Place Name Changed: ଭୋପାଳ ପୂର୍ବରୁ ବଦଳିଲା ଇସଲାମ ନଗର ନାଁ, ୩୦୮ ବର୍ଷ ପୁରୁଣା ଇତିହାସ ପାଇବାକୁ ଲାଗିଲା ୩୦ ବର୍ଷ
Advertisement

Place Name Changed: ଭୋପାଳ ପୂର୍ବରୁ ବଦଳିଲା ଇସଲାମ ନଗର ନାଁ, ୩୦୮ ବର୍ଷ ପୁରୁଣା ଇତିହାସ ପାଇବାକୁ ଲାଗିଲା ୩୦ ବର୍ଷ

Islamnagar Name Changed to Jagdishpur:  ଭୋପାଳ ଜିଲ୍ଲାର ଫାଣ୍ଡା ବ୍ଲକରେ ଅବସ୍ଥିତ ଇସଲାମ ନଗର ପଞ୍ଚାୟତ ଏହାର ପୁରୁଣା ନାମ ଜଗଦୀଶପୁର ନାମରେ ପରିବର୍ତ୍ତିତ ହୋଇଛି। 

Place Name Changed: ଭୋପାଳ ପୂର୍ବରୁ ବଦଳିଲା ଇସଲାମ ନଗର ନାଁ, ୩୦୮ ବର୍ଷ ପୁରୁଣା ଇତିହାସ ପାଇବାକୁ ଲାଗିଲା ୩୦ ବର୍ଷ

Islamnagar Renamed As Jagdishpur: ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳ ନାଁମ ବଦଳାଇବା ପାଇଁ ଦାବି ଜାରି ରହିଥିବା ବେଳେ ଆସିଛି ଏକ ବଡ଼ ଖବର। ଭୋପାଳ ଜିଲ୍ଲାରେ ଅବସ୍ଥିତ ଇସଲାମ ନଗର ପଞ୍ଚାୟତର ନାମ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଭୋପାଳ ଜିଲ୍ଲାର ଫାଣ୍ଡା ବ୍ଲକରେ ଅବସ୍ଥିତ ଇସଲାମ ନଗର ପଞ୍ଚାୟତ ଏହାର ପୁରୁଣା ନାମ ଜଗଦୀଶପୁର ନାମରେ ଜଣାଶୁଣା ହେବ। ନାମ ପରିବର୍ତ୍ତନ କରାଯିବା ସମ୍ପର୍କରେ ମଧ୍ୟ ପ୍ରଦେଶ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି।

ଫେବୃଆରୀ ୧ ତାରିଖ ବୁଧବାର ମଧ୍ୟ ପ୍ରଦେଶ ରାଜସ୍ୱ ବିଭାଗ (Madhya Pradesh Revenue Department) ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଏନେଇ କୁହାଯାଇଛି ଯେ ଗୃହ ମନ୍ତ୍ରଣାଳୟ (Home Ministery) ଦ୍ୱାରା ୨୦୨୨, ୧୫ ସେପ୍ଟେମ୍ବରରେ ଜାରି କରାଯାଇଥିବା ଆପତ୍ତି ବିହୀନ ପତ୍ର ପରେ ଭୋପାଳ ଜିଲ୍ଲାର (Bhopal District) ଫାଣ୍ଡା ବ୍ଲକରେ (Phanda Block) ଅବସ୍ଥିତ ଇସଲାମ ନଗର ପଞ୍ଚାୟତ (Islam Nagar Gram Panchayat) ଏହାର ପୁରୁଣା ନାମ ଜଗଦୀଶପୁର (Jagdishpur) ନାମରେ ପରିବର୍ତ୍ତିତ ହୋଇଛି। ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନାମ ଏବଂ ଆଦେଶରେ ଅତିରିକ୍ତ ସଚିବ ଚନ୍ଦ୍ରଶେଖର ବାଲିମ୍ବେ ଏହି ବିଜ୍ଞପ୍ତି ଜାରି କରିଛନ୍ତି।

ଇସଲାମ ନଗର ନାମ ପରିବର୍ତ୍ତନ କରିବା ପାଇଁ ପ୍ରାୟ ୩୦ ବର୍ଷ ଧରି ଦାବି ହୋଇ ଆସୁଥିଲା। ପ୍ରାୟ ୧୭ ବର୍ଷ ପୂର୍ବେ ପଞ୍ଚାୟତ ପକ୍ଷରୁ ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଚିଠି ଲେଖା ଯାଇଥିଲେ। ଏହା ପରେ ମଧ୍ୟ ସ୍ଥାନୀୟ ଲୋକ ପ୍ରତିନିଧି କ୍ରମାଗତ ଭାବେ ନାମ ପରିବର୍ତ୍ତନ କରିବା ନେଇ ଦାବି କରି ଆସୁଥିଲେ। ଗତ ବର୍ଷ ଭୋପାଳ ସାଂସଦ ପ୍ରଜ୍ଞା ସିଂହ ଠାକୁର (Bhopal MP Pragya Thakur) ନିଜ ସଂସଦୀୟ କ୍ଷେତ୍ରରେ ଅବସ୍ଥିତ ଇସଲାମ ନଗର ପଞ୍ଚାୟତ ନାମ ପରିବର୍ତ୍ତନ କରିବା ଦିଗରେ କାର୍ଯ୍ୟ କରିବା ସମ୍ପର୍କରେ କହିଥିଲେ। ସର୍ବଶେଷରେ ପ୍ରାୟ ୩୦୮ ବର୍ଷ ଜଗଦୀଶପୁର ଏହାର ପୁରୁଣା ନାମ ଫେରିପାଇଛି। 

ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ନାମ ପରିବର୍ତ୍ତନ କରାଯିବା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପଞ୍ଚାୟତରେ ଉତ୍ସବ ପାଳନ କରିବାର ପରିବେଶ ରହିଛି। ଏଠାରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧିକାରୀ ତଥା ଗ୍ରାମବାସୀଙ୍କ ସହ ବେରାସିଆ ବିଧାୟକ ବିଷ୍ଣୁ ଖତ୍ରୀ (Berasia MLA Vishnu Khatri) ସ୍ଥାନୀୟ ରାଜପ୍ରସାଦ ନିରୀକ୍ଷଣ କରିଛନ୍ତି। ଗ୍ରାମର ସମସ୍ତ ବାହ୍ୟ ରାସ୍ତାରେ ବଡ ବଡ଼ ଫାଟକ ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Madhya Pradesh Chief Minister) ଶିବରାଜ ସିଂହ ଚୌହାନ (Shivraj Singh Chouhan) ଅଂଶଗ୍ରହଣ କରିବେ।