୋରଣ, NIA କରିବ ଘଟଣାର ଯାଞ୍ଚ

Blast in Udhampur: ସେପ୍ଟମ୍ବର ୨୯ ତାରିଖ ବୁଧବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣରେ କମ୍ପି ଉଠିଛି ଜାମୁ କାଶ୍ମୀରର ଉଧମପୁର ଜିଲ୍ଲା। ଏଠାରେ ରହସ୍ୟମୟ ବିସ୍ଫୋରଣରେ ୨ ଜଣ ଆହତ ହୋଇଛନ୍ତି। 

Jammmu Kashmir Blast: ୮ ଘଣ୍ଟାରେ ୨ ବିସ୍ଫୋରଣ, NIA କରିବ ଘଟଣାର ଯାଞ୍ଚ

Udhampur Blast: ବିସ୍ଫୋରଣରେ କମ୍ପି ଉଠିଛି ଜାମୁ କାଶ୍ମୀରର ଉଧମପୁର। ୮ ଘଣ୍ଟାରେ ମଧ୍ୟରେ ଏଠାରେ ହୋଇଛି ୨ ବିସ୍ଫୋରଣ। ଉଧମପୁରରେ ହୋଇଥିବା ବିସ୍ଫୋରଣ ଘଟଣାର ଯାଞ୍ଚ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା। ଉଚ୍ଚ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏନଆଇଏ ଅଧିକାରୀଙ୍କ ଏକ ଦଳ  ଘଟଣାସ୍ଥଳରେ ପହଞ୍ଚି ଏହି ବିସ୍ଫୋରଣ ସହ ଜଡିତ ସମସ୍ତ ଦଲିଲକୁ ସ୍ଥାନୀୟ ପୋଲିସ ପାଖରୁ ନେଇଛି।

ସେପ୍ଟମ୍ବର ୨୯ ତାରିଖ ବୁଧବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣରେ କମ୍ପି ଉଠିଛି ଜାମୁ କାଶ୍ମୀରର ଉଧମପୁର ଜିଲ୍ଲା (Udhampur District of Jammu and Kashmir)। ଏଠାରେ ରହସ୍ୟମୟ ବିସ୍ଫୋରଣରେ ୨ ଜଣ ଆହତ ହୋଇଛନ୍ତି। ଡୋମେଲ ଛକ ଠାରେ ଛିଡା ହୋଇଥିବା ବସ ରେ ହୋଇଥିଲା ଏହି ରହସ୍ୟମୟ ବିସ୍ଫୋରଣ। ଯେଉଁ ଘଟଣାରେ ୨ ଜଣ ଆହତ ହୋଇଥିବା ପୋଲିସ କହିଛି।

ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଗତ କିଛି ଘଣ୍ଟା ବ୍ୟବଧାନରେ ଉଧମପୁରରେ ହୋଇଛି ଦୁଇଟି ବିସ୍ଫୋରଣ। ଏହି ଘଟଣାରେ ମିଳିଥିବା ଖବର ଅନୁସାରେ ଏକ ପେଟ୍ରୋଲ ପମ୍ପ ନିକଟରେ ଅଟକି ରହିଥିଲା ଗୋଟିଏ ବସ। ଯେତେବେଳେ ବିସ୍ଫୋରଣ ହୋଇଥିଲା ସେତେବେଳେ ଏହି ବସ ଖାଲି ରହିଥିଲା।

ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବରେ ବସ ଛାତ ଉଡ଼ି ଯାଇଥିଲା। ଏପରିକି ବସ ପାଖରେ ଛିଡ଼ା ହୋଇଥିବା ଅନେକ ଗାଡିର ଝରକା ମଧ୍ୟ ଭାଙ୍ଗି ଯାଇଥିଲା। ବିସ୍ଫୋରଣ ବାବଦରେ ଖବର ପାଇବା ମାତ୍ରେ ବହୁ ସଂଖ୍ୟକ ପୋଲିସ ( Jammu Kashmir Police) ଏବଂ ବୋମା ନିଷ୍କ୍ରିୟକାରୀ ଦଳ (Bomb Disposal Squad) ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଏନେଇ ପ୍ରତିକ୍ରିୟା ରଖି ପୋଲିସ କହିଛି ଯେ ଏହି ଘଟଣାରେ ମାମଲା ଦାଏର କରାଯିବା ସହ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି।

Also Read: Explosion On Bus: ଦୁଇଟି ବସରେ ସିରିଜ୍ ବିସ୍ଫୋରଣ, ଦୁଇ ଆହତ

ବିଗତ କିଛି ଘଣ୍ଟା ମଧ୍ୟରେ ଉଧମପୁରରେ ହୋଇଯାଇଛି ଦୁଇଟି ବିସ୍ଫୋରଣ। ଏହାପୂର୍ବରୁ ବୁଧବାର ରାତି ୧୦ ଟା ୪୫ ମିନିଟ ସମୟରେ ଡୋମିଲ ଛକ ନିକଟରେ ଏକ ବସ୍‌ ରେ ହୋଇଥିଲା ବିସ୍ଫୋରଣ। ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଗୁରୁବାର ହୋଇଥିବା ବିସ୍ଫୋରଣ ପୂର୍ବ ବିସ୍ଫୋରଣ ଭଳି ହୋଇଛି।

ଆସନ୍ତା ଅକ୍ଟୋବର ୪ ତାରିଖରେ ରଜୌରୀ ଜିଲ୍ଲାରେ (Rajouri District of Jammu and Kashmir) ଆୟୋଜିତ ହେଉଥିବା ଏକ ରାଲିରେ ଯୋଗ ଦେବା ଲାଗି ଜାମୁ କାଶ୍ମୀର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah)। ମାତ୍ର ଏହା ପୂର୍ବରୁ ଉଧମପୁର ଜିଲ୍ଲାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ସତର୍କ ହୋଇ ଉଠିଛନ୍ତି ଗୁଇନ୍ଦା ସଂସ୍ଥା (Intelligence Agency)।