Anant-Radhika Wedding: ନିଜର ବିବାହ ପୂର୍ବରୁ ଏହି ଖାସ୍ ଯୋଡିଙ୍କ ବିବାହ କରାଉଛନ୍ତି ଅନନ୍ତ-ରାଧିକା
Advertisement
Article Detail0/zeeodisha/odisha2313322

Anant-Radhika Wedding: ନିଜର ବିବାହ ପୂର୍ବରୁ ଏହି ଖାସ୍ ଯୋଡିଙ୍କ ବିବାହ କରାଉଛନ୍ତି ଅନନ୍ତ-ରାଧିକା

Anant-Radhika Wedding: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପାଇଁ ପୋଷାକ ପାଇଁ ଅର୍ଡର କରାଯାଉଛି। ବନାରସରୁ ସ୍ୱତନ୍ତ୍ର ଶାଢୀ ଅର୍ଡର କରାଯାଇଛି । ଅଙ୍ଗିକା ହ୍ୟାଣ୍ଡଲୁମର ମାଲିକ ଅକ୍ଷୟ କୁଶୱାହା ଗୋଲାଘାଟ ବାରାଣସୀରୁ କହିଛନ୍ତି ଯେ ଅମ୍ବାନୀ ପରିବାର ସୁନା ଓ ରୂପା ଜରିରେ ତିଆରି ହୋଇଛି। 

 

Anant-Radhika Wedding: ନିଜର ବିବାହ ପୂର୍ବରୁ ଏହି ଖାସ୍ ଯୋଡିଙ୍କ ବିବାହ କରାଉଛନ୍ତି ଅନନ୍ତ-ରାଧିକା

Anant Ambani-Radhika Merchant Wedding: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଜୁଲାଇ ୧୨ ତାରିଖରେ ହେବାକୁ ଯାଉଛି। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ସମୟରେ ଅନନ୍ତ-ରାଧିକାଙ୍କ ବିବାହ ପୂର୍ବରୁ ଅମ୍ବାନୀ ପରିବାର ମହାରାଷ୍ଟ୍ରର ପାଲଘରରେ ନିମ୍ନ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ସମୂହ ବିବାହ ଆୟୋଜନ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ଅମ୍ବାନୀ ପରିବାର ପକ୍ଷରୁ ଏକ ସୁନ୍ଦର କାର୍ଡ ମଧ୍ୟ ଜାରି କରାଯାଇଛି। ଖବର ସରବରାହ ସଂସ୍ଥା ANI ଅନୁଯାୟୀ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କର ବିବାହ ର ପ୍ରି ୱେଡିଂର ଏକ ଏଂଶ  ଅଂଶ ଭାବରେ ଜୁଲାଇ ୨ ତାରିଖ ଅପରାହ୍ଣ ସାଢେ ୪ ଟା ସମୟରେ ପାଲଘରର ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ଗରିବ ଏବଂ ବଞ୍ଚିତ ଲୋକଙ୍କ ଏକ ବିଶାଳ ସମୂହ ବିବାହ ଆୟୋଜନ କରିଛନ୍ତି।

କାର୍ଡରେ କୁହାଯାଇଛି ଯେ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ (Mukesh Ambani Nita Ambani) ମଧ୍ୟ ଏହି ସମୂହ ବିବାହ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି। ଏହା ବ୍ୟତୀତ ଅମ୍ବାନୀ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପାଇଁ ପୋଷାକ ପାଇଁ ଅର୍ଡର କରାଯାଉଛି। ବନାରସରୁ ସ୍ୱତନ୍ତ୍ର ଶାଢୀ ଅର୍ଡର କରାଯାଇଛି । ଅଙ୍ଗିକା ହ୍ୟାଣ୍ଡଲୁମର ମାଲିକ ଅକ୍ଷୟ କୁଶୱାହା ଗୋଲାଘାଟ ବାରାଣସୀରୁ କହିଛନ୍ତି ଯେ ଅମ୍ବାନୀ ପରିବାର ସୁନା ଓ ରୂପା ଜରିରେ ତିଆରି ଶାରୀ ଅର୍ଡର କରିଛନ୍ତି। ଅକ୍ଷୟ କୁଶୱାହା କହିଛନ୍ତି, ଯେ "ସେମାନେ (Ambani Famile) ମୁମ୍ବାଇରୁ କିଛି ଅର୍ଡର ଆଦେଶ ଦେଇଛନ୍ତି, ବିବାହକୁ ଯାଉଥିବା ସମସ୍ତ ଶାଢୀ ଏଠାରୁ ଯିବ। ଏହି ଶାଢୀ ସୁନା ଓ ରୂପା ଯୋଗେ ତିଆରି ହେଉଛି।"

 

ସେ କହିଛନ୍ତି, " ସେ ସବୁ ଶାଢୀର ମୂଲ୍ୟ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରମ୍ଭ ହେଉଛି। ଆମକୁ ୧୦ ରୁ ୧୫ ଶାଢୀ ତିଆରି କରିବାକୁ ପଡିବ ଏବଂ ଏଗୁଡିକ ମଧ୍ୟ ପ୍ରକୃତ ସୁନା ରୂପା ତାର ଜରିରୁ ତିଆରି ହେବ। ଦୀର୍ଘ ଦିନ ଧରି କାମ ଚାଲିଛି। ସେଠାରେ କିଛି ଶାଢୀ ବିତରଣ କରାଯାଇଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଅମ୍ବାନୀ ପରିବାର ଦୁଇଥର ପ୍ରି ୱେଡିଂ (Anant Ambani Pre Wedding) କାର୍ଯ୍ୟକ୍ରମର ଆୟୋଜନ କରି ସାରିଛନ୍ତି। 

ପ୍ରଥମେ ଜାମନଗରରେ ତାରକା ତଥା ଅଗ୍ରଣୀ ବ୍ୟବସାୟୀଙ୍କ ସହ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ପ୍ରି ୱେଡିଂ(Anant Radhika Pre Wedding) କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସ୍ଥାନରୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ଏବଂ ରିହାନାଙ୍କ ପରି ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ ମଧ୍ୟ ପରଫର୍ମ କରିଥିଲେ। ଯେତେବେଳେ କି, ଦ୍ୱିତୀୟ ପ୍ରି ୱେଡିଂ ନିକଟରେ ଏକ କ୍ରୁଜରେ ଆୟୋଜିତ ହୋଇଥିଲା । ଏହି ପାର୍ଟିରେ ୧୨୦୦ ଅତିଥି ଯୋଗଦେଇଥିଲେ।

Also Read: Govt Survey: ଚକିତ କଲା ସର୍ଭେ, ଦେଶରେ ୮୦ ପ୍ରତିଶତ ଜନସ୍ୱାସ୍ଥ୍ୟ କେନ୍ଦ୍ର ବିପର୍ଯ୍ୟସ୍ତ

Also Read: Medusa Banking: ଆଣ୍ଡ୍ରଏଡ ବ୍ୟବାହାରକାରୀ ସାବଧାନ! Medusa ବ୍ୟାଙ୍କିଂ କରିଦେବ ଆକାଉଣ୍ଟ ଖାଲି