ବଢ଼ିଲା ଯୁଦ୍ଧ ଆଶଙ୍କା, ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚୀନର ୨୧ ଯୁଦ୍ଧ ବିମାନ
Advertisement

ବଢ଼ିଲା ଯୁଦ୍ଧ ଆଶଙ୍କା, ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚୀନର ୨୧ ଯୁଦ୍ଧ ବିମାନ

Nancy Pelosi Taiwan Visit: ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସୀ ପେଲୋସି (Nancy Pelosi) ତାଇୱାନ (Taiwan) ରେ ପହଞ୍ଚିବା ପରେ ଚୀନ୍ କ୍ରୋଧିତ ହୋଇଉଠିଛି । ସେ ନିରନ୍ତର ଚେତାବନୀ ଦେଉଛି । ଏହା ଅନ୍ତର୍ଗତ ଚୀନର ୨୧ଟି ଯୁଦ୍ଧ ବିମାନ ମଙ୍ଗଳବାର ତାଇୱାନର ବାୟୁ ସୀମାରେ ପ୍ରବେଶ କରିଛି । ଏହି ସମୟରେ ନାନସୀ ପେଲୋସି ତାଇୱାନରେ ଗଣତନ୍ତ୍

ବଢ଼ିଲା ଯୁଦ୍ଧ ଆଶଙ୍କା, ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚୀନର ୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: Nancy Pelosi Taiwan Visit: ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସୀ ପେଲୋସି (Nancy Pelosi) ତାଇୱାନ (Taiwan) ରେ ପହଞ୍ଚିବା ପରେ ଚୀନ୍ କ୍ରୋଧିତ ହୋଇଉଠିଛି । ସେ ନିରନ୍ତର ଚେତାବନୀ ଦେଉଛି । ଏହା ଅନ୍ତର୍ଗତ ଚୀନର ୨୧ଟି ଯୁଦ୍ଧ ବିମାନ ମଙ୍ଗଳବାର ତାଇୱାନର ବାୟୁ ସୀମାରେ ପ୍ରବେଶ କରିଛି । ଏହି ସମୟରେ ନାନସୀ ପେଲୋସି ତାଇୱାନରେ ଗଣତନ୍ତ୍ରକୁ ସମର୍ଥନ କରିବା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଓକିଲାତି କରିଛନ୍ତି ।

ଚୀନ ସର୍ବଦା ତାଇୱାନକୁ ଏହାର ଅଂଶ ଭାବରେ ମନେ କରିଆସୁଛି । ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅନେକ ଥର କହିଛନ୍ତି ଯେ, ଆଜି ନୁହେଁ ତ କାଲି, ତାଇୱାନ ଚୀନରେ ସାମିଲ ହେବ । ଏହି ସମୟରେ ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତରେ ଚୀନ୍ ଅତ୍ୟଧିକ କ୍ରୋଧିତ ହୋଇଛି ଓ ତାଇୱାନର ଚାରିପଟେ ଯୁଦ୍ଧାଭ୍ୟାସ କରିବା ପାଇଁ ଘୋଷଣା କରିଛି । ଅନ୍ୟପକ୍ଷରେ, ତାଙ୍କ ଗସ୍ତ ସମୟରେ ନାନସୀ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ସ୍ପଷ୍ଟ କରିଛନ୍ତି ଯେ, ତାଇୱାନକୁ ଆସିବା ପାଇଁ ତାଙ୍କର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ତାହା ହେଉଛି ସୁରକ୍ଷା, ଶାନ୍ତି ଏବଂ ସରକାର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତାଇୱାନର ଲୋକଙ୍କ ସହ ଅଛୁ । ଆମେ ତାଇୱାନର ଗଣତନ୍ତ୍ରର ସମର୍ଥକ । ଶୀଘ୍ର ସେ ତାଇୱାନର ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନଙ୍କୁ ଭେଟିବେ । ତାଇୱାନରେ ଆମେରିକା ଶାନ୍ତି ଚାହୁଁଛି । ଆମେ ତାଇୱାନ ସହିତ ସଂସଦୀୟ ଆଦାନ ପ୍ରଦାନ ବୃଦ୍ଧି କରିବାକୁ ଚାହୁଁଛୁ । ତାଇୱାନ ଦୁନିଆର ସବୁଠାରୁ ସ୍ୱାଧୀନ ସମାଜ ମଧ୍ୟରୁ ଅନ୍ୟତମ । ଆମେ ଆପଣଙ୍କ କଥା ଶୁଣିବା ଓ ଆପଣଙ୍କଠାରୁ ଶିଖିବା ପାଇଁ ଏଠାରେ ଅଛୁ । ଏକତ୍ର ଆଗକୁ ବଢ଼ିବାକୁ ଆମକୁ ଏକ ଉପାୟ ଖୋଜିବାକୁ ପଡିବ । ଏହି ଗ୍ରହକୁ ଜଳବାୟୁ ସଙ୍କଟରୁ ରକ୍ଷା କରିବା ପାଇଁ ଆମେ କିପରି ମିଳିତ ଭାବେ କାର୍ଯ୍ୟ କରିପାରିବା, ଆମେ ମଧ୍ୟ ଏହା ବିଷୟରେ ଆଲୋଚନା କରିବୁ ।

ଏହା ବି ପଢ଼ନ୍ତୁ:-ଆଉ ଏକ ଯୁଦ୍ଧ, ନାନସୀ ପେଲୋସିଙ୍କ ଗସ୍ତ ଯୋଗୁଁ ତାଇୱାନକୁ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ! ଚୀନ ନେଇପାରେ ଏହି ୬ଟି ଆକ୍ରମଣାତ୍ମକ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ଆସିଯାଇଛି ଭାରତ-ପାକିସ୍ତାନ 'ଯୁଦ୍ଧ'ର ତାରିଖ, ଦୀର୍ଘ ସମୟ ପରେ ଦୁଇ ଶତ୍ରୁ ହେବେ ମୁହାଁମୁହିଁ, ଜାଣନ୍ତୁ କେବେ ଓ କେଉଁଠି

ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସଂପୂର୍ଣ୍ଣ ରୂପେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ଅବସର ନେବାକୁ ବାଧ୍ୟ

ଅନ୍ୟପକ୍ଷରେ, ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ଯୋଗୁଁ ଚୀନ ଅତ୍ୟନ୍ତ କ୍ରୋଧିତ ଅଛି । ଚୀନର ସେନା ଚେତାବନୀ ଦେଇଛି ଯେ ଆମେ ଯେକୌଣସି ଉତ୍ତେଜନାକୁ ମୁକାବିଲା କରିବାକୁ ପ୍ରସ୍ତୁତ ଓ ଆମର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାରେ ସକ୍ଷମ । ଖରାପ ଉଦ୍ଦେଶ୍ୟ ରଖି ତାଇୱାନ ଯାତ୍ରା କରିଥିବା ଲୋକମାନଙ୍କ ପାଇଁ ଏହା ଆମର ଚେତାବନୀ । ବାସ୍ତବରେ ଚୀନ ତାଇୱାନକୁ ନିଜର ଅଂଶ ଭାବରେ ମନେ କରେ, ତେଣୁ ସେ ତାଇୱାନର ଅନ୍ୟ କୌଣସି ଦେଶ ସହ ନିକଟତରକୁ ମଧ୍ୟ ବିରୋଧ କରେ ।