କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା' ୨୦୨୪ର ଫଳାଫଳକୁ ପ୍ରଭାବିତ କରିବ? ଏନସିପି ନେତା ଅଜିତ ପାୱାର ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1349365

କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା' ୨୦୨୪ର ଫଳାଫଳକୁ ପ୍ରଭାବିତ କରିବ? ଏନସିପି ନେତା ଅଜିତ ପାୱାର ଦେଲେ ବଡ଼ ବୟାନ

Congress Bharat Jodo Yatra: ଏଠାରେ କହି ରଖୁଛୁ ଯେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା କେରଳରୁ ୱାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନେତୃତ୍ୱରେ କଂଗ୍ରେସ (Congress) କନ୍ୟାକୁମାରୀରୁ କାଶ୍ମୀରକୁ 'ଭାରତ ଯୋଡ଼' ଯାତ୍ରା କରୁଛି । କଂଗ୍ରେସର ଏହି ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇ କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ ଦେଇ ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଯିବ ।

କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା' ୨୦୨୪ର ଫଳାଫଳକୁ ପ୍ରଭାବିତ କରିବ? ଏନସିପି ନେତା ଅଜିତ ପାୱାର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: Ajit Pawar on Congress Bharat Jodo Yatra: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଲୋକସଭା ନିର୍ବାଚନ ୨୦୨୪କୁ ଧ୍ୟାନରେ ରଖି କଂଗ୍ରେସ ଭାରତ ଯୋଡ଼ ଯାତ୍ରା (Congress Bharat Jodo Yatra) ଆରମ୍ଭ କରିଛି । ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି ଓ କାଶ୍ମୀରରେ ଯାତ୍ରା ଶେଷ ହେବ । ସେପଟେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ଏହି କ୍ରମରେ ଏନସିପି ନେତା (NCP Leader) ଅଜିତ ପାୱାର (Ajit Pawar) ଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଯେତେବେଳେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପଚରାଯାଇଥିଲା ଯେ କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା' ୨୦୨୪ର ଫଳାଫଳକୁ ପ୍ରଭାବିତ କରିବ କି ନାହିଁ, ଏହାର ଜବାବରେ ସେ କହିଛନ୍ତି ଯେ କଂଗ୍ରେସ (Congress) ନିଜେ ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଆରମ୍ଭ କରିଛି । ଏହା ୟୁପିଏ (UPA) ର ଭାରତ ଯୋଡ଼ ଯାତ୍ରା ନୁହେଁ ଓ ସେମାନେ ଆମକୁ ଏହା ବିଷୟରେ ପଚାରିବେ ନାହିଁ, କିନ୍ତୁ ଏହା ଏକ ଦୀର୍ଘ ଯାତ୍ରା ।

ଏଠାରେ କହି ରଖୁଛୁ ଯେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା କେରଳରୁ ୱାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନେତୃତ୍ୱରେ କଂଗ୍ରେସ (Congress) କନ୍ୟାକୁମାରୀରୁ କାଶ୍ମୀରକୁ 'ଭାରତ ଯୋଡ଼' ଯାତ୍ରା କରୁଛି । କଂଗ୍ରେସର ଏହି ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇ କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ ଦେଇ ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଯିବ । କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ମଧ୍ୟ ସାଧାରଣ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି । ତାମିଲନାଡୁରୁ ଆରମ୍ଭ ହୋଇଥିବା କଂଗ୍ରେସର ଏହି ଯାତ୍ରା କେରଳରେ ପ୍ରବେଶ କରିଛି । ଆଜି କେରଳର କଂଗ୍ରେସର 'ଭାରତ ଯୋଡ଼' ଯାତ୍ରାର ତୃତୀୟ ଦିନ ଏବଂ ଏଠାରେ କଂଗ୍ରେସର ଏହି ଯାତ୍ରାକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । 

ଅଧିକ ପଢ଼ନ୍ତୁ:-ନୋସ୍ତ୍ରେଦମସ୍ ଋଷ ଓ ଚୀନକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ, ଯଦି ସତ ହୁଏ ତ ବଦଳି ଯିବ ଦୁନିଆ

ଅଧିକ ପଢ଼ନ୍ତୁ:-କୋଟି କୋଟି କର୍ମଚାରୀଙ୍କ ପାଇଁ ବଡ଼ ଅପଡେଟ୍; ବଦଳିଯିବ ଅଫିସର ନିୟମ, ସପ୍ତାହରେ ୪ ଦିନ କରିବାକୁ ପଡ଼ିବ କାମ, ୩ ଦିନ ମିଳିବ ଛୁଟି!

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ସ୍ଥିର ହୋଇଯାଇଛି ତାରିଖ! ଜାଣନ୍ତୁ କେଉଁ ଦିନ ମୋଦି ସରକାର ବଢ଼ାଇବେ ମହଙ୍ଗା ଭତ୍ତା?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୧୮ ଅନ୍ୟ ଭାରତ ଯାତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ନେତା ତଥା କର୍ମୀଙ୍କ ସହ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରାରେ ଭାଗ ନେଇଥିବା ରାହୁଲ ଗାନ୍ଧୀଙ୍କ ସମେତ ୧୧୯ ନେତାଙ୍କୁ କଂଗ୍ରେସ ଭାରତ ଯାତ୍ରୀ ନାମ ଦେଇଛନ୍ତି । ଏହି ଯାତ୍ରୀମାନେ କନ୍ୟାକୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା କରିବେ, ଯାହାର ସମୁଦାୟ ଦୂରତା ୩୫୭୦ କିଲୋମିଟର ହେବ । ଏହି ଗସ୍ତ ବିଷୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଏକ ଲିଖିତ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ, ଏହି ଗସ୍ତ ଭାରତୀୟ ରାଜନୀତି ପାଇଁ ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ ଓ ଏହା କଂଗ୍ରେସ ପାଇଁ ଏକ ଲାଇଫ୍ ଲାଇନ୍ ଭାବରେ କାର୍ଯ୍ୟ କରିବ ।