ଘରୁ ଟଙ୍କା ଜବତ ହେବା ଘଟଣା: ଅର୍ପିତା ଦେଲେ ଚାଞ୍ଚଲ୍ୟକର ବୟାନ
Advertisement
Article Detail0/zeeodisha/odisha1285199

ଘରୁ ଟଙ୍କା ଜବତ ହେବା ଘଟଣା: ଅର୍ପିତା ଦେଲେ ଚାଞ୍ଚଲ୍ୟକର ବୟାନ

ଗିରଫ ପରେ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସହରର ଦକ୍ଷିଣ ପାର୍ଶ୍ୱରେ ଥିବା ESI ଡାକ୍ତରଖାନାକୁ ନିଆଯାଇଥିଲା।

ଘରୁ ଟଙ୍କା ଜବତ ହେବା ଘଟଣା: ଅର୍ପିତା ଦେଲେ ଚାଞ୍ଚଲ୍ୟକର ବୟାନ

କୋଲକାତା: ତୃଣମୂଳ କଂଗ୍ରେସରୁ (TMC) ନିଲମ୍ବିତ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ (Partha Chatarjee) ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ (Arpita Mukherjee) ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ କି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ତୃଣମୂଳ କଂଗ୍ରେସ (TMC) ନେତା ପାର୍ଥ ଚାଟାର୍ଜୀ (Partha Chatarjee) ଓ ଅର୍ପିତା ମୁଖାର୍ଜୀଙ୍କ (Arpita Mukherjee) ଘର ଉପରେ ଚଢାଉ କରିଥିଲା। ଚଢାଉ ସମୟରେ କୋଟି କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲା। ଯାହାକୁ ନେଇ ତମାମ ଦେଶରେ ତୁମ୍ଭିତୋଫାନ ଆରମ୍ଭ ହୋଇଥିଲା। 

ତଦନ୍ତ ଆଗକୁ ବଢିବା ସହିତ ଉଭୟ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରି ଇଡ଼ି ଜେରା ଜାରି ରଖିଛି। ତେବେ ଜେରା ସମୟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ଅର୍ପିତା। ସେ କହିଛନ୍ତି ଯେ, ଏହି ଟଙ୍କା ତାଙ୍କ ଅଜାଣତରେ ତାଙ୍କ ଘରେ ରଖାଯାଇଛି। ସ୍କୁଲ ନିଯୁକ୍ତି ସ୍କାମର ତଦନ୍ତ ସଂପର୍କରେ ଅର୍ପିତାଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଦ୍ୱାରା ଗିରଫ କରାଯାଇଛି। ଦକ୍ଷିଣ-ପଶ୍ଚିମ କୋଲକାତା ଏବଂ ବେଲଗୋରିଆରେ ଥିବା ତାଙ୍କର ଦୁଇଟି ଫ୍ଲାଟରୁ ଅଳଙ୍କାର ସହିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ପ୍ରାୟ ୫୦ କୋଟି ନଗଦ ଟଙ୍କା ଜବତ କରିଛନ୍ତି।

ଗିରଫ ପରେ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସହରର ଦକ୍ଷିଣ ପାର୍ଶ୍ୱରେ ଥିବା ESI ଡାକ୍ତରଖାନାକୁ ନିଆଯାଇଥିଲା। ଗାଡିରୁ ଓହ୍ଲାଇବା ପରେ ଅର୍ପିତା ମୁଖାର୍ଜୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏହି ଟଙ୍କା ମୋ ଘରେ ମୋ ଅଜ୍ଞାତରେ ରଖାଯାଇଥିଲା। ଅର୍ପିତାଙ୍କ ଏହି ବୟାନପରେ ଆଲୋଚନା ଜୋର ଧରିଛି। ଅର୍ପିତା କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି କି ବୋଲି ଆଲୋଚନାର ପ୍ରସଂଗ ହୋଇଛି। 

ଏହାପୂର୍ବରୁ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା। କିନ୍ତୁ ସେ କହିଛନ୍ତି ଯେ ସେ ଏକ ଷଡଯନ୍ତ୍ରର ଶିକାର ହୋଇଛନ୍ତି। ମନ୍ତ୍ରୀ ପଦରୁ ହଟାଯିବା ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପାର୍ଥ ଚାଟାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥାର୍ଥ କି ନୁହେଁ, କେବଳ ସମୟ କହିବ।

ସେପଟେ ଉଭୟ ପାର୍ଥ ଏବଂ ଅର୍ପିତା ଗଣମାଧ୍ୟମକୁ କହିଛନ୍ତି କି ଜବତ ହୋଇଥିବା ଟଙ୍କା ତାଙ୍କର ନୁହେଁ।ଆସନ୍ତାକାଲି ଉଭୟଙ୍କୁ PMLA କୋର୍ଟରେ ହାଜର କରାଯିବ। ଆସନ୍ତାକାଲି ସେମାନଙ୍କର 10 ଦିନିଆ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ହେପାଜତ ଶେଷ ହେବ |