ମଥୁରା କୃଷ୍ଣ ଜନ୍ମଭୂମି ବିବାଦ, ମସଜିଦ ପ୍ରସଙ୍ଗରେ ଶୁଣାଣି ପାଇଁ କୋର୍ଟ ରାଜି
Advertisement
Article Detail0/zeeodisha/odisha1190142

ମଥୁରା କୃଷ୍ଣ ଜନ୍ମଭୂମି ବିବାଦ, ମସଜିଦ ପ୍ରସଙ୍ଗରେ ଶୁଣାଣି ପାଇଁ କୋର୍ଟ ରାଜି

ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଏବେ ଦେଖିବାକୁ ମିଳୁଛି ମନ୍ଦିର ମସଜିଦ ବିବାଦ ।

ମଥୁରା କୃଷ୍ଣ ଜନ୍ମଭୂମି ବିବାଦ, ମସଜିଦ ପ୍ରସଙ୍ଗରେ ଶୁଣାଣି ପାଇଁ କୋର୍ଟ ରାଜି

ଲକ୍ଷ୍ନୌ: ଗୋଟିଏ ପଟେ ଜ୍ଞାନବାପି ମସଜିଦ ବିବାଦ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏବେ ମଥୁରା କୃଷ୍ଣ ଜନ୍ମଭୂମିରେ ଥିବା ବିବାଦୀୟ ମସଜିଦ ପ୍ରସଙ୍ଗ ସାମ୍ନାକୁ ଆସିଛି। ବିବାଦୀୟ ମସଜିଦ ନେଇ ଶୁଣାଣି କରିବାକୁ ରାଜିଥିବା ନେଇ ମଥୁରାର କୋର୍ଟ ପ୍ରକାଶ କରିଛନ୍ତି । କୋର୍ଟ ଏହି ପ୍ରସଙ୍ଗରେ ବିଚାର କରିବାକୁ ରାଜିଥିବା କହିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ।

ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଏବେ ଦେଖିବାକୁ ମିଳୁଛି ମନ୍ଦିର ମସଜିଦ ବିବାଦ । ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ ବିବାଦର ଶୁଣାଣି ପ୍ରକ୍ରିୟା ଜାରି ରହିଥିବାବେଳେ ଏବେ ପୁଣି ସାମ୍ନାକୁ ଆସିଛି ମଥୁରା କୃଷ୍ଣ ଜନ୍ମଭୂମି ମାମଲା ।

ମଥୁରା କୃଷ୍ଣ ଜନ୍ମଭୂମି ପରିସରରେ ଥିବା ମସଜିଦ ଉଚ୍ଛେଦ ମାମଲା ନେଇ ଖୁବଶୀଘ୍ର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ମସଜିଦ ହଟାଇବା ନେଇ ହିନ୍ଦୁ ପକ୍ଷରୁ ଦାୟର କରାଯାଇଥିବା ଏକାଧିକ ମାମଲାର ଶୁଣାଣି କରିବା ଦିଗରେ ସହମତି ପ୍ରକାଶ କରିଛନ୍ତି ମଥୁରା କୋର୍ଟ। ହିନ୍ଦୁ ପକ୍ଷକୁ ଆଇନଜୀବୀ ହରିଶଙ୍କର ଜୈନ ମାମଲା ଲଢ଼ୁଛନ୍ତି । ମସଜିଦ ହଟାଇବା ପାଇଁ ପୂର୍ବରୁ ଏକାଧିକ ମାମଲା ମଧ୍ୟ ଦାଏର ହୋଇଛି ।

ଉତ୍ତରପ୍ରଦେଶ ମଥୁରାର କୃଷ୍ଣ ଜନ୍ମଭୂମି ପାଖରେ ମସଜିଦ ନେଇ ବିବାଦ ଦୀର୍ଘ ବର୍ଷ ଧରି ଲାଗିରହିଛି। ଜନ୍ମଭୂମି କମ୍ପ୍ଲେକ୍ସ ପରିସରରେ ସାହି ଇଦଗା ମସଜିଦ (Shahi Idgah Mosque) ରହିଛି । ଏହି ମସଜିଦକୁ ୧୭ଶହ ଖ୍ରୀଷ୍ଟାବ୍ଦରେ ମୋଗଲ ଶାସନ କାଳରେ ନିର୍ମାଣ କରାଯାଇଥିବା କୁହାଯାଏ।

ତେବେ ଏହି ମାମଲା ଶୁଣାଣି ପାଇଁ ସୂଚୀତ ହେବା ପରେ ଚର୍ଚ୍ଚା ଜୋର ଧରିଛି । ଉତ୍ତରପ୍ରଦେଶ ଜ୍ଞାନବାପି ମସଜିଦ ବିବାଦ ମାମଲା, ନୂଆଦିଲ୍ଲୀର କୁତବମିନାର କମ୍ପ୍ଲେକ୍ସ ମାମଲା ପରେ ଏବେ ମଥୁରା କୃଷ୍ଣ ଜନ୍ମଭୂମି ମାମଲା ମଧ୍ୟ କୋର୍ଟର ବିଚାର ପ୍ରକ୍ରିୟା ମଧ୍ୟକୁ ଆସିବାକୁ ଯାଉଛି ।