ପୁଟିନଙ୍କ ପରେ ନାଟୋ ବି ଦେଲା ପରମାଣୁ ଯୁଦ୍ଧର ଧମକ, ଦୁନିଆ ଦେଖିବ ଆଉ ଏକ ବିଶ୍ୱଯୁଦ୍ଧ!
Advertisement

ପୁଟିନଙ୍କ ପରେ ନାଟୋ ବି ଦେଲା ପରମାଣୁ ଯୁଦ୍ଧର ଧମକ, ଦୁନିଆ ଦେଖିବ ଆଉ ଏକ ବିଶ୍ୱଯୁଦ୍ଧ!

Nuclear War: ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ଖୋଲାଖୋଲି ସାହାଯ୍ୟ କରୁଛନ୍ତି । ଏହି ସମୟରେ ଋଷ ୟୁକ୍ରେନ ବିରୋଧରେ ନିଦର ଅଭିଯାନ ଜୋରଦାର କରିଛି । ସେପଟେ ଆମେରିକା ରାଷ୍ଟ୍ରପତି (US President) ଜୋ ବାଇଡେନ (Joe Biden) ଏହା ମଧ୍ୟ କହିଛନ୍ତି ଯେ, ୟୁକ୍ରେନକୁ ଆମେରିକା ସାମରିକ ସହାୟତା ଦେବା ଜାରି ରଖିବ । ବାଇଡେନ କହିଛନ୍ତି ଯେ, ୟୁକ୍ରେନକୁ ନିଜକୁ ରକ୍ଷା କରିବା ପାଇଁ ଯେଉଁ ଉପକରଣର ଆବଶ୍ୟକତା ହେବ, ଆମେ ତାହାର ଯୋଗାଣ ଜାରି ରଖିବୁ ।

ପ୍ରତୀକାତ୍ମକ ଫଟୋ

ୱାଶିଂଟନ: Nuclear War: ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ଧମକକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକର ସାମରିକ ସଂଗଠନ ନାଟୋ (NATO) ପରମାଣୁ (Nuclear) ର ଚେତାବନୀ ଦେଇଛି । ପୁଟିନ (Putin) ଶୁକ୍ରବାର କ୍ରେମଲିନରେ ଏକ କାର୍ଯ୍ୟକ୍ରମରେ ଋଷ ସହିତ ୪ଟି ୟୁକ୍ରେନ (Ukraine) ସହରକୁ ମିଶ୍ରଣ କରିବାକୁ ଦସ୍ତାବିଜରେ ଦସ୍ତଖତ କରିଛନ୍ତି । ଏହି ସମୟରେ ସେ ଦେଇଥିବା ଭାଷଣ ସାରା ଦୁନିଆରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ନାଟୋର ଧମକ ଯୋଗୁଁ ପରିସ୍ଥିତି ଋଷ (Russia) ଆକ୍ରମଣ ପରେ ସବୁଠାରୁ ତିକ୍ତ ହୋଇପଡ଼ିଛି । ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ, ପୁଟିନଙ୍କ ଲଜ୍ଜାଜନକ ଦଖଲ ନାଟୋକୁ ୟୁକ୍ରେନକୁ ନିରନ୍ତର ସମର୍ଥନ ଦେବାରେ ରୋକିବ ପାରିବ ନାହିଁ । 

ନାଟୋ ମୁଖ୍ୟ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ, ପୁଟିନଙ୍କ ସମ୍ପ୍ରତି ପଦକ୍ଷେପ ଦୁନିଆକୁ ପରମାଣୁ ବିପର୍ଯ୍ୟୟର ନିକଟତର କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପୁଟିନ ଲକ୍ଷ ଲକ୍ଷ ସୈନ୍ୟ ସଂଗ୍ରହ କରିଛନ୍ତି ଓ ବର୍ତ୍ତମାନ ବେଆଇନ ଭାବେ ୟୁକ୍ରେନ ଅଞ୍ଚଳ ଅଧିକାର କରିଛନ୍ତି । ଏସବୁ ଯୁଦ୍ଧ ଆରମ୍ଭରୁ ହେବା ପର ଠାରୁ ସବୁଠାରୁ ବଡ଼ ଟେନସନ୍ ଭାବେ ଦେଖାଯାଉଛି । ୟୁକ୍ରେନର ସ୍ୱାଧୀନତା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ନାଟୋ  ନିଜର ନିରନ୍ତର ସମର୍ଥନକୁ ନିଶ୍ଚିତ କରିଛି । 

ସେ ଆଗକୁ କହିଛନ୍ତି ଯେ, ୟୁକ୍ରେନ ପାଇଁ ଆମର ସମର୍ଥନ ଉପରେ ଆମେ ଦୃଢ଼ ଭାବରେ ଛିଡ଼ା ହୋଇଛୁ । କାରଣ ସେ ଋଷର ଆକ୍ରମଣରୁ ନିଜକୁ ରକ୍ଷା କରୁଛି । ଆମେରିକା ରାଷ୍ଟ୍ରପତି (US President) ଜୋ ବାଇଡେନ (Joe Biden) ଏହା ମଧ୍ୟ କହିଛନ୍ତି ଯେ, ୟୁକ୍ରେନକୁ ଆମେରିକା ସାମରିକ ସହାୟତା ଦେବା ଜାରି ରଖିବ । ବାଇଡେନ କହିଛନ୍ତି ଯେ, ୟୁକ୍ରେନକୁ ନିଜକୁ ରକ୍ଷା କରିବା ପାଇଁ ଯେଉଁ ଉପକରଣର ଆବଶ୍ୟକତା ହେବ, ଆମେ ତାହାର ଯୋଗାଣ ଜାରି ରଖିବୁ । ଋଷର ଦଖଲ ବିରୁଦ୍ଧରେ ସେ କହିଛନ୍ତି ଯେ, ଏହି ପଦକ୍ଷେପକୁ ନିନ୍ଦା କରିବା ଓ ଋଷକୁ ଉତ୍ତରଦାୟୀ କରିବା ପାଇଁ ଆମେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିବୁ । 

ଅଧିକ ପଢ଼ନ୍ତୁ:-ରାଜଧାନୀରେ ଧୂମଧାମରେ ପାଳନ ହେଉଛି ଦୁର୍ଗା ପୂଜା, ଫଟୋରେ ଦେଖନ୍ତୁ କିଛି ମନୋରମ ଦୃଶ୍ୟ

ଅଧିକ ପଢ଼ନ୍ତୁ:-ହିମାଚଳରେ ପୁଣି କ୍ଷମତାକୁ ଫେରିବ କି ବିଜେପି, ନା କଂଗ୍ରେସ ଗଢ଼ିବ ସରକାର; ଜାଣନ୍ତୁ କ'ଣ କହୁଛି ସର୍ଭେ

ଅଧିକ ପଢ଼ନ୍ତୁ:-ଗୁଜରାଟରେ କିଏ ଗଢ଼ିବ ସରକାର? ବିଜେପି ନା କଂଗ୍ରେସ, ଜାଣନ୍ତୁ ଆପକୁ ମିଳିବ କେତୋଟି ଆସନ, ପ୍ରଥମ ସର୍ଭେରେ ହେଲା ବଡ଼ ଖୁଲାସା

 

ଏଠାରେ କହି ରଖୁଛୁ ଯେ, ପୁଟିନ ଶୁକ୍ରବାର ୟୁକ୍ରେନର ୪ଟି ସହର ଡୋନେଟସ୍କ, ଲୁହାନସ୍କ, ଖେରସନ ଏବଂ ଜାପୋରିଜ୍ଜିୟା ଋଷ ସହ ବିଲୟ କରିଛନ୍ତି । ସେ ଏହି ଅଞ୍ଚଳଗୁଡିକୁ ରକ୍ଷା କରିବା ପାଇଁ ସମସ୍ତ ଉପାୟ ବ୍ୟବହାର କରିବା ବିଷୟରେ ମଧ୍ୟ କହିଛନ୍ତି । ଯାହା ପରେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ବିପଦ ଭାବରେ ଦେଖାଯାଉଛି । ପୁଟିନ ନିଜ ଭାଷଣରେ ପାଶ୍ଚାତ୍ୟ ଓ ଆମେରିକାକୁ ଟାର୍ଗେଟ କରିଛନ୍ତି । ସେ ଆମେରିକା ଉପରେ ନରସଂହାର କରିବାର ଅଭିଯୋଗ ଆଣି କହିଛନ୍ତି ଯେ ମିଥ୍ୟା ଅଭିଯୋଗ ଲଗାଇ ଦୁନିଆର ବିଭିନ୍ନ ଦେଶ ଉପରେ ଆକ୍ରମଣ କରି ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରିଛି ।