banned jeans on collage campus : ଆସିଲା ନୂଆ ନିୟମ : କଲେଜ୍‌କୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର
Advertisement
Article Detail0/zeeodisha/odisha2318958

banned jeans on collage campus : ଆସିଲା ନୂଆ ନିୟମ : କଲେଜ୍‌କୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର

Maharashtra college bans jeans : କଲେଜ ପରିସରକୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର।ଏପରି ଏକ ନୋଟିସ୍‌ ଜାରି କରି ଏବେ ଅଡ଼ୁଆରେ ପଡ଼ିଛନ୍ତିି ଏକ କଲେଜ୍‌ କର୍ତ୍ତୃପକ୍ଷ। ପୁରା ପଢନ୍ତୁ...

Banned jeans

Banned jeans on collage campus : କଲେଜ ପରିସରକୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର।ଏପରି ଏକ ନୋଟିସ୍‌ ଜାରି କରି ଏବେ ଅଡ଼ୁଆରେ ପଡ଼ିଛନ୍ତିି ଏକ କଲେଜ୍‌ କର୍ତ୍ତୃପକ୍ଷ।ମୁମ୍ବାଇ ଚେମ୍ବୁର ସ୍ଥିତ ଏନ୍ ଜି ଆଚାର୍ଯ୍ୟ ଆଣ୍ଡ୍ ଡିକେ ମରାଠେ କଲେଜ ଅଫ୍ ଆର୍ଟ୍‌ସ, ସାଇନ୍ସ ଆଣ୍ଡ୍ କମର୍ସରେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଡ୍ରେସ କୋଡକୁ ନେଇ ଏପରି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଛାତ୍ରଛାତ୍ରୀ ଏହି ନିୟମ ପାଳନ ନକଲେ ଏହାର ପ୍ରଭାବ ସେମାନଙ୍କ ପାଠପଢ଼ା ଏବଂ ପରୀକ୍ଷା ଉପରେ ପଡ଼ିପାରେ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

ଏହି ନୋଟିସ୍‌ରେ ଛାତ୍ରମାନେ ସାଧାରଣ ପୋଷାକରେ କଲେଜ୍‌ ଆସିବେ ବୋଲି ଲେଖାଯାଇଛି । ଏଥିସହିତ ଛାତ୍ରୀମାନେ ପାଶ୍ଚାତ୍ୟ ପୋଷାକ ପରିଧାନ କରି ଆସିବେ । ଯେଉଁ ଡ୍ରେସ୍‌ ସେମାନଙ୍କର ଧର୍ମ ବିରୋଧୀ ତାହା ପିନ୍ଧି ଆସିପାରିବେନି ବୋଲି ଏଥିରେ ଉଲ୍ଲେଖ ରହିଛି ।ନକାବ, ହିଜାବ, ବୁର୍ଖା, ଟୋପି ଇତ୍ୟାଦି ପରିଧାନ କରିପାରିବେ ନାହିଁ। ଛାତ୍ରୀଛାତ୍ର ହାଫ୍‌ ସାର୍ଟ, ଫୁଲ୍‌ ସାର୍ଟ ଏବଂ ଟ୍ରାଉଜର ପିନ୍ଧି ଆସିପାରିବେ । ଧର୍ମ ଏବଂ ସଂସ୍କୃତିକୁ କ୍ଷତି ପହଞ୍ଚାଉଥିବା କୌଣସି ପୋଷାକ କଲେଜ୍‌କୁ ପିନ୍ଧି ଆସିବାକୁ ବାରଣ କରାଯାଇଛି ।

 ଏହା ବ୍ୟତୀତ କଲେଜ ଗେଟ୍ ସକାଳ ୭ଟା ୪୦ରେ ବନ୍ଦ ହେବ ଏବଂ ପୁଣି ସକାଳ ୯ଟା ୫୦ ରେ ଖୋଲାଯିବ । ଲେକ୍‌ଚର ଏବଂ ପ୍ରାକ୍ଟିକାଲ କ୍ଲାସ୍ ପାଇଁ ୭୫% ଉପସ୍ଥାନ ଅନିବାର୍ଯ୍ୟ ତେଣୁ ସମୟ ପୁର୍ବରୁ କଲେଜ ପହଞ୍ଚିବା ପାଇଁ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଯଦି କେହି ବି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ କଲେଜ ଗେଟରୁ ଫେରାଇଦିଆଯିବ । ଏନେଇ ସୋମବାର କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ନୋଟିସ୍ ଜାରି କରାଯାଇଥିଲା । ତେବେ ଏହି ନୂତନ ନିର୍ଦ୍ଦେଶବଳୀ କଲେଜ ୱେବସାଇଟରେ ମଧ୍ୟ ଉପଲବ୍ଧ ରହିଛି ।