ବିଦେଶରୁ ଆସୁଥିବା ଲୋକଙ୍କ ଠାରୁ ରୁହନ୍ତୁ ସାବଧାନ, ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରିକଲା ଗାଇଡଲାଇନ୍
Advertisement
Article Detail0/zeeodisha/odisha1258599

ବିଦେଶରୁ ଆସୁଥିବା ଲୋକଙ୍କ ଠାରୁ ରୁହନ୍ତୁ ସାବଧାନ, ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରିକଲା ଗାଇଡଲାଇନ୍

Monkeypox guidelines : କେରଳରେ କିଛି ଦିନ ପୂର୍ବରୁ ସଂୟୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ପାଖରେ ମାଙ୍କିପକ୍ସର ଲକ୍ଷଣ ଦେଖା ଦେଇଥିଲା । ଏହାପରେ ବ୍ୟକ୍ତିଙ୍କ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ଗୁରୁବାର ଦିନ ହୋଇଥିବା ଟେଷ୍ଟ ରିପୋର୍ଟରେ ଉକ୍ତ ବ୍ୟକ୍ତିଙ୍କୁ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି ।

ସୌ: ସୋସିଆଲ ମିଡିଆ

Monkeypox guidelines : କେରଳରେ ମଙ୍କିପକ୍ସ ମାମଲା ନିଶ୍ଚିତ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକ୍ସନ ମୁଡକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Ministry of Health and Family Welfare) ଶୁକ୍ରବାର ଦିନ ଏହି ରୋଗ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି । ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ଯାତ୍ରୀମାନେ ଅସୁସ୍ଥ ଲୋକଙ୍କ ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ବ୍ୟତୀତ ଲୋକମାନେ ମୃତ କିମ୍ବା ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଆସିବା ଉଚିତ୍ ନୁହେଁ ।

କେରଳରେ ମିଳିଛି ପ୍ରଥମ ମାମଲା 
କହିରଖୁଛୁ କି କିଛି ଦିନ ପୂର୍ବରୁ କେରଳରେ, ସଂୟୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖା ଦେଇଥିଲେ । ଏହାପରେ ଏହି ବ୍ୟକ୍ତିଙ୍କ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ଗୁରୁବାର ଦିନ ହୋଇଥିବା ଟେଷ୍ଟ ରିପୋର୍ଟରେ ଉକ୍ତ ବ୍ୟକ୍ତିଙ୍କୁ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ଏହା ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ବୋଲି ବିଶ୍ୱାସ କରାଯାଏ ।

  • ଗାଇଡଲାଇନରେ ଦର୍ଶାଯାଇଛି ଯେ ଅନ୍ତର୍ଜାତୀୟ ଯାତ୍ରୀମାନେ ସ୍କିନ ସମ୍ବନ୍ଧୀୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ସମେତ ଅସୁସ୍ଥ ବ୍ୟକ୍ତିଙ୍କ ସହ ଯୋଗାଯୋଗରୁ ଦୂରେଇ ରହିବା ଉଚିତ୍ ।
  • ଯାତ୍ରୀମାନେ ଜୀବନ୍ତ କିମ୍ବା ମୃତ ବଣୁଆ ଜନ୍ତୁ ଯେପରିକି ମୂଷା, ଗୁଣ୍ଡୁଚି ମୂଷା, ମାଙ୍କଡ଼ ଠାରୁ ଦୂରେଇ ରହିବା ଉଚିତ୍ ।
  • ଆଫ୍ରିକାରୁ ବନ୍ୟଜନ୍ତୁମାନଙ୍କଠାରୁ ନିର୍ମିତ ପ୍ରଡକ୍ଟ (କ୍ରିମ୍, ଲୋସନ, ପାଉଡର) ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଶିକାର ହୋଇଥିବା ମାଂସ ଖାଆନ୍ତୁ ନାହିଁ କିମ୍ବା ରାନ୍ଧନ୍ତୁ ନାହିଁ ।
  • ଅସୁସ୍ଥ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ପୋଷାକ, ଶଯ୍ୟା କିମ୍ବା ଚିକିତ୍ସା ସାମଗ୍ରୀ ସହିତ ସଂସ୍ପର୍ଶରେ ଆସନ୍ତୁ ନାହିଁ ।
  • ଯଦି କୌଣସି ବ୍ୟକ୍ତିର ଶରୀରରେ ଘା’ ହୋଇଯାଏ ଓ ଜ୍ୱର ହୁଏ ତେବେ ସେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ପୂର୍ବରୁ ସତର୍କ ଅଛନ୍ତି ସରକାର 
ମଙ୍କିପକ୍ସ ବିଷୟରେ ସରକାର ପୂର୍ବରୁ ସତର୍କ ଅଛନ୍ତି । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିସାରିଛି । ରାଜ୍ୟ ସରକାର ବିଦେଶରୁ ଆସୁଥିବା ଲୋକଙ୍କ ନିୟମିତ ନମୁନା ମଧ୍ୟ ରଖୁଛନ୍ତି । ଗତ ମେ ମାସରେ ଆଇସିଏମଆର କହିଛି ଯେ ଏହି ସଂକ୍ରମଣ ପିଲାମାନଙ୍କ ପାଇଁ ଅଧିକ ବିପଜ୍ଜନକ ଅଟେ । ସେଥିପାଇଁ ପିଲାମାନଙ୍କୁ ଏଥିରୁ ରକ୍ଷା କରିବାର ଆବଶ୍ୟକତା ଅଛି । ANI ନ୍ୟୁଜ୍ ଏଜେନ୍ସି ସହିତ ବାର୍ତ୍ତାଳାପ ବେଳେ ଆଇସିଏମଆର ବୈଜ୍ଞାନିକ ଡକ୍ଟର ଅର୍ଚ୍ଚନା ମୁଖାର୍ଜୀ କହିଛନ୍ତି ଯେ ପିଲାମାନଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିବାର ଅଧିକ ଆବଶ୍ୟକତା ରହିଛି । ଡକ୍ଟର ଅର୍ଚ୍ଚନା ମୁଖାର୍ଜୀଙ୍କ ଅନୁଯାୟୀ, ଯେଉଁମାନେ ୧୯୮୦ ପରେ ଟିକାକରଣ କରିନାହାଁନ୍ତି, ସେମାନଙ୍କ ପାଇଁ ଏହି ସଂକ୍ରମଣ ଅଧିକ ବିପଜ୍ଜନକ ଅଟେ ।

ଏହା ବି ପଢ଼ନ୍ତୁ: ରାଜ ଠାକରେଙ୍କୁ ଭେଟିଲେ ଦେବେନ୍ଦ୍ର ଫଡନାଭିସ୍, ସିନ୍ଦେ କ୍ୟାବିନେଟରେ ସାମିଲ ହେବ MNS!