ବଢ଼ିଲା ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା; ଋଷ ଦେଲା ଧମକ, ୩ ଲକ୍ଷ ସୈନ୍ୟଙ୍କୁ ହାଇ ଆଲର୍ଟରେ ରଖିବ ନାଟୋ
Advertisement

ବଢ଼ିଲା ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା; ଋଷ ଦେଲା ଧମକ, ୩ ଲକ୍ଷ ସୈନ୍ୟଙ୍କୁ ହାଇ ଆଲର୍ଟରେ ରଖିବ ନାଟୋ

ଯେତେବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି ସେତେବେଳେ ନାଟୋ ଏହି ସାମରିକ ସତର୍କତା ବୃଦ୍ଧି କରିଛି । ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ ବ୍ରୁସେଲ୍ସରେ ସଂଗଠନର ମୁଖ୍ୟାଳୟରେ ଶପଥ ନେଇଛନ୍ତି ଯେ ନାଟୋର ପ୍ରତିରୋଧ ତଥା ପ୍ରତିରକ୍ଷା କ୍ଷେତ୍ରରେ ମୌଳିକ ପରିବର୍ତ୍ତନ କରାଯିବ । ସେ କହିଛନ୍ତି ଯେ ଆମେ ନାଟୋର ରେସ୍ପୋନ୍ସ ଫୋର୍ସକୁ ନବୀକରଣ କରିବୁ ଓ ୩ ଲକ୍ଷ ସୈନ୍ୟଙ୍କ ଉଚ୍ଚ ସ୍ତରୀୟ ପ୍ରସ୍ତୁତ କରାଯିବ । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ (Russia Ukraine War) ମଧ୍ୟରେ ଋଷରୁ ତୃତୀୟ ବିଶ୍ୱଯୁଦ୍ଧ (Third World War) ର ବିପଦକୁ ଦୃଷ୍ଟିରେ ରଖି ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) ନିଜର ୩ ଲକ୍ଷ ସୈନିକଙ୍କୁ ହାଇ ଆଲର୍ଟରେ ରଖିବାକୁ ଯାଉଛି । ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍ବର୍ଗ ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ସେ ବର୍ତ୍ତମାନ ସାମରିକ ମେଣ୍ଟର ରେସ୍ପୋନ୍ସ  ଫୋର୍ସକୁ ଦୃଢ଼ କରିବେ । ନାଟୋ ଏହି ଘୋଷଣା ଏପରି ସମୟରେ କରିଛି ଯେଉଁ ସମୟରେ ଋଷ ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ସଙ୍ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ପେନରେ ଅନୁଷ୍ଠିତ ହେବାକୁ ଯାଉଛି ।

ଯେତେବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି ସେତେବେଳେ ନାଟୋ ଏହି ସାମରିକ ସତର୍କତା ବୃଦ୍ଧି କରିଛି । ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ ବ୍ରୁସେଲ୍ସରେ ସଂଗଠନର ମୁଖ୍ୟାଳୟରେ ଶପଥ ନେଇଛନ୍ତି ଯେ ନାଟୋର ପ୍ରତିରୋଧ ତଥା ପ୍ରତିରକ୍ଷା କ୍ଷେତ୍ରରେ ମୌଳିକ ପରିବର୍ତ୍ତନ କରାଯିବ । ସେ କହିଛନ୍ତି ଯେ ଆମେ ନାଟୋର ରେସ୍ପୋନ୍ସ ଫୋର୍ସକୁ ନବୀକରଣ କରିବୁ ଓ ୩ ଲକ୍ଷ ସୈନ୍ୟଙ୍କ ଉଚ୍ଚ ସ୍ତରୀୟ ପ୍ରସ୍ତୁତ କରାଯିବ । ୟୁକ୍ରେନରେ ଋଷର ଭୀଷଣ ଆକ୍ରମଣ ମଧ୍ୟ ନାଟୋ ଦେଶରେ ପୁଟିନ (Vladimir Putin) ଙ୍କ ଆକ୍ରମଣର ଭୟ ସୃଷ୍ଟି କରିଛି । ଏହି କାରଣରୁ ନାଟୋ ବର୍ତ୍ତମାନ ଋଷ ସହିତ ଲାଗିଥିବା ବାଲଟିକ୍ ଦେଶରେ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଯାଉଛି ।

ସେପଟେ ଋଷ ଓ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ବଢ଼ି ଚାଲିଛି । କ୍ରିମିଆ (Crimea) କୁ ନେଇ ଋଷ (Russia) ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛି । ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେଭ (Dmitry Medvedev) କହିଛନ୍ତି ଯେ, କ୍ରିମିଆ ଉପକୂଳରେ ଯେକୌଣସି ଅନୁପ୍ରବେଶ ଋଷ ବିରୋଧରେ ଘୋଷଣା ହେବ ଯାହା କି ତୃତୀୟ ବିଶ୍ୱଯୁଦ୍ଧ (World War III) ର କାରଣ ହୋଇପାରେ।

ମେଦଭେଦେଭ (Dmitry Medvedev) କହିଛନ୍ତି ଯେ, ଆମ ପାଇଁ କ୍ରିମିଆ ଋଷର ଏକ ଅଂଶ ଓ ଏହା ସବୁଦିନ ପାଇଁ ରହିବ । କ୍ରିମିଆ ଉପରେ ଆକ୍ରମଣ କରିବାକୁ ଯେକୌଣସି ପ୍ରୟାସ ହେଉଛି ଋଷ ବିରୋଧରେ ଯୁଦ୍ଧର ଘୋଷଣା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ନାଟୋ ମେଣ୍ଟ କ୍ରିମିଆ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ହେବ ।

ମେଦଭେଦେଭ ବର୍ତ୍ତମାନ ଋଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍ ଅଛନ୍ତି । ସେ କହିଛନ୍ତି ଯେ ଯଦି ଫିନଲ୍ୟାଣ୍ଡ ଓ ସ୍ୱିଡେନ ଭଳି ଦେଶ ନାଟୋରେ ଯୋଗ ଦିଅନ୍ତି, ତେବେ ଋଷ ଏହାର ସୀମାକୁ ଆହୁରି ଦୃଢ଼ କରିବ ଓ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ରହିବ ଏବଂ ଏହା ଅନ୍ତର୍ଗତ ଆମେ ଆମ ସୀମାରେ ଇସ୍କନ୍ଦର ହାଇପରସୋନିକ୍ କ୍ଷେପଣାସ୍ତ୍ର ମୁତୟନ କରିପାରୁ ।

ଏହା ବି ପଢ଼ନ୍ତୁ:-'ବିଜେପି ମହାରାଷ୍ଟ୍ରକୁ ୩ ଭାଗରେ ବାଣ୍ଟିବାକୁ କରିଛି ଷଡ଼ଯନ୍ତ୍ର'

ଏହା ବି ପଢ଼ନ୍ତୁ:-ବ୍ୟବସାୟିକ LPG କନେକଶନ ନେବା ହେଲା ମହଙ୍ଗା, ଏତେ ବଢ଼ିଯାଇଛି ଦାମ୍; ଜାଣନ୍ତୁ କେବେଠୁ ହେବ ଲାଗୁ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ବଡ଼ ପଦକ୍ଷେପ, ଏକନାଥ ସିନ୍ଦେ ସମେତ ଏହି ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ ନେଲେ ଆକ୍ସନ

ଏଠାରେ କହି ରଖୁଛୁ, ଋଷ ୨୦୧୪ରେ ୟୁକ୍ରେନର କ୍ରିମିଆକୁ ଦଖଲ କରିନେଇଥିଲା । ଯାହା ପରେ ଋଷ ଓ ନାଟୋ ଦେଶ ସହ ତିକ୍ତତା ବୃଦ୍ଧି ପାଇଥିଲା । କେବଳ ଏତିକି ନୁହେଁ, ସେହି ବର୍ଷ ଋଷ ମଧ୍ୟ ୟୁକ୍ରେନର ପୂର୍ବ ଅଞ୍ଚଳରେ ସ୍ଥିତ ବିଦ୍ରୋହୀମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲା । ବର୍ତ୍ତମାନ ଚଳିତ ବର୍ଷ ଫେବୃଆରୀ ୨୪ରେ ଋଷ ଏହି ବିଦ୍ରୋହୀମାନଙ୍କ ସାହାଯ୍ୟରେ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି । ନାଟୋ ସେକ୍ରେଟେରୀ ଜେନେରାଲ କହିଛନ୍ତି ଯେ, ମୁଁ ଆଶା କରୁଛି ମେଣ୍ଟ ଏହା ଉପରେ ଗୁରୁତ୍ୱ ଦେବ କି ଋଷ ଆମର ସୁରକ୍ଷା, ଆମର ମୂଲ୍ୟବୋଧ ଏବଂ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ଶୃଙ୍ଖଳା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରୁଛି ।