ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ
Advertisement
Article Detail0/zeeodisha/odisha2462439

ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ

ଘୋର ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ମାଳଦ୍ୱୀପ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ଆର୍ଥିକ ସହାୟତା ପ୍ରସ୍ତାବ ରଖିପାରନ୍ତି ବୋଲି କେତେକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ

ନୂଆଦିଲ୍ଲୀ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଘୋର ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ମାଳଦ୍ୱୀପ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ଆର୍ଥିକ ସହାୟତା ପ୍ରସ୍ତାବ ରଖିପାରନ୍ତି ବୋଲି କେତେକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତରେ ଭାରତରେ ରହିବେ । ଏହା ମଧ୍ୟରେ ଗତକାଲି ଭାରତରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଥିଲେ । ମହମ୍ମଦ ମୁଇଜୁଙ୍କ ସାତିରେ ପତ୍ନୀ ସାଜିଦା ମଧ୍ୟ ଭାରତ ଆସିଛନ୍ତି। ଦିଲ୍ଲୀ ପରେ ଦମ୍ପତ୍ତିଙ୍କର ମୁମ୍ବାଇ ଓ ବେଙ୍ଗଳୁରୁକୁ ଯିବାର କାର୍ଯ୍ୟକ୍ରମ ରହିଛି। ଆପଣଙ୍କୁ କହିରଖୁଛୁ ଯେ, ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ମୁଇଜୁ ।

Also Read- ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି ହେବ ବଡ଼ ବୈଠକ

Also Read- Petrol Price Today: କେତେ ବଦଳିଲା ପେଟ୍ରୋଲ ଡିଜେଲ୍ ଦର ? ମିଳିଲା କି ଆଶ୍ୱସ୍ତି ? ପଢ଼ନ୍ତୁ