Gorkha Regiments: ଭାରତର ଚିନ୍ତା ବଢିଲା, ଚୀନ ଓ ପାକିସ୍ତାନ ସେନାରେ ସାମିଲ ହେବେ ନେପାଳୀ ଯୁବକ?
Advertisement
Article Detail0/zeeodisha/odisha1331921

Gorkha Regiments: ଭାରତର ଚିନ୍ତା ବଢିଲା, ଚୀନ ଓ ପାକିସ୍ତାନ ସେନାରେ ସାମିଲ ହେବେ ନେପାଳୀ ଯୁବକ?

Gorkha Regiments: ସ୍ୱାଧିନତା ପରଠାରୁ ଭାରତ ଓ ବ୍ରିଟିଶ ସେନାରେ ନେପାଳର ଗୋର୍ଖା ସାମିଲ ହୋଇଛନ୍ତି। ୧୯୪୭ର Tripartite agreement ହୋଇଥିଲା। ଏଥିରେ ଭାରତ, ନେପାଳ ଓ ବ୍ରିଟେନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାରି ଆଧାରର ଗୋର୍ଖା ରେଜିମେଣ୍ଟର ମୂଳଦୁଆ ପଡିଥିଲା। ଗୋର୍ଖା ସୈନିକମାନେ ଭାରତ, ବ୍ରିଟେନ ଓ ନେପାଳ ସେନାରେ ମଧ୍ୟ ନିଯୁକ୍ତ ଅଛନ୍ତି। ତେବେ ଭାରତୀୟ ସେନାରେ ୭ଟି ରେଜିମେଣ୍ଟ ରହିଛି।

Gorkha Regiments: ଭାରତର ଚିନ୍ତା ବଢିଲା, ଚୀନ ଓ ପାକିସ୍ତାନ ସେନାରେ ସାମିଲ ହେବେ ନେପାଳୀ ଯୁବକ?

Gorkha Regiments, ନୂଆଦିଲ୍ଲୀ: ନେପାଳରୁ ଭାରତକୁ ନିରାଶ କଲା ଭଳି ଏକ ଖବର ଆସିଛି। ଭାରତ ପରେ ନେପାଳରେ ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ନିଆଁ ଲଗାଇଦେଇଛି। ନେପାଳରେ ଅଗ୍ନିପଥ ଯୋଜାନକୁ ତୀବ୍ର ବିରୋଧ କରାଯାଉଛି। ସେଠାକାର ଉଭୟ ସରକାର ଓ ଯୁବପିଢି ଏଥିରେ ସାମିଲ ହୋଇଛନ୍ତି। ଯାହାର ଫଳ ସ୍ୱରୂପ ଗୋର୍ଖା ରେଜିମେଣ୍ଟର ନିଯୁକ୍ତି ରାଲିକୁ ନେପାଳରେ ସ୍ଥଗିତ ରଖାଯାଇଛି। କୁହାଯାଉଛି ଯେ, ଭାରତର ଅଗ୍ନିପଥର ନିଯୁକ୍ତିରେ ନାରାଜ ହୋଇ ନେପାଳର ଯୁବକମାନେ ଚୀନ ଏବଂ ପାକିସ୍ତାନ ସେନାରେ ସାମିଲ ହେବା ପାଇଁ ମନବଳାଉଛନ୍ତି। ଯାହା ଭାରତ ପାଇଁ ଚିନ୍ତା ବଢାଇ ଦେଇଛି।

ସ୍ୱାଧିନତା ପରଠାରୁ ଭାରତ ଓ ବ୍ରିଟିଶ ସେନାରେ ନେପାଳର ଗୋର୍ଖା ସାମିଲ ହୋଇଛନ୍ତି। ୧୯୪୭ର Tripartite agreement ହୋଇଥିଲା। ଏଥିରେ ଭାରତ, ନେପାଳ ଓ ବ୍ରିଟେନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାରି ଆଧାରର ଗୋର୍ଖା ରେଜିମେଣ୍ଟର ମୂଳଦୁଆ ପଡିଥିଲା। ଗୋର୍ଖା ସୈନିକମାନେ ଭାରତ, ବ୍ରିଟେନ ଓ ନେପାଳ ସେନାରେ ମଧ୍ୟ ନିଯୁକ୍ତ ଅଛନ୍ତି। ତେବେ ଭାରତୀୟ ସେନାରେ ୭ଟି ରେଜିମେଣ୍ଟ ରହିଛି। ଆଉ ଗୋର୍ଖା ରେଜିମେଣ୍ଟରେ ୪୩ଟି ବାଟାଲିୟାନ ରହିଛି। ବାର୍ଷିକ ଭାରତୀୟ ସେନାରେ ୧୨୦୦ରୁ ଊର୍ଦ୍ଧ୍ୱ ନେପାଳୀ ଯବାନକୁ ନିଯୁକ୍ତି କରାଯାଇଥାଏ। ସେହିପରି ବ୍ରିଟିଶ ସେନାରେ ନେପାଳରୁ ବାର୍ଷିକ ୧୭୨ ଜଣଙ୍କୁ ସାମିଲ କରାଯାଇଥାଏ। 

Also Read: ଆମେରିକା ୪୦୦ ଚିନୁକ ହେଲିକ୍ୟାପ୍ଟରକୁ ବ୍ୟବହାର ଅନୁପଯୋଗୀ କଲା, ଭାରତ ଛାନିଆ!

ଯଦି ଆମେ ବର୍ତ୍ତମାନ ସ୍ଥିତି କଥା କହିବା ତେବେ ଭାରତୀୟ ସେନାର ଗୋର୍ଖା ରେଜିମେଣ୍ଟରେ ପ୍ରାୟ ୪୦୦୦୦ ନେପାଳ ଯୁବକ ସାମିଲ ହୋଇଛନ୍ତି। ସଂଖ୍ୟା କମ ବେଶି ହୋଇପାରେ କିନ୍ତୁ ବ୍ରିଟେନ ଏବଂ ଭାରତରେ ଗୋର୍ଖାଙ୍କ ନିଯୁକ୍ତ ପ୍ରକ୍ରିୟା ପ୍ରାୟ ସମାନ। କିନ୍ତୁ ଅବସର ପରେ ସେମାନଙ୍କୁ ବ୍ରିଟେନ ତୁଳନାରେ ଭାରତ ଅଧିକ ପେନସନ ଦେଇଥାଏ। ଗୋର୍ଖା ରେଜିମେଣ୍ଟର ଦରମା ଓ ପେନସନ ବାବଦକୁ ଭାରତ ସରକାର ବର୍ଷିକ ପ୍ରାୟ ୪୨୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଯହାକି ନେପାଳ ସରକାରଙ୍କର ପ୍ରତିରକ୍ଷା ବଜେଟଠାରୁ ତିନିଗୁଣା ଅଧିକ। ଯଦି ଏହି ବଜେଟକୁ ଭାରତ ସରକାର ବନ୍ଦ କରିଦିଅନ୍ତି ତେବେ ନେପାଳ ସରକାର ଉପରେ ଏହାର ପ୍ରଭାବ ପଡିବ ଏଥିରେ ସନ୍ଦେହ ନାହିଁ। 

ତେବେ ଏହି ସାମ୍ପ୍ରତିକ ପରିସ୍ଥିତିରେ ନେପାଳ ସରକାର ତଥା ନେପାଳୀ ଯୁବକଙ୍କ ଭାରତ ଉପରେ ଅସନ୍ତୁଷ୍ଟ ଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ଅନୁସାରେ, ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ଥିବା ନେପାଳର ଯୁବକମାନେ ଭାରତ ସରକାରଙ୍କ ଏହି ଯୋଜନାକୁ ଯୋରଦାର ବିରୋଧ କରିଛନ୍ତି। ଯେଉଁ ଅଗ୍ନିପଥ ଯୋଜନାକୁ ନେଇ ଭାରତର କୋଣଅନୁକୋଣରେ ନିଆଁ ଲାଗିଯାଇଥିଲା, ସେହି ନିଆଁ ଏବେ ନେପାଳକୁ ବ୍ୟାପିଛି। ଅଗ୍ନପଥକୁ ନେଇ ନୋପଳ ସରକାର ଓ ଯୁବକଙ୍କ ମତ ଏବଂ ଭାରତର ବିରୋଧକାରୀଙ୍କ ମତ ପ୍ରାୟ ସମାନ। ସେମାନଙ୍କ କହିବା ହେଲା, ଅଗ୍ନିପଥ ଯୋଜନାରେ ନିଯୋକ୍ତି ପାଇ ୪ ବର୍ଷ ପରେ ନେପାଳ ଫେରି କଣ କରିବେ? ତେଣୁ ନେପାଳୀ ଯୁବକମାନେ ମଧ୍ୟ ଭାରତୀୟ ଆଶାୟୀଙ୍କ ପରି ସ୍ଥାୟୀ ନିଯୁକ୍ତି ଦାବି କରୁଛନ୍ତି। ଯାହାକୁ ସେଠାକାର ସରକାର ମଧ୍ୟ ସମର୍ଥନ କରୁଛନ୍ତି।

Also Read: US Army: ଚୀନ ଓ ଋଷ ଛାତିରେ ଛନକା! ଭାରତର ୩ ବର୍ଷର ପ୍ରତିରକ୍ଷା ବଜେଟରେ ତିଆରି ହେଉଛି ଶକ୍ତିଶାଳୀ

କିଛି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ନେପାଳର ବିଦେଶ ମନ୍ତ୍ରୀ ଡଃ. ନାରାୟଣ ଖାଡକେ ମଧ୍ୟ ଅଗ୍ନିପଥ ଯୋଜନାର ନିଯୁକ୍ତି ଉପରେ ଆପତ୍ତି ଜଣାଇଛନ୍ତି। ଗୁରୁବାର ସେ ଭାରତୀର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଛନ୍ତି। ନେପାଳୀ ଯୁବକମାନେ ଭାରତ ପ୍ରତି ଆକ୍ରୋଶମୂଳକ ମନୋଭାବ ପୋଷଣ କରି ଚୀନ ତଥା ପାକିସ୍ତାନ ସେନାରେ ନିଯୁକ୍ତି ନେଇ ଆଗ୍ରହ ଦେଖାଇଛି। ଅନ୍ୟପଟେ ସେପ୍ଚେମ୍ବର ୪ ତାରିଖରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପାଞ୍ଚ ଦିନିଆ ନେପାଳ ଗସ୍ତରେ ଯିବେ। ଏହି ଗସ୍ତ ବେଳେ ଅଗ୍ନପଥ ଯୋଜନା ଉପରେ ସେ ଉଚ୍ଚସ୍ତରୀୟ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି। କିନ୍ତୁ ଚୀନ ଓ ପାକିସ୍ତାନ ସେନାରେ ଗୋର୍ଖାଙ୍କ ସାମିଲ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ  କରିଦେଇଛି।