NIA Raids: ଟ୍ରେରର ଫଣ୍ଠି ମାମଲାରେ ଜମ୍ମୁ କାଶ୍ମୀର ୮ଟି ସ୍ଥାନରେ NIAର ଚଢଉ
Advertisement

NIA Raids: ଟ୍ରେରର ଫଣ୍ଠି ମାମଲାରେ ଜମ୍ମୁ କାଶ୍ମୀର ୮ଟି ସ୍ଥାନରେ NIAର ଚଢଉ

NIA Raids: ଟ୍ରେରର ଫଣ୍ଠି (Terror Funding) ଓ ଆତଙ୍କୀ ଲିଙ୍କ୍ ମାମଲାରେ ମଙ୍ଗଳବାର ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରର ଆଠଟି ସ୍ଥାନରେ ଚଢ଼ଉ କରିଛି। ସୂତ୍ରରୁ ପ୍ରକାଶ ଯେ, ଜମ୍ମୁ କାଶ୍ମୀର ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ସହ କାଶ୍ମୀରର (Kashmir) ୭ଟି ଓ ଜମ୍ମୁରେ (Jammu) ଗୋଟିଏ ସ୍ଥାନରେ ଚଢଉ ଜାରି ରଖିଛନ୍ତି। 

ସୌ(ସୋସିଆଲ ମିଡିଆ)

NIA Raids: ଟ୍ରେରର ଫଣ୍ଠି (Terror Funding) ଓ ଆତଙ୍କୀ ଲିଙ୍କ୍ ମାମଲାରେ ମଙ୍ଗଳବାର ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରର ଆଠଟି ସ୍ଥାନରେ ଚଢ଼ଉ କରିଛି। ସୂତ୍ରରୁ ପ୍ରକାଶ ଯେ, ଜମ୍ମୁ କାଶ୍ମୀର ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ସହ କାଶ୍ମୀରର (Kashmir) ୭ଟି ଓ ଜମ୍ମୁରେ (Jammu) ଗୋଟିଏ ସ୍ଥାନରେ ଚଢଉ ଜାରି ରଖିଛନ୍ତି। ଏଜେନ୍ସି ଅଧିକାରୀମାନେ ଶୋପିଆନ୍ (Shopian) ଓ ବାରମୁଲ୍ଲା (Baramulla) ସମେତ ଅନ୍ୟାନ୍ୟ ଅଞ୍ଚଳରେ ଚଢଉ କରିଛନ୍ତି । ଚଢଉ ସ୍ଥାନଗୁଡ଼ିକରେ ସନ୍ଦିଗ୍ଧଙ୍କ ବାସସ୍ଥାନ ଓ ଅନ୍ୟ ସ୍ଥାନ ଅନ୍ତର୍ଭୁକ୍ତ ରହିଛି।

Also Read-Gold Price Today: ଖସିଲା ସୁନା ରେଟ୍, ୧୦ ଗ୍ରାମକୁ ମାତ୍ର ରହିଛି ଏତିକି ଟଙ୍କା

କିଛି ଦିନ ପୂର୍ବରୁ ପାକିସ୍ତାନ ସମର୍ଥିତ ଆତଙ୍କବାଦ ମାମଲାରେ କାଶ୍ମୀରରେ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିବା ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏହାର କିଛି ଦିନ ପରେ ଏନଆଇଏ ପକ୍ଷରୁ ଏହି ଚଢଉ କରାଯାଇଛି। ନଭେମ୍ବର ୨୭ରେ ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ୨୨ବର୍ଷୀୟ ଜାକିର ହୁସେନ୍‌ଙ୍କୁ ଗିରଫ କରିବା ପରେ ଏଜେନ୍ସିକୁ ନଭେମ୍ବର ୨୯ରେ ବିଶେଷ ସୂତ୍ରରୁ ଏହି ଇନଫୁଟ ମିଳିଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ୮ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୂର୍ବରୁ ଗିରଫ ହୋଇଥିବା ୭ ଅଭିଯୁକ୍ତ ମଧ୍ୟରୁ ଜଣେ ଅଭିଯୁକ୍ତ ଜେଲରେ ଥିବା ବେଳେ ହୃଦଘାତରେ ପ୍ରାଣ ହରାଇଛି । କାଶ୍ମୀର ଘାଟିରେ ଅଶାନ୍ତି ଓ ଦେଶରେ ହିଂସା ଓ ଆତଙ୍କୀ କାର୍ଯ୍ୟକଳାପକୁ ବୃଦ୍ଧି କରୁଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀର ଷଡଯନ୍ତ୍ରକୁ ପଣ୍ତ କରିଛି ଏନଆଇଏ । ​