Durand Line: ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମୁହାଁମୁହିଁ ତାଲିବାନ-ପାକିସ୍ତାନୀ ସେନା, ରାତିସାରା ଜାରି ରହିଲା ଗୁଳି ବର୍ଷଣ
Advertisement

Durand Line: ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମୁହାଁମୁହିଁ ତାଲିବାନ-ପାକିସ୍ତାନୀ ସେନା, ରାତିସାରା ଜାରି ରହିଲା ଗୁଳି ବର୍ଷଣ

Taliban Pakistan Military Clash: ଆଫଗାନିସ୍ତାନ-ପାକିସ୍ତାନ ସୀମାକୁ ପରସ୍ପର ଠାରୁ ପରସ୍ପରକୁ ପୃଥକ କରିଥାଏ ଡୁରାଣ୍ଡ ଲାଇନ। ହେଲେ ବିଗତ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଏହି ସୀମାରେଖାକୁ ନେଇ ପାକିସ୍ତାନୀ ସେନା ଏବଂ ତାଲିବାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଗତକାଲି ମଧ୍ୟରାତ୍ରୀରେ ଉଭୟ ପକ୍ଷରୁ ହୋଇଥିଲା ଜବରଦସ୍ତ ଗୁଳି ବିନିମୟ। ଏହି ଗୁଳମାଡରେ କିଛି ପାକିସ୍ତାନୀ ସୀମା ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିବା କୁହାଯାଇଛି।

 

Durand Line: ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମୁହାଁମୁହିଁ ତାଲିବାନ-ପାକିସ୍ତାନୀ ସେନା, ରାତିସାରା ଜାରି ରହିଲା ଗୁଳି ବର୍ଷଣ

Clash in Afghanistan Pakistan Border: ଡୁରାଣ୍ଡ ଲାଇନ ସୀମାରେଖାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ତାଲିବାନ-ପାକିସ୍ତାନୀ ସେନା। ଆଫଗାନିସ୍ତାନ-ପାକିସ୍ତାନ ସୀମାକୁ ଚାଲିଥିବା ବିବାଦ କାରଣରୁ ଉଭୟ ପକ୍ଷରେ ରାତି ସାରା ଜାରି ରହିଥିଲା ଗୁଳି ବର୍ଷଣ।    

ଆଫଗାନିସ୍ତାନ-ପାକିସ୍ତାନ ସୀମାକୁ (Afghanistan Pakistan Border) ପରସ୍ପର ଠାରୁ ପରସ୍ପରକୁ ପୃଥକ କରିଥାଏ ଡୁରାଣ୍ଡ ଲାଇନ (Durand Line)। ହେଲେ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଏହି ସୀମାରେଖାକୁ ନେଇ ପାକିସ୍ତାନୀ ସେନା (Pakistan Arny) ଏବଂ ତାଲିବାନ (Taliban) ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଗତକାଲି ମଧ୍ୟରାତ୍ରୀରେ ଉଭୟ ପକ୍ଷରୁ ହୋଇଥିଲା ଜବରଦସ୍ତ ଗୁଳି ବିନିମୟ। ଏହି ଗୁଳମାଡରେ କିଛି ପାକିସ୍ତାନୀ ସୀମା ସୁରକ୍ଷା କର୍ମୀଙ୍କ (Pakistani Boeder Guard) ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିବା କୁହାଯାଇଛି।

Also Read: Taliban to Pakistan: 'ଆଫଗାନ ସୀମାକୁ କିଏ ଆସିବ ସେଥିରେ ତମର କିଛି ଯାଏ-ଆସେ ନାହିଁ'

ମିଡ଼ିଆ ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ଦକ୍ଷିଣ ପୂର୍ବ ଭାଗରେ (South East Afghanistan) ଅବସ୍ଥିତ ପକ୍ତିଆ ପ୍ରଦେଶର (Paktia Province of Afghanistan) ସୀମାର ଉଭୟ ପକ୍ଷରୁ ସାମରିକ ବାହିନୀ ପରସ୍ପର ଉପରକୁ ଗୁଳି ଚଳାଇଥିଲେ। ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଗତ ବର୍ଷ କାବୁଲ (Kabul) କବଜା କରିବା ପର ଠାରୁ ଡୁରାଣ୍ଡ ତାଲିବାନ-ପାକିସ୍ତାନ (Pakistan Taliban Conflcit) ମଧ୍ୟରେ ବିବାଦର ମୂଳ କାରଣ ପାଲଟିଛି। ଅନେକ ସମୟରେ ସୀମା ବିବାଦକୁ ନେଇ ଉଭୟ ତାଲିବାନ-ପାକିସ୍ତାନୀ (Taliban Fighters vs Pakistan Army) ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟୁଥିବାର ଖବର ଆସୁଛି।

ଏହି ସଂଘର୍ଷ ପରେ ଚମନ-ସ୍ପିନ୍ ବୋଲ୍ଡାକ୍ କ୍ରସିଂ (Chaman Spin Boldak Crossing) ବନ୍ଦ କରାଯାଇଛି। ଏହି କ୍ରସିଂ ଆଫଗାନିସ୍ତାନ କାନ୍ଧାର ସହର (Kandahar City Afghanistan) ଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ପାକିସ୍ତାନ କ୍ୱେଟା ସହର (Quetta City Pakistan) ଠାରୁ ପ୍ରାୟ ୧୦୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ। ଉଭୟ ଆଫଗାନ-ପାକିସ୍ତାନ ନାଗରିକ ଚମନ-ସ୍ପିନ୍ ବୋଲ୍ଡାକ୍ କ୍ରସିଂ ଅତିକ୍ରମ କରି ନିଜ ଦେଶରୁ ପଡୋଶୀ ଦେଶକୁ ଯାଇଥାନ୍ତି। ଏଭଳି ପରିସ୍ଥିତିରେ ଏହାକୁ ସଂଘର୍ଷ ସମୟରେ ଖୋଲା ରଖିବା ଉଭୟ ଦେଶର ନାଗରିକଙ୍କ ଲାଗି ବିପଦପୂର୍ଣ୍ଣ ହୋଇପାରେ। 

Also Read: ସମ୍ପର୍କ ହୋଇଉଠୁଛି ତିକ୍ତ; ମୁହାଁମୁହିଁ ଅବସ୍ଥାରେ ତାଲିବାନ-ପାକିସ୍ତାନ

ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନ ତାଲିବାନ ଦଖଲକୁ ଚାଲିଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକା (United States of America) ସମର୍ଥିତ ଆଫଗାନ ଗଣତାନ୍ତ୍ରିକ ସରକାରର (Afghan Democratic Govt) ପତନ ହୋଇଥିଲା। ଆଫଗାନିସ୍ତାନ ରାଜଧାନୀ କାବୁଲ ତାଲିବାନ ଦଖଲକୁ ଆସିବା ପରେ ଆମେରିକା ଏହାର ସେନା ପ୍ରତ୍ୟାହାର କରି ନେଇଥିଲା। ଗତ ୧୩ ନଭେମ୍ବରରେ ଦକ୍ଷିଣ ସ୍ପିନ୍ ବୋଲ୍ଡକ୍ ସୀମାରେ ଜଣେ ପାକିସ୍ତାନୀ ସୈନିକଙ୍କୁ ଅନ୍ୟଜଣେ ସଶସ୍ତ୍ର ସନ୍ଦିଗ୍ଧ ହତ୍ୟା କରିଥିଥିଲା। ଏହାର ଜବାବରେ ପାକିସ୍ତାନ ସରକାର ସନ୍ଦିଗ୍ଧଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରିବାକୁ ଦାବି କରି ଉଭୟ ଦେଶର ସୀମାକୁ ବନ୍ଦ କରି ଦେଇଥିଲେ।

Also Read: Durand Line: ବଢୁଛି ବିବାଦ, ଯୁଦ୍ଧ ମୈଦାନରେ ମୁହାଁମୁହିଁ ହୋଇପାରନ୍ତି ତାଲିବାନ-ପାକିସ୍ତାନ

ଉଭୟ ଆଫଗାନିସ୍ତାନ-ପାକିସ୍ଥାନ ମଧ୍ୟରେ ୨୪୩୦ କିଲୋମିଟର ଲମ୍ବା ଆନ୍ତର୍ଜାତୀୟ ସୀମାରେଖା ରହିଛି। ଯାହା ଡୁରାଣ୍ଡ ଲାଇନ ନାମରେ ଜଣାଶୁଣା। ଏହି  ସୀମାରେଖା ଦକ୍ଷିଣ ଭାଗରେ ଅବସ୍ଥିତ ବେଲୁଚିସ୍ତାନରୁ ପାସ୍ତୁନ ଆଦିବାସୀ ଅଞ୍ଚଳ ଦେଇ ଯାଇଥାଏ। ଆଫଗାନିସ୍ତାନର ସଂଖ୍ୟାଗରିଷ୍ଠ ପାସ୍ତୁନ ଏବଂ ତାଲିବାନ କେବେ ହେଲେ ଡୁରାଣ୍ଡ ଲାଇନ ସୀମାରେଖାକୁ ଆଫଗାନିସ୍ତନା-ପାକିସ୍ତାନ ସୀମା ରେଖା ଭାବେ ଗ୍ରହଣ କରନ୍ତିନାହିଁ। ଉଭୟ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପାସ୍ତନ ସମ୍ପ୍ରଦାୟର ଲୋକ ଅଭିଯୋଗ କରିଛନ୍ତି ଯେ ଏହି ଡୁରାଣ୍ଡ ଲାଇନ ସେମାନଙ୍କ ଘରକୁ ବାଣ୍ଟି ଦେଇଛି।