Maharashtra Politics: ଧନୁ ତୀର ପାଇବାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି
Advertisement

Maharashtra Politics: ଧନୁ ତୀର ପାଇବାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି

Maharashtra Politics: ଦଳ ପରେ ଏବେ ଦଳୀୟ ସଙ୍କେତ ଧନୁ ତୀର ଉପରେ ଦାବି ରଖିଛନ୍ତି ଉଭୟ ଠାକରେ-ସିନ୍ଦେ ଗୋଷ୍ଠୀ। 

Maharashtra Politics: ଧନୁ ତୀର ପାଇବାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି

Maharashtra Politics: ଶିବସେନାରେ ଚାଲିଥିବା ବିବାଦ ଥମିବା ପରିବର୍ତ୍ତେ ପୁଣି ଥରେ ଆରମ୍ଭ ହୋଇଯାଇଛି। ଯାହା ଫଳ ସ୍ୱରୂପ ବର୍ତ୍ତମାନ ଦଳ ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ନେଉଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ୱ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ହାତରେ ରହିଛି।

ଦଳରେ ଚାଲିଥିବା ବିବାଦ ମଧ୍ୟରେ ପ୍ରଥମେ ଦଳୀୟ ବିଧାୟକ ଆଉ ଏବେ ଦଳର ସାଂସଦ ଉଦ୍ଧବ ଠାକରେଙ୍କ ପାଖରୁ ଦୂରେଇ ଯିବାରେ ଲାଗିଛନ୍ତି। ଦଳରେ ଜାରି ରହିଥିବା ବିବାଦ ମଧ୍ୟରେ ଶିବସେନା ଲୋକସଭାରେ ଏହାର ନେତୃତ୍ୱ ପରିବର୍ତ୍ତନ କରିଛି। ବୁଧବାର ରାଜ୍ୟର ୟାବତମାଲ-ବାସିମ ସାଂସଦ ଭାବନା ଗାୱଲିଙ୍କୁ ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ହଟାଯାଇ ତାଙ୍କ ସ୍ଥାନରେ ଠାଣେ ସାଂସଦ ରାଜନ ବିଚାରେଙ୍କୁ ଏହି ପ୍ରଦାନ କରାଯାଇଛି। ଶିବସେନା ସାଂସଦ ଭାବନା ଗାୱଲି ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଦଳରେ ହୋଇଥିବା ବିଦ୍ରୋହ ସମୟରେ ଦଳକୁ ବିଜେପି ସହ ଯିବା ଲାଗି ପରାମର୍ଶ ଦେଇଥିଲେ। ଶିବସେନାର ଲୋକସଭାରେ ୧୮ ଜଣ ଏବଂ ରାଜ୍ୟସଭାରେ ୩ ଜଣ ସାଂସଦ ଅଛନ୍ତି।

ଦଳରେ ଜାରି ରହିଥିବା ବିଦ୍ରୋହ ମଧ୍ୟରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବ ରାଓ ପାଟିଲ ବୁଧବାର ଦାବି କରିଛନ୍ତି ଯେ ଦଳର ୫୪ ବିଧାୟକଙ୍କ ମଧ୍ୟରୁ ୪୦ ଏବଂ ୧୮ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଆମ ଗୋଷ୍ଠୀ ସହ ଅଛନ୍ତି। ମୁଁ ବ୍ୟକ୍ତିଗତ ଭାବେ ଦଳର ୪ ଜଣ ସାଂସଦଙ୍କୁ ଭେଟିଛି। ଆମ ସହିତ ଦଳର ୨୨ ଜଣ ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି। ତାହେଲେ କୁହନ୍ତୁ ଶିବସେନା କାହାର?

ଦଳ ପରେ ଏବେ ଦଳୀୟ ସଙ୍କେତ ଧନୁ ତୀର ଉପରେ ଦାବି ରଖିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବ ରାଓ ପାଟିଲ। ଏନେଇ ସେ କହିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀ ଦଳର ନିର୍ବାଚନ ସଙ୍କେତ ଧନୁ ତୀର ପାଇବାକୁ ହକଦାର। ଅନ୍ୟପଟେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀ ସିନ୍ଦେ ଗୋଷ୍ଠୀ ପକ୍ଷରୁ କରାଯାଉଥିବା ଏହି ଦାବିକୁ ବିରୋଧ କରିଛି। ହେଲେ ଏହା ଉପର ଜବାବ ରଖି ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବ ରାଓ ପାଟିଲ କହିଛନ୍ତି ଯେ ଦଳର ୧୨ ଜଣ ସାଂସଦ ଏବଂ ୨୨ ଜଣ ପୂର୍ବତନ ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ଆମେ ଦଳର ନିର୍ବାଚନ ସଙ୍କେତ ଧନୁ ତୀର ପାଇବାକୁ ପ୍ରକୃତ ହକଦାର। 

ଏହା ପୂର୍ବରୁ ଗତ ୪ ତାରିଖରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀର ମୁଖ୍ୟ ସଚେତକ ଭରତ ଗୋଗୱଲେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ୧୪ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ। କାରଣ ଗତ ସୋମବାର ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଲାଗି ଅନୁଷ୍ଠିତ ହୋଇଥିବା ଅସ୍ଥାଭୋଟ ସପକ୍ଷରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ବିଧାୟକ ମତଦାନ କରିନଥିଲେ। ଅନ୍ୟପଟେ ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର ରବିବାର ଦିନ ଗୋଗାୱଲେଙ୍କୁ ଶିବସେନା ମୁଖ୍ୟ ସଚେତକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ। ଦଳରେ ହୋଇଥିବା ବିଦ୍ରୋହ ପରେ ଶିବସେନା କାହାର ତାହାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି ରାହିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରକୃତ ଶିବସେନା ବୋଲି ଦାବି କରୁଛନ୍ତି।

Also Read: ଯେତେବେଳେ ସମସ୍ତ ସାଂସଦ ଆମ ପାଖକୁ ଆସିଯିବେ ତାହେଲେ ଦଳ କାହାର ହେବ?

 

Also Read: Presidential Election 2022: ୨ ଗୋଷ୍ଠୀରେ ବିଭାଜିତ ହୋଇପାରେ ଶିବସେନା ଭୋଟ

Also Read: Maharashtra Politics: ବିଧାୟକଙ୍କ ପରେ ଦଳ ଛାଡ଼ି ପାରନ୍ତି ଶିବସେନା ସାଂସଦ