India: କୋରୋନା ଟିକା ନେଲେ ମିଳୁଛି ୫ ହଜାର ଟଙ୍କା, ଜବାବ ରଖିଲେ ମୋଦି ସରକାର
Advertisement

India: କୋରୋନା ଟିକା ନେଲେ ମିଳୁଛି ୫ ହଜାର ଟଙ୍କା, ଜବାବ ରଖିଲେ ମୋଦି ସରକାର

Corona Vaccine: ଉଭୟ ଡୋଜ କୋରୋନା ଟିକା ନେଲେ  ପ୍ରଦାନ କରା ଯାଉଥିବା ୫  ହଜାର ଟଙ୍କା ବାବଦରେ ଜବାବ ରଖିଛନ୍ତି ମୋଦି ସରକାର।   

India: କୋରୋନା ଟିକା ନେଲେ ମିଳୁଛି ୫ ହଜାର ଟଙ୍କା, ଜବାବ ରଖିଲେ ମୋଦି ସରକାର

Covid19 Vaccination in India: ଦେଶରୁ କୋରୋନା ମହାମାରୀର ମୂଳୋତ୍ପାଟନ ପାଇଁ  ପ୍ରୟାସ ଜାରି ରଖିଛନ୍ତି ମୋଦ ସରକାର। ଏନେଇ ଗତ ୧୫ ଜୁଲାଇ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ଚାଲିଥିଲା କୋରୋନା ଟିକାକରଣର ଅମୃତ ମହୋତ୍ସବ। ଏହି ଅଭିଯାନ ମାଧ୍ୟମରେ ମାଗଣାରେ କରା ଯାଇଥିଲା  କୋରୋନା ଟିକାକରଣ। ଅନ୍ୟ ପଟେ ଉଭୟ ଡୋଜ କୋରୋନା ଟିକା ନେବା ପରେ ଲୋକଙ୍କୁ ବୁଷ୍ଟର ଡୋଜ ପ୍ରଦାନ  କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର।  

ହେଲେ ସଦ୍ୟ ଦେଶରେ ଚାଲିଥିବା କୋରୋନା ଟିକାକରଣକୁ (Covid19 Vaccination in India) ନେଇ ଆସିଛି ବଡ଼ ଖବର। ବର୍ତ୍ତମାନ କୋଭିଡ୧୯ ଟିକାକରଣ କାର୍ଯ୍ୟକ୍ରମ ବାବଦରେ ସୋସିଆଲ ମିଡିଆ ଜରିଆରେ ଏକ ବାର୍ତ୍ତା ଖୁବ ଭାଇରାଲ ହେବାରେ ଲାଗିଛି। ଏନେଇ କୁହାଯାଉଛି ଯେ  ସରକାର ସେହି ସମସ୍ତ ଲୋକଙ୍କୁ ୫ ହଜାର ଟଙ୍କା ଦେଉଛନ୍ତି ଯେଉଁମାନେ ଉଭୟ ଡୋଜ କରୋନା ଟିକା (Corona Vaccine) ଲଗାଇଛନ୍ତି। ଯଦିଓ କୋରୋନା ମହାମାରୀର (Corona Pandemic) ମୁକାବିଲା କରିବା ପାଇଁ ଭାରତ ସରକାର ଦେଶବ୍ୟପୀ କୋଭିଡ୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି ଭାରତୀୟଙ୍କୁ କୋରୋନା ଟିକା ଦିଆଯାଇଛି।

ଏଭଳି ଅନେକ ପ୍ରକାରର ବାର୍ତ୍ତା ପ୍ରତିଦିନ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ପ୍ରକାର ଦାବି କରାଯାଇଥାଏ। ବର୍ତ୍ତମାନ ଆପଣ ନିଶ୍ଚିତ ଭାବେ ଚିନ୍ତା କରୁଥିବେ କ'ଣ ପ୍ରକୃତରେ ଭାରତ ସରକାର ଉଭୟ ଡୋଜ କୋରୋନା ନେଇଥିବା ଲୋକଙ୍କୁ ୫ ହଜାର ଟଙ୍କା ଦେଉଛନ୍ତି? ସଦ୍ୟ ଏହାକୁ ନେଇ ଭାଇରାଲ୍ ବାର୍ତ୍ତା ସହିତ ଏକ ଫର୍ମ ର ଲିଙ୍କ୍ ମଧ୍ୟ ସଂଲଗ୍ନ କରାଯାଇଛି ଏବଂ ଯାହାକୁ ପୂରଣ କରିବା ପାଇଁ ଏକ ନିବେଦନ କରାଯାଇଛି। ଏହା ସହିତ ଲେଖାଯାଇଛି ଯେ, ଏହି ୫ ହଜାର ଟଙ୍କା କେବଳ ଚଳିତ ବର୍ଷ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ।

Also Read: 5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ

ଏହି ଭାଇରାଲ ବାର୍ତ୍ତା ଉପରେ ଏବେ ଯାଞ୍ଚ ଆରମ୍ଭ କରିଛି କେନ୍ଦ୍ର ସରକାରଙ୍କ (Govt of India) ପ୍ରେସ ଇନଫରମେସନ ବ୍ୟୁରୋ (Press Information Bureau) ପିଆଇବି (PIB)। ଏନେଇ ପିଆଇବି ଫ୍ୟାକ୍ଟ ଚେକ (PIB Fact Check) ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ଏକ  ଭାଇରାଲ ବାର୍ତ୍ତା ଦାବି କରାଯାଇଛି କୋରୋନା ଟିକା ଲଗାଇବା ପରେ ଏକ ଅନଲାଇନ୍ ଫର୍ମ ପୂରଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଭଳି ଦାବିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି  ପିଆଇବି। ଏନେଇ କୁହାଯାଇଛି ଯେ ବର୍ତ୍ତମାନ ଭାଇରାଲ ହେଉଥିବା ବାର୍ତ୍ତା ସମ୍ପୂର୍ଣ୍ଣ ନକଲି। ଏହି ବାର୍ତ୍ତା ପ୍ରସାର କରିବାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି ପିଆଇବି। 

ଏହା ପ୍ରଥମ ପାଇଁ ହୋଇନାହିଁ ଯେତେବେଳେ କୋରୋନା ବାବଦରେ  ଏଭଳି ମହାମାରୀ ବାବଦରେ ଏଭଳି ଚେତାବନୀ ଜାରି କରିଛି ପିଆଇବି। ଗତ ବର୍ଷ ଉତ୍ତର ପ୍ରଦେଶରୁ ଆସିଥିଲା ଏଭଳି ଭ୍ରମାତ୍ମକ ଖବର। ଯେଉଁଥିଲେ ଦାବି କରା ଯାଇଥିଲା ଯେ, 5G Testing ପ୍ରକ୍ରିୟାରୁ ବ୍ୟାପୁଛି କୋରୋନା। ଏନେଇ ପିଆଇବି ପକ୍ଷରୁ ପିଆଇବି ସ୍ପଷ୍ଟୀକରଣ ରଖି କୁହାଯାଇଛି ୫ଜି ମୋବାଇଲ ପରୀକ୍ଷଣ ଦ୍ୱାରା ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ନେଇ ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏହାର କୌଣସି ସତ୍ୟତା ନାହିଁ। ସାମାଜିକ ଗଣାମାଧ୍ୟମରେ ଏପରି ବାର୍ତ୍ତା ପ୍ରସାର କରିବାରୁ ଲୋକେ ଦୂରେଇ ରୁହନ୍ତୁ।